ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାକୁ ୧୪ ବର୍ଷ ହୋଇଥିଲା। ତା’ର ମୃତ୍ୟୁ ସହିତ ନନ୍ଦନକାନନରେ ଏବେ ବାଘଙ୍କ ସଂଖ୍ୟା ୨୭କୁ ଖସି ଯାଇଛି। ଧଳା ବାଘ କୁସୁମ ଓ ନିଶାନର ଔରସରୁ ଜନ୍ମ ନେଇଥିଲା ସ୍ନେହା।
Also Read
ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ସ୍ନେହା ବାଘୁଣୀକୁ ୧୪ ବର୍ଷରୁ ଅଧିକ ବୟସ ହୋଇଯାଇଥିଲା। ଚିଡ଼ିଆଖାନାରେ ଯେଉଁ ବାଘ, ବାଘୁଣୀମାନେ ରହନ୍ତି ସେମାନଙ୍କ ଜୀବନକାଳ ୧୪ରୁ ୧୭ ବର୍ଷ ହୋଇଥାଏ। ଜଙ୍ଗଲରେ ରହୁଥିବା ବାଘ,ବାଘୁଣୀମାନେ ୧୪ ବର୍ଷ ବେଳକୁ ମଧ୍ୟ ମରି ଯାଆନ୍ତି। ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁ ସ୍ନେହାର ମୃତ୍ୟୁ ହୋଇଛି। ତା’ର ଶବ ବ୍ୟବଚ୍ଛେଦ ଶେଷ ହୋଇସାରିଛି। ବୟସାଧିକ ଜନିତ ରୋଗ ଯୋଗୁ ତା’ର ମୃତ୍ୟୁ ଘଟିଥିବା ସେଥିରୁ ଜଣାପଡ଼ିଛି।
ଶ୍ରୀ ନନ୍ଦ ଆହୁରି କହିଛନ୍ତି, ଏବେ ନନ୍ଦନକାନନରେ ୩ଟି ଧଳା ବାଘ ଓ ୩ଟି ଧଳା ବାଘୁଣୀ ଅଛନ୍ତି। ଯେକୌଣସି ପ୍ରାଣୀଉଦ୍ୟାନ ପାଇଁ ଏହା ଏକ ଭଲ ସଂଖ୍ୟା। ସେମାନଙ୍କ ମିଳନରୁ ପୁଣି ଧଳା ବାଘ ଜନ୍ମ ହେବେ।
ରିପୋର୍ଟ- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ମଧ୍ୟରାତ୍ରୀ ହେବାକୁ ଆଉ କେତେ ବାକି?
ମଧ୍ୟରାତ୍ରୀ ହେବାକୁ ଆଉ ମାତ୍ର ୮୯ ସେକେଣ୍ଡ ବାକି। ଏହି ବାକ୍ୟ ଲେଖିବା ଓ ଏହାର ଅର୍ଥ ବୁଝେଇବା ଭିତରେ ୮୯ ସେକେଣ୍ଡ ସରିଯିବ। ତା’ ମାନେ କ’ଣ ଏବେ ମଧ୍ୟରାତ୍ରୀ ହେବ? ଏବେ ଏଇ ଲେଖକର ଘଣ୍ଟାରେ ସନ୍ଧ୍ୟା ୫.୦୦ଟା। ନା, ସେପରି ହେବ ନାହିଁ।
Science & Environment
ରାଉରକେଲା NITର ସଫଳତା, ନୂଆ କ୍ୟାଥୋଡ ପ୍ରଯୁକ୍ତିବିଦ୍ୟା ବିକଶିତ
ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ।
Science & Environment
ମନ ଜିଣିଥିଲା ମହେନ୍ଦ୍ର, ୬୬ ବର୍ଷରେ ଆଖି ବୁଜିଲା
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା।
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।