Advertisment

ଘୋଡ଼ା ଚଢ଼ି ଆସିଲେ, ପାର୍ସଲ ବାଣ୍ଟିଲେ

ଶ୍ରୀନଗର: ଏଣିକି ଆଉ ଗାଡି ନୁହେଁ ଘୋଡରେ ଆସୁଛନ୍ତି ଆମାଜନର ଡେଲିଭରି ବୟ। ଘୋଡା ଚଢ଼ି ଆସୁଛନ୍ତି, ଗ୍ରାହକଙ୍କ ଘରକୁ ଘର ଯାଇ ପାର୍ସଲ ବାଣ୍ଟୁଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କାଶ୍ମୀରରେ। ଏହି ଡେଲିଭରି ବୟଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭଇରାଲ ହେବାରେ ଲାଗିଛି। ଘାଟିରେ ତୁଷାର ପାତ ଯୋଗୁଁ ଚାରିଡେ ବରଫ ଜମି ରହିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗାଡି ଚଳାଚଳ ମଧ୍ୟ ଅଟକି ରହିଛି । ଏଭଳି ସ୍ଥିତିରେ […]

ଅଦ୍ୟତନ ହୋଇଛି
ଘୋଡ଼ା ଚଢ଼ି ଆସିଲେ, ପାର୍ସଲ ବାଣ୍ଟିଲେ

amazone delivery boy

Advertisment

ଶ୍ରୀନଗର: ଏଣିକି ଆଉ ଗାଡି ନୁହେଁ ଘୋଡରେ ଆସୁଛନ୍ତି ଆମାଜନର ଡେଲିଭରି ବୟ। ଘୋଡା ଚଢ଼ି ଆସୁଛନ୍ତି, ଗ୍ରାହକଙ୍କ ଘରକୁ ଘର ଯାଇ ପାର୍ସଲ ବାଣ୍ଟୁଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କାଶ୍ମୀରରେ। ଏହି ଡେଲିଭରି ବୟଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭଇରାଲ ହେବାରେ ଲାଗିଛି।

Advertisment

ଘାଟିରେ ତୁଷାର ପାତ ଯୋଗୁଁ ଚାରିଡେ ବରଫ ଜମି ରହିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗାଡି ଚଳାଚଳ ମଧ୍ୟ ଅଟକି ରହିଛି । ଏଭଳି ସ୍ଥିତିରେ ଏହି ଆମାଜନ ଡେଲିଭରି ବୟ ଜଣକ ଗ୍ରାହକଙ୍କୁ ପାର୍ସଲ ପହଞ୍ଚାଇବା ପାଇଁ ନିଆରା ଉପାୟ ଆପଣାଇଛନ୍ତି। ଘୋଡା ପଠିରେ ନିଜ ବ୍ୟାଗ ଲଦି ସେ ବାହାରିଛନ୍ତି ପାର୍ସଲ ବାଣ୍ଟିବା ପାଇଁ। ଘରକୁ ଘର ବୁଲି ସେ ପାର୍ସଲ ଡେଲିଭରି ମଧ୍ୟ କରୁଛନ୍ତି। ଯିଏ ଏହି ଆମାଜନ ଡେଲିଭରି ବୟଙ୍କୁ ଦେଖୁଛି ସିଏ ଘଡିଏ ଅଟକି ଯାଉଛି। ଏହି ସମୟରେ ସେ ଗ୍ରାହକଙ୍କ ଫୋନ କଲସ୍‌ ମଧ୍ୟ ଆଟେଣ୍ଡ କରୁଛନ୍ତି।

Advertisment


ଏହି ପୁରା ଘଟଣାର ଭିଡିଓକୁ ଉମର ନାମକ ଜଣେ ୟୁଜର ନିଜ ଟୁଇଟର ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓଟି ଭାଇରାଲ ହେବା ସହ ଟୁଇଟର ଟ୍ରେଣ୍ଡିଂ ପାଲଟିଯାଇଛି। ଲୋକଙ୍କୁ ଡେଲିଭରି ବୟଙ୍କ ଏହି ଭିଡିଓଟି ବେଶ୍‌ ପସନ୍ଦ ଆସୁଛି। ଖବର ଲେଖା ହେବା ଯାଏଁ ଏହି ଭିଡିଓଟିକୁ ୩୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହ ୧୨ଶହରୁ ଅଧିକ ଲାଇକ୍ସ ମଧ୍ୟ ମିଳିଛି।

ଅନେକ ଲୋକେ ଏହି ଭିଡିଓକୁ ନେଇ କମେଣ୍ଟ କରିଛନ୍ତି। କିଛି ଲୋକ ଆମାଜନ ଡେଲିଭରି ବୟଙ୍କୁ ଏଭଳି ନିଆରା ପ୍ରୟାସ ପାଇଁ ପ୍ରଶଂସା କରିଥିବା ବେଳେ ଆଉ କେତେକ ଆମାଜନକୁ ମଜାଳିଆ ଢ଼ଙ୍ଗରେ ଟାର୍ଗେଟ କରିଛନ୍ତି।

Amazon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe