Advertisment

ସମୁଦ୍ର ପାଖରେ ଛିଡା ହୋଇ ଯୁବତୀ ଉଠାଉଥିଲେ ଫଟୋ, ହଠାତ୍‌ ମାଡିଆସିଲା ବଡ଼ ଲହଡ଼ି, ତା’ପରେ..

ଜାକର୍ତ୍ତା: ସାଧାରଣତଃ ‍ଫଟୋ ଉଠାଇବାକୁ ଯୁବପିଢୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୁଏ। ବିପଦପୂର୍ଣ୍ଣ ଷ୍ଟଣ୍ଟ କରି ଏହାର ଫଟୋ ସୋଶାଲ ମିଡ଼ିଆରେ ଛାଡିବାକୁ ଏକ ପ୍ରକାର ପ୍ରତିଯୋଗିତା ହୁଏ। ଏଥିପାଇଁ କେତେବେଳେ ଯେ ସେମାନେ ବିପଦକୁ ଆମନ୍ତ୍ରଣ କରନ୍ତି ନିଜେ ବି ଜାଣି ପାରନ୍ତି ନାହିଁ। ସାମାନ୍ୟ ଫଟୋ ଉଠାରୁ କେତେବେଳେ ମୃତ୍ୟୁମୁଖରେ ପଡନ୍ତି ତ କେତେବେଳେ ଗୁରୁତର ଆହତ ହୁଅନ୍ତି। ଏପରି ଏକ ଘଟଣା ଇଣ୍ଡୋନେସିଆରେ ଘଟିଛି। ଏହାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ […]

ଅଦ୍ୟତନ ହୋଇଛି
ସମୁଦ୍ର ପାଖରେ ଛିଡା ହୋଇ ଯୁବତୀ ଉଠାଉଥିଲେ ଫଟୋ, ହଠାତ୍‌ ମାଡିଆସିଲା ବଡ଼ ଲହଡ଼ି, ତା’ପରେ..

woman-page-750x430

Advertisment

ଜାକର୍ତ୍ତା: ସାଧାରଣତଃ ‍ଫଟୋ ଉଠାଇବାକୁ ଯୁବପିଢୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୁଏ। ବିପଦପୂର୍ଣ୍ଣ ଷ୍ଟଣ୍ଟ କରି ଏହାର ଫଟୋ ସୋଶାଲ ମିଡ଼ିଆରେ ଛାଡିବାକୁ ଏକ ପ୍ରକାର ପ୍ରତିଯୋଗିତା ହୁଏ। ଏଥିପାଇଁ କେତେବେଳେ ଯେ ସେମାନେ ବିପଦକୁ ଆମନ୍ତ୍ରଣ କରନ୍ତି ନିଜେ ବି ଜାଣି ପାରନ୍ତି ନାହିଁ। ସାମାନ୍ୟ ଫଟୋ ଉଠାରୁ କେତେବେଳେ ମୃତ୍ୟୁମୁଖରେ ପଡନ୍ତି ତ କେତେବେଳେ ଗୁରୁତର ଆହତ ହୁଅନ୍ତି।

Advertisment

ଏପରି ଏକ ଘଟଣା ଇଣ୍ଡୋନେସିଆରେ ଘଟିଛି। ଏହାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।  ଏହି ଭିଡିଓରେ ଜଣେ ମହିଳା ପର୍ଯ୍ୟଟକ ସମୁଦ୍ର ନିକଟରେ  ଛିଡା ହୋଇ ଫଟୋ ଉଠାଉଥିଲେ। ଏହି ସମୟରେ ହଠାତ୍‌ ପଛପଟୁ ଏକ ବଡ଼ ଲହଡି ମାଡି ଆସିଲା। ଏହି ଲହଡିରେ ସେ ଭାସିଗଲେ। କିଛି ସମୟ ପରେ ତାଙ୍କୁ ଉଦ୍ଧାର କରାଗଲା।

ଏଭଳି ଏକ ଘଟଣା ଇଣ୍ଡୋନେସିଆର ଡେଭିଲ୍ସ ଟିୟର ନାମକ ଏକ ଦ୍ୱୀପରେ ଘଟିଛି। କ୍ଷତାକ୍ତ ହୋଇଯାଇଥିବା ମହିଳାଙ୍କୁ ତୁରନ୍ତ  ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।

Advertisment

https://twitter.com/PDChinese/status/1107346370812350464

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe