Advertisment

ଯାଆଁଳା, କିନ୍ତୁ ଜନ୍ମ ବର୍ଷ ଅଲଗା

ନୂଆ ଦିଲ୍ଲୀ: ଏକ ସଙ୍ଗେ ମା’ ଗର୍ଭରେ ବଢ଼ିଲେ, କିଛି କ୍ଷଣ ଅନ୍ତରରେ ଜନ୍ମ ହେଲେ ।  ଏହି ଅନ୍ତର ଯୋଗୁ ୨ ଜଣଙ୍କ ଜନ୍ମ ବର୍ଷ ବଦଳିଗଲା।  ଜଣେ ୨୦୨୧ ମସିହାରେ ଜନ୍ମ ହୋଇଥିବା ବେଳେ ଆଉ ଜଣେ ୨୦୨୨ ମସିହାରେ ଦୁନିଆର ଆଲୋକ ଦେଖିଲା। ଏପରି ଆଶ୍ୱର୍ଯ୍ୟଜନକ ଘଟଣା ଏବେ ସୋଶାଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏ ନେଇ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ନାଟିଭିଡାଡ ମେଡିକାଲ ସେଣ୍ଟର ପକ୍ଷରୁ ନିଜ ଫେସବୁକ୍‌ ପେଜରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଯାଆଁଳା, କିନ୍ତୁ ଜନ୍ମ ବର୍ଷ ଅଲଗା

twins

ନୂଆ ଦିଲ୍ଲୀ: ଏକ ସଙ୍ଗେ ମା’ ଗର୍ଭରେ ବଢ଼ିଲେ, କିଛି କ୍ଷଣ ଅନ୍ତରରେ ଜନ୍ମ ହେଲେ ।  ଏହି ଅନ୍ତର ଯୋଗୁ ୨ ଜଣଙ୍କ ଜନ୍ମ ବର୍ଷ ବଦଳିଗଲା।  ଜଣେ ୨୦୨୧ ମସିହାରେ ଜନ୍ମ ହୋଇଥିବା ବେଳେ ଆଉ ଜଣେ ୨୦୨୨ ମସିହାରେ ଦୁନିଆର ଆଲୋକ ଦେଖିଲା। ଏପରି ଆଶ୍ୱର୍ଯ୍ୟଜନକ ଘଟଣା ଏବେ ସୋଶାଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏ ନେଇ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ନାଟିଭିଡାଡ ମେଡିକାଲ ସେଣ୍ଟର ପକ୍ଷରୁ ନିଜ ଫେସବୁକ୍‌ ପେଜରେ ପୋଷ୍ଟ କରାଯାଇଛି।

Advertisment

ହସ୍ପିଟାଲ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଛୁଆ ସୁସ୍ଥ ଅଛନ୍ତି। ଉଭୟଙ୍କ ମଧ୍ୟରେ ୧୫ ମିନିଟ୍‌ର ଅନ୍ତର ଅଛି। ତେଣୁ ଗୋଟିଏ ଛୁଆର ଜନ୍ମ ୨୦୨୧ ମସିହାରେ ହୋଇଥିବା ବେଳେ ଆଉ ଜଣଙ୍କ ଜନ୍ମ ୨୦୨୨ରେ ହୋଇଛି।

[caption id="attachment_703884" align="aligncenter" width="650"]twins Representational Image[/caption]

Advertisment

ଏହାକୁ ନେଇ ୟୁଜର ବି ଖୁବ୍‌ କମେଣ୍ଟ କରୁଛନ୍ତି। ଜଣେ ୟୁଜର କମେଣ୍ଟ କରିଛନ୍ତି, ଦୁହେଁ ଯାଆଁଳା ହୋଇଥିବା ବେଳେ ସେମାନଙ୍କ ଜନ୍ମ ଭିନ୍ନ ଦିନ, ମାସ ଓ ବର୍ଷରେ ହୋଇଛି।  ଅନ୍ୟ ଜଣେ ଏହା ଖୁବ୍‌ ବିଚିତ୍ର ବୋଲି ଟ୍ୱିଟ କରିଛନ୍ତି।