Advertisment

ହୋଶ୍ ଉଡ଼ାଇ ଦେଲେ ଶତାୟୁ ପୁରୁଷ

ବୟସ ବଢ଼ିବା ସାଙ୍ଗକୁ ମଣିଷ ଶରୀରର ଅଙ୍ଗ ମଧ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ। କିନ୍ତୁ ଆଜିର ଦୁନିଆର ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବୟସ କେବଳ ସଂଖ୍ୟା ମାତ୍ର। ଆଜି ଆମେ ଚୀନର ଜଣେ ବୃଦ୍ଧଙ୍କ କଥା କହିବାକୁ ଚାହୁଁଛୁ, ଯିଏ ୧୦୫ ବର୍ଷ ବୟସରେ ଏଭଳି କାରନାମା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। କରୋନା ଭାଇରସ୍ ମହାମାରୀ ସମୟରେ ଯେଉଁଠି ବୟସ୍କ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ […]

ଅଦ୍ୟତନ ହୋଇଛି
ହୋଶ୍ ଉଡ଼ାଇ ଦେଲେ ଶତାୟୁ ପୁରୁଷ

old

Advertisment

ବୟସ ବଢ଼ିବା ସାଙ୍ଗକୁ ମଣିଷ ଶରୀରର ଅଙ୍ଗ ମଧ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ। କିନ୍ତୁ ଆଜିର ଦୁନିଆର ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବୟସ କେବଳ ସଂଖ୍ୟା ମାତ୍ର। ଆଜି ଆମେ ଚୀନର ଜଣେ ବୃଦ୍ଧଙ୍କ କଥା କହିବାକୁ ଚାହୁଁଛୁ, ଯିଏ ୧୦୫ ବର୍ଷ ବୟସରେ ଏଭଳି କାରନାମା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

Advertisment

କରୋନା ଭାଇରସ୍ ମହାମାରୀ ସମୟରେ ଯେଉଁଠି ବୟସ୍କ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି, ସେହିଠାରେ ୟୁ ତି-ସିନ୍ ନାମକ ଏହି ବୃଦ୍ଧା ପାରାଗ୍ଲାଇଡିଂ ଭଳି ଅବିଶ୍ୱସନୀୟ କାମ କରି ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି। ୧୦୫ ବର୍ଷୀୟ ତି-ସିନ୍ ନିଜ ପରିବାର ସହ ପିକନିକ୍ ମନାଇବାକୁ ଯାଇଥିବା ଏହି ଉପଲବ୍ଧି ଅର୍ଜନ କରିଛନ୍ତି।

ତି-ସିନଙ୍କ ନାତୁଣୀ ଜଣେ ଫ୍ଲାଇଟ୍ ଇନଷ୍ଟ୍ରକଟରଙ୍କ ପାଖକୁ ଯାଇ ପଚାରିଥିଲେ ଯେ କେତେ ବୟସ୍କ ବ୍ୟକ୍ତି ପାରାଗ୍ଲାଇଡିଂ କରିପାରିବେ। ତେବେ ଏହାରି ଭିତରେ ତି-ସିନ୍ ଏହି ଦୁଃସାହସିକ କାମ କରିବାକୁ ପ୍ରସ୍ତୁତ ହୋଇଥିଲେ ଏବଂ ପାରାଗ୍ଲାଇଡିଂ କରିଥିଲେ। କିନ୍ତୁ ତାଙ୍କୁ ଜଣାନଥିଲା ଯେ ସେ ଦୁନିଆର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିଭାବେ ଏହି ପାରାଗ୍ଲାଇଡିଂ କରିଛନ୍ତି।

Advertisment

ଗିନିଜ୍ ବୁକ୍ ତା'ର ଫେସବୁକ୍ ପେଜରେ ତାଙ୍କର ଏକ ଭିଡିଓ ଶେଆର୍ କରିଛି। ପାରାଗ୍ଲାଇଡିଂ କରୁଥିବା ବେଳେ ତି-ସିନ୍ ଖୁବ୍ ଶାନ୍ତ ଥିଲେ। ସେ ହାତରେ ସେଲଫି ଷ୍ଟିକ୍ ଧରି ନିଜର ଭିଡିଓ ଶୁଟ୍ କରିଥିଲେ। ନିକଟରେ ତି-ସିନଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହା ସତ୍ତ୍ୱେ ସେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ତି-ସିନ୍ କହିଛନ୍ତି, ପାରାଗ୍ଲାଇଡିଂ କରିବାର ଅନୁଭୂତି ଭିନ୍ନ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe