Advertisment

ଟ୍ରାଫିକ୍ କ୍ୟାମେରା ଖୋଲିଲା ସ୍ୱାମୀଙ୍କ ଅସଲ ଚରିତ୍ର! ଛାଡ଼ପତ୍ର ଧମକ ଦେଲେ ସ୍ତ୍ରୀ

ନୂଆଦିଲ୍ଲୀ: ସେପ୍ଟେମ୍ୱର ପହିଲାରୁ କେନ୍ଦ୍ର ସରକାରଙ୍କ ନୂଆ ମୋଟର ଭେଇକିଲ୍ ଆକ୍ଟ କଡ଼ାକଡ଼ି ହୋଇଛି। ନୂଆ ନିୟମକୁ ନେଇ ଏବେ ସାରା ଦେଶରେ ଟ୍ରାଫିକ୍ ପୁଲିସ ଚର୍ଚ୍ଚାରେ। ସାଧାରଣତଃ ଲୋକମାନେ ଟ୍ରାଫିକ ପୁଲିସ ଉପରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାରି ଭିତରେ କିନ୍ତୁ ଟ୍ରାଫିକ୍ ପୁଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଣେ ମହିଳା। କାରଣ ଟ୍ରାଫିକ୍ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରା ମହିଳାଙ୍କ ସ୍ୱାମୀଙ୍କ ଅସଲ ପରିଚୟ ଖୋଲି ଦେଇଛି। ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ଜଣଙ୍କ ଗତମାସରେ […]

ଅଦ୍ୟତନ ହୋଇଛି
ଟ୍ରାଫିକ୍ କ୍ୟାମେରା ଖୋଲିଲା ସ୍ୱାମୀଙ୍କ ଅସଲ ଚରିତ୍ର! ଛାଡ଼ପତ୍ର ଧମକ ଦେଲେ ସ୍ତ୍ରୀ

traffic cctv

Advertisment

ନୂଆଦିଲ୍ଲୀ: ସେପ୍ଟେମ୍ୱର ପହିଲାରୁ କେନ୍ଦ୍ର ସରକାରଙ୍କ ନୂଆ ମୋଟର ଭେଇକିଲ୍ ଆକ୍ଟ କଡ଼ାକଡ଼ି ହୋଇଛି। ନୂଆ ନିୟମକୁ ନେଇ ଏବେ ସାରା ଦେଶରେ ଟ୍ରାଫିକ୍ ପୁଲିସ ଚର୍ଚ୍ଚାରେ। ସାଧାରଣତଃ ଲୋକମାନେ ଟ୍ରାଫିକ ପୁଲିସ ଉପରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାରି ଭିତରେ କିନ୍ତୁ ଟ୍ରାଫିକ୍ ପୁଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଣେ ମହିଳା। କାରଣ ଟ୍ରାଫିକ୍ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରା ମହିଳାଙ୍କ ସ୍ୱାମୀଙ୍କ ଅସଲ ପରିଚୟ ଖୋଲି ଦେଇଛି।

Advertisment

ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ଜଣଙ୍କ ଗତମାସରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ। ଏହାପରେ ଟ୍ରାଫିକ୍ ପୁଲିସ ଏକ ଫଟୋ ତାଙ୍କ ଘରକୁ ପଠାଇଥିଲା। ଯାହାକୁ ମହିଳା ଜଣକ ଗ୍ରହଣ କରିଥିଲେ। ଏହି ଫଟୋରେ ତାଙ୍କ ସ୍ୱାମୀଙ୍କ ଗାଡ଼ି ପଛରେ ଜଣେ ମହିଳା ବସିଥିଲେ। ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବାର କାରଣ ଥିଲା ଗାଡ଼ି ପଛରେ ବସିଥିବା ମହିଳା ଜଣଙ୍କ ହେଲମେଟ୍ ପିନ୍ଧି ନଥିଲେ।

[caption id="attachment_431710" align="aligncenter" width="750"]publive-image ଏହି ଫଟୋଟି ଟ୍ରାଫିକ୍ ପୁଲିସ ପଠାଇଥିଲା[/caption]

Advertisment

ମହିଳାଙ୍କ ସ୍ୱାମୀ ଘରକୁ ଆସିବା ମାତ୍ରେ ତାଙ୍କୁ ଟ୍ରାଫିକ୍ ପୁଲିସ ଦ୍ୱାରା ଆସିଥିବା ଫଟୋକୁ ଦେଖାଇଥିଲେ ଓ ପଚାରିଥିଲେ ପଛରେ ବସିଥିବା ମହିଳା ଜଣଙ୍କ କିଏ। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କ ପିଲାଛୁଆଙ୍କୁ ଧରି ତାଙ୍କ ବାପ ଘରକୁ ପଳାଇଥିବା ଜଣାପଡ଼ିଛି। ଏହାପରେ ସେ ସୋଶାଲ ମିଡିଆ ଜରିଆରେ କ’ଣ ନିଷ୍ପତ୍ତି ନେବେ ବୋଲି ଲୋକଙ୍କ ମତ ମାଗିଛନ୍ତି। ଯଦି ଆଗାମୀ ଦିନରେ ସନ୍ତୋଷଜନକ ଉତ୍ତର ତାଙ୍କ ସ୍ୱାମୀ ନ ଦେବେ ତାହେଲେ ଛାଡ଼ପତ୍ର ଦେବେ ବୋଲି ସେ ସୋଶାଲ ମିଡିଆରେ କହିଛନ୍ତି। ଏଥିସହ ଟ୍ରାଫିକ୍ ପୁଲିସର ସିସିଟିଭି କ୍ୟାମେରାକୁ ଧନ୍ୟବାଦ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe