Advertisment

ତୃତୀୟ ବିବାହ ପାଇଁ ଦୁଇ ସ୍ତ୍ରୀଙ୍କଠାରୁ ଛେଚା ଖାଇଲେ ଯୁବକ

କୋଏମ୍ୱାଟୁର: ଦୁଇଟି ବିବାହ ପରେ ତୃତୀୟ ବିବାହ କରିବାକୁ ଯାଉଥିବା ଜଣେ ବ୍ୟକ୍ତି ତାଙ୍କର ଦୁଇ ସ୍ତ୍ରୀ ଓ ସମ୍ପର୍କୀୟଙ୍କଠାରୁ ନିର୍ଧୁମ ଛେଚା ଖାଇଛନ୍ତି। ବ୍ୟକ୍ତି ଜଣକ ମାଡ଼ ଖାଉଥିବା ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣାଟି ତାମିଲନାଡୁର ବୋଲି ଜଣାପଡ଼ିଛି। ମାଡ଼ ଖାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ନେହରୁ ନଗରରେ ରହୁଥିବା ୨୬ ବର୍ଷୀୟ ଏଲିଅସ୍‌ ଦୀନେଶ। ସେ ରସିପାଲାୟମ୍‌ରେ ଏକ ବେସରକାରୀ ସଂସ୍ଥାରେ କାମ କରନ୍ତି। ଦୀନେଶ […]

ତୃତୀୟ ବିବାହ ପାଇଁ ଦୁଇ ସ୍ତ୍ରୀଙ୍କଠାରୁ ଛେଚା ଖାଇଲେ ଯୁବକ

mmmm

Advertisment

କୋଏମ୍ୱାଟୁର: ଦୁଇଟି ବିବାହ ପରେ ତୃତୀୟ ବିବାହ କରିବାକୁ ଯାଉଥିବା ଜଣେ ବ୍ୟକ୍ତି ତାଙ୍କର ଦୁଇ ସ୍ତ୍ରୀ ଓ ସମ୍ପର୍କୀୟଙ୍କଠାରୁ ନିର୍ଧୁମ ଛେଚା ଖାଇଛନ୍ତି। ବ୍ୟକ୍ତି ଜଣକ ମାଡ଼ ଖାଉଥିବା ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣାଟି ତାମିଲନାଡୁର ବୋଲି ଜଣାପଡ଼ିଛି।

Advertisment

ମାଡ଼ ଖାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ନେହରୁ ନଗରରେ ରହୁଥିବା ୨୬ ବର୍ଷୀୟ ଏଲିଅସ୍‌ ଦୀନେଶ। ସେ ରସିପାଲାୟମ୍‌ରେ ଏକ ବେସରକାରୀ ସଂସ୍ଥାରେ କାମ କରନ୍ତି।

ଦୀନେଶ ପ୍ରଥମେ ୨୦୧୬ରେ ତ୍ରିପୁରା ଜିଲ୍ଲାର ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ବିବାହ ପରେ ଦୀନେଶ ପ୍ରିୟଦର୍ଶିନୀଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦେବାରୁ ସେ ତାଙ୍କ ବାପାମା’ଙ୍କ ପାଖକୁ ଚାଲି ଯାଇଥିଲେ।

Advertisment

ଏହାପରେ ସେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ କରୁର୍‌ ଜିଲ୍ଲାରେ ରହୁଥିବା ୨୩ ବର୍ଷୀୟ ସ୍ୱାମୀ ପରିତ୍ୟକ୍ତା ଅନୁପ୍ରିୟାଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ଅନୁପ୍ରିୟା ତାଙ୍କ ୨ ବର୍ଷର ପୁଅ ସହିତ ରହୁଥିଲେ। ୨୦୧୯ରେ ଏପ୍ରିଲ୍‌ ୧୦ ତାରିଖରେ ଦୀନେଶ ତାଙ୍କୁ ବିବାହ କରିଥିଲେ। ବିବାହ ପରେ ଦୀନେଶ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବାରୁ ଅନୁପ୍ରିୟା ବି ପ୍ରିୟଦର୍ଶିନୀଙ୍କ ପରି ଦୀନେଶଙ୍କୁ ଛାଡ଼ି ତାଙ୍କ ବାପାମା’ଙ୍କ ପାଖରେ ରହିବା ଆରମ୍ଭ କରିଥିଲେ।

ଏହା ମଧ୍ୟରେ ଦୀନେଶ ତୃତୀୟ ବିବାହ କରିବା ପାଇଁ ମାଟ୍ରିମୋନିରୁ ଝିଅ ଖୋଜିଥିଲେ। ଏହି ଖବର ଜଣାପଡ଼ିବା ପରେ ପ୍ରିୟଦର୍ଶିନୀ ଓ ଅନୁପ୍ରିୟା ସୋମବାର ଦୀନେଶଙ୍କୁ ଦେଖା କରିବା ପାଇଁ ତାଙ୍କ ଅଫିସକୁ ଯାଇଥିଲେ। କିନ୍ତୁ ଅଫିସରେ ଦୀନେଶଙ୍କୁ ଦେଖା କରିବାକୁ ମନା କରିବାରୁ ଦୁହେଁ ବାହାରେ ଧାରଣା ଦେଇଥିଲେ।

ଦୀନେଶ ଅଫିସରୁ ବାହାରିବା ପରେ ତାଙ୍କର ଦୁଇ ସ୍ତ୍ରୀ ତାଙ୍କୁ ଭିଡ଼ି ରାସ୍ତା ମଝିରେ ଚପଲରେ ବାଡ଼େଇବା ଆରମ୍ଭ କରିଥିଲେ। ସେ ମାଡ଼ ଖାଉଥିବା ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏହାର ଭିଡିଓ ରେକର୍ଡ କରିଥିଲେ।

ଏହି ଖବର ଜଣାପଡ଼ିବା ପରେ ସୁଲ୍ଲୁର ପୁଲିସ ଘଟଣାର ପ୍ରକୃତ ସତ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe