Advertisment

ବାଘୁଣୀ 'ରୂପା' ଜନ୍ମ ଦେଲା ୪ ଶାବକ

ଧଳା ବାଘୁଣୀ ରୂପାକୁ ୬ ବର୍ଷ ହୋଇଛି।

author-image
Jitendra Garnayak
Tiger

Tiger

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢ଼ିଲା ବାଘ ସଂଖ୍ୟା। କାରଣ ଏଠାରେ ଥିବା ଧଳା ବାଘୁଣୀ ରୂପା ଆଜି ୪ ଶାବକଙ୍କୁ ଜନ୍ମ ଦେଇଛି। ସମସ୍ତ ୪ ଶାବକ ସୁସ୍ଥ ଥିବାବେଳେ ରୂପା ସମସ୍ତଙ୍କ ଯତ୍ନ ନେଉଛି। ଛୁଆଗୁଡ଼ିକ ରୂପା ପାଖରେ ଥିବାରୁ ସେମାନଙ୍କ ଲିଙ୍ଗ ଚିହ୍ନଟ କରାଯାଇପାରିନାହିଁ। ସିସିଟିଭି ମାଧ୍ୟମରେ ବାଘୁଣୀ ରୂପା ଓ ତା’ ଶାବକମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

Advertisment

ଧଳା ବାଘୁଣୀ ରୂପାକୁ ୬ ବର୍ଷ ହୋଇଛି। ୨୦୧୮ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ନନ୍ଦନକାନନରେ ଜନ୍ମ ହୋଇଥିଲା ରୂପା। ବାଘ ରୋଶନ ଓ ବାଘୁଣୀ ବିଜୟାଙ୍କ ମିଳନରୁ ଜନ୍ମ ହୋଇଥିଲା ରୂପା।

୨୦୨୨ରେ ବାଘ ରାଜେଶ ସହ ମିଳନରେ ପ୍ରଥମ ଥର ପାଇଁ ୩ଟି ଶାବକ ଜନ୍ମ କରିଥିଲା ରୂପା। ତେବେ ମାସେ ଭିତରେ ୨ଟି ଶାବକ ମରି ଯାଇଥିଲେ। କେବଳ ଗୋଟିଏ ବଞ୍ଚିଥିଲା। ତା’ ନାଁ ହିମାଂଶୀ। ତାକୁ ଚଳିତ ବର୍ଷ ଜୁଲାଇ ମାସରେ ଭଗବାନ ବିର୍ସା ମୁଣ୍ଡା ବାୟୋଲୋଜିକାଲ ପାର୍କକୁ ପ୍ରାଣୀ ଅଦଳବଦଳ କାର୍ଯ୍ୟକ୍ରମ ଅଧୀନରେ ପଠାଇ ଦିଆଯାଇଛି।

Advertisment

ଏହା ପରେ ୨୦୨୩ ଜାନୁଆରୀ ମାସରେ ୨ଟି ଶାବକଙ୍କୁ ଜନ୍ମ ଦେଇଥିଲା ରୂପା। ବାଘ ରାଜେଶ ସହିତ ମିଳନରୁ ବାଘୁଣୀ ରୂପା ଏହି ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ନାଁ ଅମୃତା ଓ ଶିବା। ସେମାନେ ଏବେ ନନ୍ଦନକାନନରେ ଅଛନ୍ତି। ଆଉ ଆଜି ରୂପା ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି। ରୂପା ଓ କଳା ବାଘ କୃଷ୍ଣର ମିଳନରୁ ଏହି ୪ ଶାବକ ଜନ୍ମ ହୋଇଛନ୍ତି।

Tigress