ଟୋକିଓ: ଆପଣ କାଉ ଦେଖିଥିବେ ଏବଂ ଗରିଲାକୁ ଚିଡ଼ିଆଖାନାରେ, ନହେଲେ ଫଟୋରେ ଦେଖିଥିବେ। କିନ୍ତୁ କେବେ ଏମିଟି କୌଣସି ପ୍ରାଣୀ ଦେଖିଛନ୍ତି ଯାହା କାଉ ହେଇଥିବ କିନ୍ତୁ ଗରିଲା ପରି ଦେଖାଯାଉଥିବ? ଏବେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲା ପରେ ଆପଣ ନିଶ୍ଚୟ ଚକିତ ହୋଇଯିବେ।
ରିପୋର୍ଟ ଅନୁସାରେ ଏହି ଭିଡିଓଟି ଜାପାନର ନାଗୋୟା ନାମକ ସ୍ଥାନର। ଭିଡିଓରେ ଆପଣ ଦେଖିପାରୁଥିବେ ଗୋଟିଏ କାଉ ତାର ଦୁଇ ଡେଣା ମେଲାଇ ଠିଆ ହୋଇଛି। ଯାହା ଦୂରରୁ ଅବିକଳ ଗରିଲା ଭଳି ଦେଖା ଯାଉଛି।
https://twitter.com/keita_simpson/status/1141576785303199745
ଗରିଲା ଭଳି ଦେଖାଯାଉଥିବା ଏହି କୁଆ ଭିଡିଓକୁ ଲକ୍ଷେରୁ ଅଧିକ ଲୋକ ଦେଖି ସାରିଲେଣି। ଚକିତ ହୋଇ ଲୋକମାନେ ପ୍ରଶ୍ନ ମଧ୍ୟ କରୁଛନ୍ତି, ସତରେ ଏହା କୁଆ ନା ଆଉ କିଛି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ହିନ୍ଦୁ ମୁସଲିମ ସଦଭାବନା ପୀଠ ହେଉଛି ଜାହାନିଆଁ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରତ୍ୟୁଷରେ ଜାହାନିଆଁ ପିରଙ୍କ ପୀଠରେ ମୌଲବୀ(ମୁସଲିମ୍ ପୂଜକମାନେ) ସ୍ଵତନ୍ତ୍ର ନୀତି କରିଥିଲେ। ତା’ପରେ ଶ୍ରଦ୍ଧାଳୁମାନେ ପୀଠକୁ ଯାଇ ପିରବାବାଙ୍କ ଆଶୀର୍ବାଦ ନେଇଥିଲେ।
Events & Festivals
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଡଙ୍ଗା ଭସାଇବାକୁ ଜଳାଶୟରେ ଜମିଛି ଭିଡ଼
ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
Events & Festivals
ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଗତକାଲି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଇଥିଲେ କଳାଠାକୁର।
Events & Festivals
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ
ରାତି ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବା ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ସମସ୍ତ ରୀତିନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ପ୍ରଭୁଙ୍କୁ ହରିହର ବେଶରେ ଦର୍ଶନ କରୁଛନ୍ତି ଭକ୍ତ।
Crime
ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା; ରାସ୍ତାକଡ଼ରୁ ମିଳିଲା ମୃତଦେହ
ଚିତ୍ତରଞ୍ଜନ ରାଉତ ଗତ ରାତିରେ ନିଜ ଗାଁରେ ହେଉଥିବା ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରୁ ସେ ଏକୁଟିଆ ଘରକୁ ଫେରୁଥିଲେ ମଧ୍ୟ ରାତିରେ ଘରେ ପହଞ୍ଚି ନ ଥିଲେ।