Advertisment

କାର୍‌ରୁ ଖସି ପଡ଼ିଲା ଛୁଆ, ତା’ପରେ...

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ସମୟରେ ଅସାବଧାନତା ଯୋଗୁ ଦୁର୍ଘଟଣା ଘଟୁଛି ଓ ଧନଜୀବନ ନଷ୍ଟ ହେଉଛି। ଗତ ୯ ତାରିଖରେ ହରିୟାଣାର ଜଣେ ଆଇପିଏସ୍ ଅଫିସର୍ ପଙ୍କଜ ନୈନ ତାଙ୍କ ଟ୍ୱିଟର ପେଜ୍‌ରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ସାମାନ୍ୟ ଅସାବଧାନ ଯୋଗୁ କେମିତି ଏକ ଦୁର୍ଘଟଣା ଘଟିଛି, ତାହା ଏଥିରେ ଦେଖିବାକୁ ମିଳିଛି। ଭିଡିଓଟିରେ ରାସ୍ତାରେ ଏକ ଧଳା କାର୍‌ ଯାଉଛି। ଏକ ବୁଲାଣି ଅତିକ୍ରମ କରିବା ବେଳେ […]

ଅଦ୍ୟତନ ହୋଇଛି
କାର୍‌ରୁ ଖସି ପଡ଼ିଲା ଛୁଆ, ତା’ପରେ...

car

Advertisment

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ସମୟରେ ଅସାବଧାନତା ଯୋଗୁ ଦୁର୍ଘଟଣା ଘଟୁଛି ଓ ଧନଜୀବନ ନଷ୍ଟ ହେଉଛି। ଗତ ୯ ତାରିଖରେ ହରିୟାଣାର ଜଣେ ଆଇପିଏସ୍ ଅଫିସର୍ ପଙ୍କଜ ନୈନ ତାଙ୍କ ଟ୍ୱିଟର ପେଜ୍‌ରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ସାମାନ୍ୟ ଅସାବଧାନ ଯୋଗୁ କେମିତି ଏକ ଦୁର୍ଘଟଣା ଘଟିଛି, ତାହା ଏଥିରେ ଦେଖିବାକୁ ମିଳିଛି।

Advertisment

ଭିଡିଓଟିରେ ରାସ୍ତାରେ ଏକ ଧଳା କାର୍‌ ଯାଉଛି। ଏକ ବୁଲାଣି ଅତିକ୍ରମ କରିବା ବେଳେ ହଠାତ୍ କାର୍‌ର କବାଟ ଖୋଲି ଯାଇଛି ଓ ସେଥିରୁ ଏକ ଛୋଟ ପିଲା ରାସ୍ତାରେ ପଡ଼ିଯାଇଛି। ତେବେ ସୌଭାଗ୍ୟ ବଶତଃ ପିଲାଟିର କିଛି ହୋଇ ନଥିଲା। ପିଲାଟି ପଡ଼ିବା ଦେଖି ପଛରୁ ଆସୁଥିବା ଏକ ଗାଡ଼ି ବ୍ରେକ୍ ଦେଇ ରହିଯାଉଛି। ତା’ସହିତ ସାମ୍ନାରୁ ଆସୁଥିବା ଏକ ବସ୍ ମଧ୍ୟ ରହିଯାଉଛି। ଭିଡିଓଟିକୁ ଦେଖିଲେ ଲାଗୁଛି ପଛରୁ ଆସୁଥିବା ଗାଡ଼ିଟି ଠିକ୍ ସମୟରେ ସେଠାରେ ଅଟକି ନଥିଲେ ହୁଏତ ପିଲାଟି ଉପରେ ଚଢ଼ି ଯାଇଥା’ନ୍ତା।

ପଙ୍କଜ ନୈନ୍‌ ଏହି ଭିଡିଓକୁ ଶେଆର କରି ଲେଖିଛନ୍ତି, ଛୁଆଙ୍କୁ ନେଇ ଗାଡ଼ିରେ ଯାତ୍ରା କଲା ବେଳେ ଚାଇଲ୍ଡ ଲକ୍ ଓ ଚାଇଲ୍ଡ ସିଟ୍ ବହୁତ ଗୁରୁତ୍ୱପୂର୍ଣ୍ଣ। କାର୍‌ର ପ୍ରତ୍ୟେକ କବାଟକୁ ଠିକ୍ ଭାବେ ବନ୍ଦ କରିବା ଉଚିତ୍। ଏହି ଛୁଆଟି ପରି ସବୁ ଛୁଆ ଭାଗ୍ୟବାନ ହୋଇ ନପାରନ୍ତି।  ଏହି ଭିଡିଓକୁ ଦେଖି ୬୦୦ରୁ ଅଧିକ ଲୋକ ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ଲୋକ ବାପାମା’ମାନେ ଅଧିକ ସତର୍କ ହେବା ଜରୁରୀ ବୋଲି ଲେଖିଥିବା ବେଳେ ଆଉ କେହି କେହି ଆଇପିଏସ୍ ନୈନ ଏହି ଭିଡିଓ ଶେଆର୍ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisment

https://twitter.com/ipspankajnain/status/1215117706942246912

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe