Advertisment

ମିଳିଲା ବିଶ୍ୱର ୮୦୦୦ ବର୍ଷ ପୁରୁଣା ମୋତି

ନୂଆଦିଲ୍ଲୀ: ଆବୁ ଧାବିରୁ ମିଳିଛି ବିଶ୍ୱର ସବୁଠାରୁ ପୁରୁଣା ମୋତି। ଏହି ମୋତିଟିକୁ ଏହି ମାସରେ ଲୌଭରେଠାରେ ଲୋକଙ୍କ ପାଇଁ ପ୍ରଦର୍ଶନ କରାଯିବ। ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବା ଅନୁସାରେ, ଏହି ମୋତି ୮୦୦୦ ବର୍ଷ ପୁରୁଣା। ମାରୱା ଆଇଲାଣ୍ଡର ପ୍ରତ୍ନତାତ୍ତ୍ୱିକ ଖନନ ପରେ ଏହି ମୋତିକୁ ଉଦ୍ଧାର କରାଯାଇଛି। ରେଡିଓକାର୍ବନ୍‌ ଡେଟିଙ୍ଗର ଉପଯୋଗ କରିବା ପରେ ଏହି ମୋତି ଖୀଷ୍ଟପୂର୍ବ ୫୬୦୦ ରୁ ୫୮୦୦ରେ ତିଆରି ହୋଇଛି ବୋଲି ଜଣାପଡ଼ିଥିଲା। ଯାହାକୁ ସବୁଠାରୁ ପୁରୁଣା ମୋତି ବୋଲି କୁହାଯାଉଛି। […]

author-image
Puspanjali Panda
ମିଳିଲା ବିଶ୍ୱର ୮୦୦୦ ବର୍ଷ ପୁରୁଣା ମୋତି

moti

ନୂଆଦିଲ୍ଲୀ: ଆବୁ ଧାବିରୁ ମିଳିଛି ବିଶ୍ୱର ସବୁଠାରୁ ପୁରୁଣା ମୋତି। ଏହି ମୋତିଟିକୁ ଏହି ମାସରେ ଲୌଭରେଠାରେ ଲୋକଙ୍କ ପାଇଁ ପ୍ରଦର୍ଶନ କରାଯିବ।

Advertisment

ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବା ଅନୁସାରେ, ଏହି ମୋତି ୮୦୦୦ ବର୍ଷ ପୁରୁଣା। ମାରୱା ଆଇଲାଣ୍ଡର ପ୍ରତ୍ନତାତ୍ତ୍ୱିକ ଖନନ ପରେ ଏହି ମୋତିକୁ ଉଦ୍ଧାର କରାଯାଇଛି। ରେଡିଓକାର୍ବନ୍‌ ଡେଟିଙ୍ଗର ଉପଯୋଗ କରିବା ପରେ ଏହି ମୋତି ଖୀଷ୍ଟପୂର୍ବ ୫୬୦୦ ରୁ ୫୮୦୦ରେ ତିଆରି ହୋଇଛି ବୋଲି ଜଣାପଡ଼ିଥିଲା। ଯାହାକୁ ସବୁଠାରୁ ପୁରୁଣା ମୋତି ବୋଲି କୁହାଯାଉଛି।

ଏହା ପୂର୍ବରୁ ୨୦୧୭ରେ ମଧ୍ୟ ଏହିପରି ଏକ ମୋତିକୁ ଆବିଷ୍କାର କରାଯାଇଥିଲା। ଯାହାର ବ୍ୟାସ ଏକ ସେଣ୍ଟିମିଟର ଥିଲା ଏବଂ ହାଲ୍‌କା ଗୋଲାପୀ ରଙ୍ଗ ଥିବା ଦେଖିବାକୁ ମିଳିଥିଲା।

Advertisment

publive-image

ପ୍ରତ୍ନତତ୍ତ୍ୱବିତ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ନତାତ୍ତ୍ୱିକ ସ୍ଥଳରୁ ଏପରି ପୁରୁଣା ମୋତି ମିଳିବାର ଏହି କଥାର ପ୍ରମାଣ ଦେଉଛି ଯେ ନୂତନ ପ୍ରସ୍ତର ଯୁଗରେ ଲୋକମାନେ ମୋତି ବ୍ୟବସାୟ କରୁଥିଲେ।

ପୂର୍ବରୁ ମୋତି ବ୍ୟବସାୟ ପାଇଁ ଆବୁ ଧାବିର ବ୍ୟାପକ ନାମ ରହିଥିଲା। ଷୋଡ଼ଶ ଶତାବ୍ଦୀରେ ଲୋକଙ୍କ ପାଇଁ ଏହା ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ରୂପରେ ପରିଚିତ ଥିଲା। ଭିଏତନାମ୍‌ରୁ ଗହଣା ବ୍ୟବସାୟୀ ଆସି ଏହି ସ୍ଥାନରେ ବ୍ୟବସାୟ କରୁଥିଲେ।