Advertisment

ନେପାଳରେ ଭୂକମ୍ପ, ପୂର୍ବାନୁମାନ କରିଥିଲେ ଡଚ୍ ବୈଜ୍ଞାନିକ!

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଡଚର ଏହି ଅନୁସନ୍ଧାନକାରୀ ତୁର୍କୀ ଏବଂ ସିରିଆ ଭୂକମ୍ପର ମଧ୍ୟ ପୂର୍ବାନୁମାନ କରିଥିଲେ, ଯେଉଁଥିରେ ୫୦ ହଜାରରୁ ଅଧିକ ଲୋକଙ୍କର ଜୀବନ ଚାଲିଯାଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସତ ହେଉଛି ଭୂକମ୍ପକୁ ନେଇ ଡଚ୍ ଅନୁସନ୍ଧାନକାରୀଙ୍କ ଆକଳନ। ନେଦରଲାଣ୍ଡର ଅନୁସନ୍ଧାନକାରୀ ଫ୍ରାଙ୍କ୍ ହୁଗରବିଟ୍ସ ପାକିସ୍ତାନ, କିମ୍ୱା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ନେଇ ପୂର୍ବାନୁମାନ କରିଥିଲେ। ଆଉ ଆଜି ନେପାଳରେ ଭୂକମ୍ପର ଶକ୍ତ ଝଟକା ଲାଗିଛି, ଯାହାର ପ୍ରଭାବରେ ଆମ ଦେଶର ଉତ୍ତର ଭାରତର ବିଭିନ୍ନ ଅଞ୍ଚଳ ଥରିଉଠିଛି।

Advertisment

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଡଚର ଏହି ଅନୁସନ୍ଧାନକାରୀ ତୁର୍କୀ ଏବଂ ସିରିଆ ଭୂକମ୍ପର ମଧ୍ୟ ପୂର୍ବାନୁମାନ କରିଥିଲେ, ଯେଉଁଥିରେ ୫୦ ହଜାରରୁ ଅଧିକ ଲୋକଙ୍କର ଜୀବନ ଚାଲିଯାଇଛି।  

ସୋଲାର ସିଷ୍ଟମ ଜିଓମେଟ୍ରୀ ସର୍ଭେ(SSGEOS)ର ଜଣେ ଅନୁସନ୍ଧାନକାରୀ ହେଉଛନ୍ତି ଫ୍ରାଙ୍କ ହୁଗରବିଟ୍ସ। ସେ ସେପ୍ଟେମ୍ବର 30ରେ ଶୋସାଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ପାକିସ୍ତାନର କିଛି ଅଂଶ ତଥା ନିକଟବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳୀୟ ପରିବର୍ତ୍ତନ ଘଟିଛି। ଏହା ଆଗାମୀ ଦିନରେ ଏକ ଶକ୍ତିଶାଳୀ କମ୍ପନର ସୂଚକ।

Advertisment
Frank Hoogerbeets Post ଫ୍ରାଙ୍କ ହୁଗରବିଟ୍ସଙ୍କ ପୋଷ୍ଟ

ଏହି ପୋଷ୍ଟ ପରେ ପାକିସ୍ତାନରେ ଭୂକମ୍ପକୁ ନେଇ ଏକ କଳ୍ପନାଜଳ୍ପନା ଲାଗି ରହିଥିଲା। ସୋସାଲ ମିଡିଆରେ ଆଲୋଚନା ହେବାରୁ ହୁଗରବିଟ୍ସ ଏହାକୁ ଖଣ୍ଡନ କରିଥିଲେ। ସେ ଆଉ ଏକ ପୋଷ୍ଟ କରି କହିଥିଲେ, "ସେପ୍ଟେମ୍ବର ୩୦ରେ, ଆମେ ବାୟୁମଣ୍ଡଳୀୟ ପରିବର୍ତ୍ତନକୁ ରେକର୍ଡ କରିଥିଲୁ, ଯେଉଁଥିରେ ପାକିସ୍ତାନର କିଛି ଅଂଶ ଏବଂ ଏହାର ନିକଟବର୍ତ୍ତୀ ସ୍ଥାନ ରହିଥିଲା। କିନ୍ତୁ ଏହା ନିଶ୍ଚୟ ଘଟିବ ସେପରି କିଛି ଦୃଢ଼ୋକ୍ତି ଦେଇପାରିବୁ ନାହିଁ।"

ଅଧିକାଂଶ ଭୂକମ୍ପ ବିନା ଚେତାବନୀରେ ଘଟିଥାଏ ଏବଂ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସମେତ କୌଣସି ବୈଜ୍ଞାନିକ ସଂଗଠନ ଏକ ବଡ଼ ଭୂକମ୍ପ ବିଷୟରେ ଭବିଷ୍ୟବାଣୀ କରିନାହାନ୍ତି।

ତଥାପି ହୁଗରବିଟ୍ସଙ୍କ ପୂର୍ବାନୁମାନ ସତ ହୋଇଥିବା ଚର୍ଚ୍ଚା ହେଉଛି। କାରଣ ଆଜି ମଧ୍ୟାହ୍ନ ସମୟରେ ନେପାଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଛି। ଏହାର ପ୍ରଭାବରେ ଆମ ଦେଶର ବିଭିନ୍ନ ଅଞ୍ଚଳରେ ଝଟକା ଅନୁଭୂତ ହୋଇଛି। ନିର୍ଦ୍ଦିଷ୍ଟ ଭାବେ ପାକିସ୍ତାନରେ ଭୂକମ୍ପ ଝଟକା ଲାଗିନଥିଲେ ବି ପାଖପଡ଼ୋଶୀ ରାଷ୍ଟ୍ରରେ ଭୂମିକମ୍ପ ହେବା ହୁଗରବିଟ୍ସଙ୍କ ପୂର୍ବାନୁମାନ ଚର୍ଚ୍ଚାକୁ ଖୁରାଗ ଯୋଗାଇଛି। 

Earthquake Earthquake Prediction Turkiye-Syria Earthquake Dutch Researcher Frank Hoogerbeets
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe