ହୋଶ୍ ଉଡ଼ାଇ ଦେଲେ ଶତାୟୁ ପୁରୁଷ

ବୟସ ବଢ଼ିବା ସାଙ୍ଗକୁ ମଣିଷ ଶରୀରର ଅଙ୍ଗ ମଧ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ। କିନ୍ତୁ ଆଜିର ଦୁନିଆର ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବୟସ କେବଳ ସଂଖ୍ୟା ମାତ୍ର। ଆଜି ଆମେ ଚୀନର ଜଣେ ବୃଦ୍ଧଙ୍କ କଥା କହିବାକୁ ଚାହୁଁଛୁ, ଯିଏ ୧୦୫ ବର୍ଷ ବୟସରେ ଏଭଳି କାରନାମା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। କରୋନା ଭାଇରସ୍ ମହାମାରୀ ସମୟରେ ଯେଉଁଠି ବୟସ୍କ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ […]

old

old

Ranjit Kumar Jena
  • Published: Friday, 20 November 2020
  • Updated: 20 November 2020, 08:03 PM IST

Sports

Latest News

ବୟସ ବଢ଼ିବା ସାଙ୍ଗକୁ ମଣିଷ ଶରୀରର ଅଙ୍ଗ ମଧ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ। କିନ୍ତୁ ଆଜିର ଦୁନିଆର ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବୟସ କେବଳ ସଂଖ୍ୟା ମାତ୍ର। ଆଜି ଆମେ ଚୀନର ଜଣେ ବୃଦ୍ଧଙ୍କ କଥା କହିବାକୁ ଚାହୁଁଛୁ, ଯିଏ ୧୦୫ ବର୍ଷ ବୟସରେ ଏଭଳି କାରନାମା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

କରୋନା ଭାଇରସ୍ ମହାମାରୀ ସମୟରେ ଯେଉଁଠି ବୟସ୍କ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି, ସେହିଠାରେ ୟୁ ତି-ସିନ୍ ନାମକ ଏହି ବୃଦ୍ଧା ପାରାଗ୍ଲାଇଡିଂ ଭଳି ଅବିଶ୍ୱସନୀୟ କାମ କରି ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି। ୧୦୫ ବର୍ଷୀୟ ତି-ସିନ୍ ନିଜ ପରିବାର ସହ ପିକନିକ୍ ମନାଇବାକୁ ଯାଇଥିବା ଏହି ଉପଲବ୍ଧି ଅର୍ଜନ କରିଛନ୍ତି।

ତି-ସିନଙ୍କ ନାତୁଣୀ ଜଣେ ଫ୍ଲାଇଟ୍ ଇନଷ୍ଟ୍ରକଟରଙ୍କ ପାଖକୁ ଯାଇ ପଚାରିଥିଲେ ଯେ କେତେ ବୟସ୍କ ବ୍ୟକ୍ତି ପାରାଗ୍ଲାଇଡିଂ କରିପାରିବେ। ତେବେ ଏହାରି ଭିତରେ ତି-ସିନ୍ ଏହି ଦୁଃସାହସିକ କାମ କରିବାକୁ ପ୍ରସ୍ତୁତ ହୋଇଥିଲେ ଏବଂ ପାରାଗ୍ଲାଇଡିଂ କରିଥିଲେ। କିନ୍ତୁ ତାଙ୍କୁ ଜଣାନଥିଲା ଯେ ସେ ଦୁନିଆର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିଭାବେ ଏହି ପାରାଗ୍ଲାଇଡିଂ କରିଛନ୍ତି।

ଗିନିଜ୍ ବୁକ୍ ତା'ର ଫେସବୁକ୍ ପେଜରେ ତାଙ୍କର ଏକ ଭିଡିଓ ଶେଆର୍ କରିଛି। ପାରାଗ୍ଲାଇଡିଂ କରୁଥିବା ବେଳେ ତି-ସିନ୍ ଖୁବ୍ ଶାନ୍ତ ଥିଲେ। ସେ ହାତରେ ସେଲଫି ଷ୍ଟିକ୍ ଧରି ନିଜର ଭିଡିଓ ଶୁଟ୍ କରିଥିଲେ। ନିକଟରେ ତି-ସିନଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହା ସତ୍ତ୍ୱେ ସେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ତି-ସିନ୍ କହିଛନ୍ତି, ପାରାଗ୍ଲାଇଡିଂ କରିବାର ଅନୁଭୂତି ଭିନ୍ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos