Advertisment

ଅନ୍‌ଲାଇନ୍‌ରେ Apple Watch 6 ମଗାଇଲେ ଅଭିନେତା, ଆସିଲା ପଥର

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଆଜି କାଲି ସବୁ କିଛି ମିଳୁଛି। ଲୋକେ ସପିଂ ମଲ୍‌ ଯିବା ଅପେକ୍ଷା ଘରେ ବସି ଅନ୍‌ଲାଇନ୍‌ରୁ ସପିଂ କରିବା ପାଇଁ ବେଶ୍‌ ଭଲପାଆନ୍ତି। ନନ୍‌ ବ୍ରାଣ୍ଡେଡ୍‌ ଜିନିଷ ଠାରୁ ଆରମ୍ଭ କରି ଦାମୀ ବ୍ରାଣ୍ଡେଡ ଜିନିଷ ସବୁ କିଛି ଅନ୍‌ଲାଇନ୍‌ରେ ହାତ ପାଆନ୍ତରେ ଗୋଟିଏ ବଟନ୍‌ରେ ମିଳିଯାଉଛି। କିନ୍ତୁ ବେଳେ ବେଳେ ଏହି ଅନ୍‌ଲାଇନ୍‌ ସପିଂ କରିବା କେତେକଙ୍କୁ ମହଙ୍ଗା ପଡୁଛି। ଠକାମିର ଶିକାର ହେଉଛନ୍ତି ଲୋକେ। ଏବେ ଏହି ଅନ୍‌ଲାଇନ୍‌ ଠକେଇର […]

author-image
Madhupriya Mistry
ଅନ୍‌ଲାଇନ୍‌ରେ Apple Watch 6 ମଗାଇଲେ ଅଭିନେତା, ଆସିଲା ପଥର

Apple watch 6

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଆଜି କାଲି ସବୁ କିଛି ମିଳୁଛି। ଲୋକେ ସପିଂ ମଲ୍‌ ଯିବା ଅପେକ୍ଷା ଘରେ ବସି ଅନ୍‌ଲାଇନ୍‌ରୁ ସପିଂ କରିବା ପାଇଁ ବେଶ୍‌ ଭଲପାଆନ୍ତି। ନନ୍‌ ବ୍ରାଣ୍ଡେଡ୍‌ ଜିନିଷ ଠାରୁ ଆରମ୍ଭ କରି ଦାମୀ ବ୍ରାଣ୍ଡେଡ ଜିନିଷ ସବୁ କିଛି ଅନ୍‌ଲାଇନ୍‌ରେ ହାତ ପାଆନ୍ତରେ ଗୋଟିଏ ବଟନ୍‌ରେ ମିଳିଯାଉଛି। କିନ୍ତୁ ବେଳେ ବେଳେ ଏହି ଅନ୍‌ଲାଇନ୍‌ ସପିଂ କରିବା କେତେକଙ୍କୁ ମହଙ୍ଗା ପଡୁଛି। ଠକାମିର ଶିକାର ହେଉଛନ୍ତି ଲୋକେ। ଏବେ ଏହି ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଜଣେ ଅଭିନେତା। ତାଙ୍କୁ ଦାମୀ ଘଣ୍ଟା ବଦଳରେ ମିଳିଛି ପଥର।

Advertisment

ଏକ ମାଗାଜିନ୍‌ର ରିପୋର୍ଟ ଅନୁସାରେ ଅନ୍‌ଲାଇନ୍‌ରେ ଦାମୀ ବ୍ରାଣ୍ଡେଡ୍ ଘଣ୍ଟା ମାଗାଥିଲେ ବ୍ରାଜିଲର ଜଣେ ଅଭିନେତା। ସେ ୪୪ଏମ୍‌ଏମ୍‌ର Apple Watch 6 ସିରିଜ ଏକ ଘଣ୍ଟା ଅନ୍‌ଲାଇନ୍‌ରୁ ଅର୍ଡର କରିଥିଲେ। ସେ ଏହି ଘଣ୍ଟାକୁ Carrefourରୁ ଅର୍ଡର କରିଥିଲେ। ତେବେ ତାଙ୍କର ଏହି ଅର୍ଡର ଆସିବା ପାଇଁ ୧୨ ଦିନ ସମୟ ଲାଗିଥିଲା। ତେବେ ସେ ପ୍ୟାକ୍‌ ଖୋଲିବା ପରେ ସେଥିରୁ ଘଣ୍ଟା ବଦଳରେ ବାହାରିଥିଲା ପଥର।

നടൻ ഓർഡർ ചെയ്തത് 40,000 രൂപയുടെ ആപ്പിൾ വാച്ച് 6, വീട്ടിലെത്തിയത് കല്ല് |  Apple | Gadget | Smartwatch | Technology News | Gadget News | Malayalam  Technology News | Manorama Online

ରିପୋର୍ଟ ମୁତାବକ, Apple Watch 6 ପାଇଁ ଅଭିନେତା ଜଣକ ୪୦ ହଜାର ଟଙ୍କା ପେମେଣ୍ଟ କରିଥିଲେ। ଏହାପରେ ଅଭିନେତା ଜଣକ କମ୍ପାନୀ ସହ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ Carrefour କମ୍ପାନୀ ତାଙ୍କ ସହାୟତା କରିବା ପାଇଁ ସିଧାସଳଖ ମନା କରିଦେଇଥିଲା। ଏହା ପରେ ଅଭିନେତା ଜଣକ କମ୍ପାନୀ ନାଁରେ ମାମଲା ରୁଜୁ କରିଥିଲେ।

Advertisment

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଅଭିନେତା ଜଣକ ପୁଣି ଥରେ କମ୍ପାନୀ ସହ ଡିଲ୍‌ କରିଥିଲେ। ଏଥିରେ  Carrefour ତାଙ୍କୁ ପ୍ରାୟ ୧୫୦୦ ଡଲାର୍ ଦେବାକୁ ରାଜି ହୋଇଥିଲା। ସୂଚନା ମୁତାବକ ଗତ ବର୍ଷ ଆପଲ୍ ୱାଚ୍ 6 ଲଞ୍ଚ ହୋଇଥିଲା।