Advertisment

ଲୋପ ପାଉଛି Y କ୍ରୋମୋଜୋମ, ପୁରୁଷ ଶୂନ୍ୟ ହୋଇଯିବ ପୃଥିବୀ!

ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ ଧୀରେ ଧୀରେ ଲୋପ ପାଇ ଯାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଜୀବବିଜ୍ଞାନୀ।

author-image
Debibandita Barick
ଅଦ୍ୟତନ ହୋଇଛି
Scientist

Scientist

ମାନବ ଶରୀରରେ ଘଟୁଥିବା ଏକ ବିରାଟ ପରିବର୍ତ୍ତନକୁ ଠାବ କରିଛନ୍ତି ବୈଜ୍ଞାନିକ। ଜୀବବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି ଯେ, ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ ଧୀରେ ଧୀରେ ଲୋପ ପାଉଛି। ଯଦି ଏପରି ଘଟିଚାଲେ, ତେବେ ଭବିଷ୍ୟତରେ ପୃଥିବୀ ପୁରୁଷ ଶୂନ୍ୟ ହେବାର ଆଶଙ୍କା ରହିଛି।

Advertisment

କାରଣ ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ କାରଣରୁ ହିଁ ପୁତ୍ର ସନ୍ତାନ ଜନ୍ମ ନେଇଥାଏ। ଯଦି ଏହି କ୍ରୋମୋଜୋମ ବିଲୁପ୍ତ ହୋଇଯାଏ ତେବେ ପୃଥିବୀ ପୁରୁଷ ଶୂନ୍ୟ ହୋଇଯିବା ନେଇ ଜୀବବିଜ୍ଞାନୀମାନେ ଚିନ୍ତା ପ୍ରକାଟ କରିଛନ୍ତି।

Y କ୍ରୋମୋଜୋମ କଣ?
Y କ୍ରୋମୋଜୋମ୍ ଜିନ୍ ବହନ କରେ, ଯାହା ପୁରୁଷଙ୍କ ପ୍ରଜନନ ଟିସୁର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗର୍ଭସ୍ଥ ଶିଶୁ ପୁଅ ନା ଝିଅ, ତାହା ଏହି Y କ୍ରୋମୋଜୋମରୁ ହିଁ ଜଣାପଡ଼ିଥାଏ।  

Advertisment

ପୁରୁଷଙ୍କର ସାଧାରଣତଃ ଗୋଟିଏ X ଏବଂ ଗୋଟିଏ Y କ୍ରୋମୋଜୋମ୍ (XY) ଥିବାବେଳେ ମହିଳାଙ୍କର ଦୁଇଟି X କ୍ରୋମୋଜୋମ୍ (XX) ଥାଏ। Y କ୍ରୋମୋଜୋମ୍ X କ୍ରୋମୋଜୋମଠାରୁ ଖୁବ୍ ଛୋଟ ଏବଂ ଏଥିରେ କମ୍ ଜିନ୍ ଥାଏ।

କୁଳପତି ତଥା ଜେନେଟିକ୍ସର ଜଣେ ପ୍ରତିଷ୍ଠିତ ପ୍ରଫେସର ଜେନିଫର ଏ ମାର୍ଶାଲ ଗ୍ରେଭସଙ୍କ ଅନୁଯାୟୀ, ମାନବ ଶରୀରର Y ଗୁଣସୂତ୍ରର ସମୟ ଶେଷ ହେବାକୁ ଲାଗିଛି। ବିଗତ 300 ନିୟୁତ ବର୍ଷ ମଧ୍ୟରେ 1438ଟି ଜିନରୁ 1393ଟି ଜିନ୍ କ୍ଷୟ ହୋଇଯାଇଛି। ଯଦି ଆଗାମୀ ଦିନରେ ମଧ୍ୟ ଏପରି କ୍ଷୟ ଘଟି ଚାଲେ, ତେବେ 10 ନିୟୁତ ବର୍ଷ ମଧ୍ୟରେ ଅବଶିଷ୍ଟ 45ଟି ଜିନର ଅବକ୍ଷୟ ଘଟିବ। 

ଏପରି ହେଲେ ପୁଅ ଜନ୍ମ ପାଇଁ ସହାୟକ ହେଉଥିବା SRY ଜିନ୍ ସମୟ ସହିତ ଲୋପ୍ ପାଇଯିବ। ଫଳରେ ପ୍ରଜନନ ଅସମ୍ଭବ ହୋଇଯିବ, ଯାହାକୁ ନେଇ ଜୀବବିଜ୍ଞାନୀମାନେ ଚିନ୍ତା ପ୍ରକଟ କରିଛନ୍ତି।

ତେବେ ଏସବୁ ମଧ୍ୟରେ, ମୂଷାଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନ ମାନବ ଜାତି ତିଷ୍ଠି ରହିବା ଉପରେ ଆଶା ସଞ୍ଚାର କରିଛି। କାରଣ ଜାପାନରେ ଥିବା ମୂଷାଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ପୁରୁଷ ମୂଷାଙ୍କ ଶରୀରରେ Y କ୍ରୋମୋଜୋମ୍ ଲୋପ ପାଇଯିବା ପରେ ନୂତନ ପୁରୁଷ ନିର୍ଣ୍ଣୟକାରୀ ଜିନ୍ ବିକଶିତ ହୋଇଥିଲା। 

ଏହି ଆବିଷ୍କାର ମାନବ ଜାତି ତିଷ୍ଠି ରହିବା ଉପରେ ଆଶା ସଞ୍ଚାର କରିଛି। ମୂଷାଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶ ପାଇଛି। 

Y Chromosomes New Study Sex Gene Male Rate