nikesh
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ ମିଡ଼ିଆ ଏପରି ଏକ ମାଧ୍ୟମ ଯେଉଁଠି ଆମେ ଅନେକ ନେଗେଟିଭ୍ ମେସେଜ୍ର ପ୍ରଚାର ପ୍ରସାର ହେଉଥିବା ଦେଖିବାକୁ ପାଇଥାଉ। ଏହି ସୋଶାଲ ମିଡିଆ ଯୋଗେ କୌଣସି ଛୋଟ ଘଟଣାକୁ ଭାଇରାଲ୍ କରାଯାଇ ବଡ଼ କରାଯିବାର ମଧ୍ୟ ନଜିର ରହିଛି। ବର୍ତ୍ତମାନ ସମୟରେ ସବୁଠାରୁ ଦ୍ରୁତ ଗତିରେ ଚାଲୁଥିବା ମିଡିଆ କହିଲେ, କେବଳ ସୋଶାଲ ମିଡିଆରେ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏହି ସୋଶାଲ ମିଡିଆ କାହା ପାଇଁ ବିପଦ ଆଣୁଥିବା ବେଳେ ଅନ୍ୟ କେବେ ଆପଣଙ୍କ ପାଇଁ ଲାଭପ୍ରଦ ମଧ୍ୟ ସାବ୍ୟସ୍ତ ହୋଇଥାଏ। ଯାହାର ଏକ ଭଲ ଉଦାହରଣ ଆଜି ଆମେ ଆପଣଙ୍କୁ ଦେବୁ।
ନିକଟରେ ଏହି ସୋଶାଲ ମିଡିଆ ପାଇଁ ଜଣେ ବ୍ୟକ୍ତି ନିଜର ହଜିଲା ଜିନିଷକୁ ଫେରି ପାଇଛନ୍ତି। ପ୍ରକୃତ କଥା ହେଉଛି, ନିକଟରେ ନିକେଶ ଶୁକ୍ଲା ନାମକ ଜଣେ ଲେଖକ ହିଥ୍ରୋ ଏୟାର୍ପୋର୍ଟରେ ତାଙ୍କ ବେକରେ ପିନ୍ଧିଥିବା ଲକେଟ୍ଟି ହଜାଇ ଦେଇଥିଲେ। ଯେଉଁ ଲକେଟ୍ରେ ତାଙ୍କ ମା’ଙ୍କର ଚିତାଭସ୍ମ ରହିଥିଲା। ନିଜ ଲକେଟ୍କୁ ଫେରି ପାଇବା ଆଶାରେ ନିକେଶ ଟ୍ୱିଟର୍ର ସାହାଯ୍ୟ ନେଇଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ,- “ହାଏ, ଟୁଇଟ୍ କରିଥିବା ଫଟୋରେ ମୁଁ ଯେଉଁ ଲକେଟ୍ଟି ପିନ୍ଧିଛି, ତାହା ହିଥ୍ରୋ ବିମାନବନ୍ଦରର ଟର୍ମିନାଲ-୨ରେ ହଜି ଯାଇଛି। ଏହା ମୋ ମା’ଙ୍କ ପାଉଁଶରେ ତିଆରି ହୋଇଥିବାରୁ ତାହା ମୋର ଅତି ନିଜର ଥିଲା। ଦୟାକରି ଯଦି ଏହି ଲକେଟ୍ଟିକୁ କେହି ପାଇବେ, ତେବେ ମୋତେ ସୂଚନା ଦେବେ।”
ନିକେଶଙ୍କ ଟ୍ୱିଟ୍ ପରେ ଅନେକ ଟ୍ୱିଟର୍ ବ୍ୟବହାରକାରୀ ତାଙ୍କର ଦୁଃଖ ବୁଝିଥିଲେ ଏବଂ ସାହାଯ୍ୟ କରିବା ପାଇଁ ସାନ୍ତ୍ୱନା ଦେଇଥିଲେ। ହିଥ୍ରୋ ବିମାନବନ୍ଦରର ଠିକଣା ଦେଇଥିବାକୁ ଟ୍ୱିଟର୍ର ବ୍ୟବହାରକାରୀ ତାଙ୍କୁ ଲକେଟ୍ ଖୋଜି ଦେବେ ବୋଲି ଆଶ୍ୱାସନା ଦେଇଥିଲେ।/odisha-reporter/media/post_attachments/wp-content/uploads/2019/01/airport.jpg)
ନିକେଶଙ୍କର ପୋଷ୍ଟକୁ ପାଖାପାଖି ୧୦ ହଜାରଥର ରିଟ୍ୱିଟ୍ କରାଯାଇଥିଲା। ଶେଷରେ ନିକେଶ ତାଙ୍କ ଲକେଟ୍ ଖୋଜିବାରେ ସଫଳ ହୋଇଥିଲେ। ଲକେଟ୍ ମିଳିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଟୁଇଟ୍ କରି ଲକେଟ୍ଟି ନେଇଯିବା ପାଇଁ ଜଣାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/01/nikesh.jpg)