Advertisment

ଦାମୀ କାର୍‌ ଉପରେ ଲିପିଦେଲେ ଗୋବର

ଗାନ୍ଧିନଗର: ଏବେ ସାରା ଦେଶରେ ଅସହ୍ୟ ତାତି ଅନୁଭୂତ ହେଉଛି। ପ୍ରଚଣ୍ଡ ଖରା ଯୋଗୁ ବାହାରେ ରହୁଥିବା ଆପଣଙ୍କ ଗାଡ଼ି ପାଇଁ ଆପଣ ଚିନ୍ତିତ ହେଉଥିବେ ନିଶ୍ଚୟ! କାରଣ ଆପଣଙ୍କ ଦାମିକା ଗାଡ଼ି ସବୁବେଳେ ଖରାରେ ରହିଲେ ସେଥିରୁ ରଙ୍ଗ ଛାଡ଼ିଯାଇପାରେ। ତା’ହେଲେ ଏହି ସମୟରେ ଆପଣ କ’ଣ କରିବେ? ଗାଡ଼ିକୁ ଛାଇରେ ରଖିବେ, ନହେଲେ ତା ଉପରେ କଭର୍‌ ଲଗାଇବେ। ହେଲେ ଏହି ସମସ୍ୟାରୁ ରକ୍ଷା ପାଇବାକୁ ଯାଇ ଗୁଜୁରାଟର ଜଣେ ମହିଳା ଯାହା କରିଛନ୍ତି […]

ଅଦ୍ୟତନ ହୋଇଛି
ଦାମୀ କାର୍‌ ଉପରେ ଲିପିଦେଲେ ଗୋବର

66

Advertisment

ଗାନ୍ଧିନଗର: ଏବେ ସାରା ଦେଶରେ ଅସହ୍ୟ ତାତି ଅନୁଭୂତ ହେଉଛି। ପ୍ରଚଣ୍ଡ ଖରା ଯୋଗୁ ବାହାରେ ରହୁଥିବା ଆପଣଙ୍କ ଗାଡ଼ି ପାଇଁ ଆପଣ ଚିନ୍ତିତ ହେଉଥିବେ ନିଶ୍ଚୟ! କାରଣ ଆପଣଙ୍କ ଦାମିକା ଗାଡ଼ି ସବୁବେଳେ ଖରାରେ ରହିଲେ ସେଥିରୁ ରଙ୍ଗ ଛାଡ଼ିଯାଇପାରେ। ତା’ହେଲେ ଏହି ସମୟରେ ଆପଣ କ’ଣ କରିବେ? ଗାଡ଼ିକୁ ଛାଇରେ ରଖିବେ, ନହେଲେ ତା ଉପରେ କଭର୍‌ ଲଗାଇବେ।

Advertisment

ହେଲେ ଏହି ସମସ୍ୟାରୁ ରକ୍ଷା ପାଇବାକୁ ଯାଇ ଗୁଜୁରାଟର ଜଣେ ମହିଳା ଯାହା କରିଛନ୍ତି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣଙ୍କ କାର୍‌କୁ ଥଣ୍ଡା ରଖିବା ପାଇଁ କାର୍‌ ଉପରକୁ ଗାଈ ଗୋବରରେ ଲିପି ଦେଇଛନ୍ତି।

ଫେସ୍‌ବୁକ୍‌ରେ ରୂପେସ୍‌ ଗୌରାଙ୍ଗ ଦାଶ ନାମକ ବ୍ୟକ୍ତି ଏହି ଫଟୋ  ଶେଆର୍‌ କରିଛନ୍ତି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ରୂପେସ୍‌ଙ୍କ ଫେସ୍‌ବୁକ୍‌ ପୋଷ୍ଟ ଅନୁସାରେ, ମହିଳାଙ୍କ ନାମ ସେଜଲ୍‌ ସାହ ବୋଲି ଜଣାପଡ଼ିଛି। ଏହି ଫଟୋଟି ମଧ୍ୟ ଅହମଦାବାଦ୍‌ ସହରର।

Advertisment

ମହିଳା ଜଣଙ୍କ ୪୫ ଡିଗ୍ରୀ ତାପମାତ୍ରାରୁ ନିଜ କାର୍‌କୁ ରକ୍ଷା କରିବାକୁ ଯାଇ ଏହିପରି କରିଛନ୍ତି। ଫେସ୍‌ବୁକ୍‌ରେ କାର୍‌ର ଦୁଇଟି ଫଟୋ ପୋଷ୍ଟ କରାଯାଇଛି। ଫଟୋ ପୋଷ୍ଟ ପରେ ଲୋକମାନଙ୍କର ମଜାଳିଆ କମେଣ୍ଟ ମଧ୍ୟ ଆସୁଛି। ୧୨୫ରୁ ଅଧିକ ଲୋକ ଏହି ଫଟୋକୁ ଶେଆର୍‌ କରିସାରିଲେଣି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଭାରତରେ ମାଟି ଘରମାନଙ୍କୁ ଚିକ୍କଣ କରିବାକୁ ଗାଈ ଗୋବରରେ ଲିପା ଯାଇଥାଏ।  ଏହା ଖରାଦିନେ ଘରକୁ ଥଣ୍ଡା ରଖିବା ସହ ଶୀତ ଦିନେ ଗରମ ମଧ୍ୟ ରଖିଥାଏ। ହେଲେ କାର୍‌କୁ ଗୋବରରେ ଲିପିବା ଘଟଣା ବୋଧେ ପ୍ରଥମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe