Advertisment

ଆଜି ବର୍ଷର ସବୁଠାରୁ ଛୋଟ ଦିନ

ଡିସେମ୍ବର ୨୧ କିମ୍ବା ୨୨ରୁ ଶୀତ ଋତୁ ଆରମ୍ଭ ହୋଇ ମାର୍ଚ୍ଚ ମାସରେ ଦିନ ଏବଂ ରାତି ପାଖାପାଖି ସମାନ ହୋଇଥାଏ।

shortest day

shortest day

Advertisment

ଆଜି ବର୍ଷର ସବୁଠାରୁ ଛୋଟ ଦିନ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧାରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ଏହା ଡିସେମ୍ବର ୨୨ରେ ପଡୁଛି। ଡିସେମ୍ବର ୨୧ କିମ୍ବା ୨୨ରୁ ଶୀତ ଋତୁ ଆରମ୍ଭ ହୋଇ ମାର୍ଚ୍ଚ ମାସରେ ଦିନ ଏବଂ ରାତି ପାଖାପାଖି ସମାନ ହୋଇଥାଏ।

Advertisment

ଅନ୍ୟପଟେ ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ ପାର୍ଥକ୍ୟ ଦେଖାଦେଇଥାଏ। ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ନିଜ ଅକ୍ଷ ଚାରିପଟେ ବୁଲୁଛି। ଏହି କାରଣରୁ ସୂର୍ଯ୍ୟ ପ୍ରତିଦିନି ସମାନ ସ୍ଥାନରୁ ଉଦୟ ହୁଅନ୍ତି ନାହିଁ।

ଭୁବନେଶ୍ୱର ପାଇଁ ୨୦୨୩ ଡିସେମ୍ବର ୨୨ ସବୁଠାରୁ ଛୋଟ ଦିନ ହେବ। ଆଜି ଦିନର ସମୟ ପ୍ରାୟ ୧୦ ଘଣ୍ଟା ୫୪ ମିନଟ୍ ୨୪ ସେକେଣ୍ଡ ଅବଧିର ରହିବ। ସେହିପରି ରାତି ବଡ଼ ହେବ।

Advertisment
Shortest Day Winter Solstice
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe