Advertisment

କନ୍ୟାପିତା କହିଲେ: ‘ଝିଅ କୌଣସି ସମ୍ପତ୍ତି ନୁହେଁ, ଯେ ତାକୁ ଦାନ କରିବି’

ନୂଆଦିଲ୍ଲୀ: କଥାରେ ଅଛି କନ୍ୟାଦାନ ମହାପୂଣ୍ୟ। ଏହି ପୂଣ୍ୟ କାମ କିରବାର ସୌଭାଗ୍ୟ କନ୍ୟାପିତାଙ୍କୁ ହିଁ ମିଳିଥାଏ। ତେଣୁ ସମସ୍ତେ ଭାବନ୍ତି ଥରୁଟିଏ ଝିଅ ବାହାଘର କଲା ବେଳେ କନ୍ୟାଦାନ କରି ମହାପୂଣ୍ୟ କମାଇବା ଆବଶ୍ୟକ। କିନ୍ତୁ ପଶ୍ଚିମବଙ୍ଗ ଜଣେ ବ୍ୟକ୍ତି କନ୍ୟାଦାନ କରିବାକୁ ମନା କରି ଏବେ ଚର୍ଚ୍ଚାରେ। ଆଉ ସେ କନ୍ୟାଦାନ ନ କରିବା ପାଇଁ ଯେଉଁ କଥାଟି କହିଛନ୍ତି ତାହା ଅତ୍ୟନ୍ତ ରୋଚକ। ବଙ୍ଗୀୟ ରୀତିରେ ହେଉଥିବା ଏକ ବିବାହରେ ମହିଳା ପୁରୋହିତ ଯେତେବେଳେ […]

କନ୍ୟାପିତା କହିଲେ: ‘ଝିଅ କୌଣସି ସମ୍ପତ୍ତି ନୁହେଁ, ଯେ ତାକୁ ଦାନ କରିବି’

DykUyHjVYAIw8JH

Advertisment

ନୂଆଦିଲ୍ଲୀ: କଥାରେ ଅଛି କନ୍ୟାଦାନ ମହାପୂଣ୍ୟ। ଏହି ପୂଣ୍ୟ କାମ କିରବାର ସୌଭାଗ୍ୟ କନ୍ୟାପିତାଙ୍କୁ ହିଁ ମିଳିଥାଏ। ତେଣୁ ସମସ୍ତେ ଭାବନ୍ତି ଥରୁଟିଏ ଝିଅ ବାହାଘର କଲା ବେଳେ କନ୍ୟାଦାନ କରି ମହାପୂଣ୍ୟ କମାଇବା ଆବଶ୍ୟକ। କିନ୍ତୁ ପଶ୍ଚିମବଙ୍ଗ ଜଣେ ବ୍ୟକ୍ତି କନ୍ୟାଦାନ କରିବାକୁ ମନା କରି ଏବେ ଚର୍ଚ୍ଚାରେ। ଆଉ ସେ କନ୍ୟାଦାନ ନ କରିବା ପାଇଁ ଯେଉଁ କଥାଟି କହିଛନ୍ତି ତାହା ଅତ୍ୟନ୍ତ ରୋଚକ।

Advertisment

ବଙ୍ଗୀୟ ରୀତିରେ ହେଉଥିବା ଏକ ବିବାହରେ ମହିଳା ପୁରୋହିତ ଯେତେବେଳେ କନ୍ୟା ପିତାଙ୍କୁ କନ୍ୟାଦାନ ପାଇଁ ଡାକିଲେ, ସେତେବେଳେ ସେ କନ୍ୟାଦାନ କରିବା ପାଇଁ ମନା କରି ଦେଇଥିଲେ ।  ଆଉ କହିଥିଲେ, “ମୋ ଝିଅ କୌଣସି ସମ୍ପତ୍ତି ନୁହେଁ ଯେ ମୁଁ ତାକୁ ଦାନ କରିଦେବି।”

ଅସ୍ମିତା ନାମ୍ନୀ ଜଣେ ଟ୍ୱିଟର ହ୍ୟାଣ୍ଡଲର୍‌ ଏହି ଘଟଣାକୁ ଶେଆର କରିଛନ୍ତି। ଅସ୍ମିତା ଟ୍ୱିଟରରେ ଲେଖିଛନ୍ତି ଯେ, ସେ ଏକ ମହିଳା ପଣ୍ଡିତଙ୍କ ଦ୍ୱାରା ହେଉଥିବା ବିବାହରେ ଉପସ୍ଥିତ ଥିଲେ, ଯେଉଁଠି ଏ ଘଟଣା ଘଟିଛି।

Advertisment

ତାଙ୍କର ଏହି ପୋଷ୍ଟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ କିଛି ଲୋକ ଏହାକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ କନ୍ୟାପିତାଙ୍କୁ ସମାଲୋଚନା କରିଛନ୍ତି।

https://twitter.com/asmitaghosh18/status/1092427262115209222

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe