amazon
ଅନଲାଇନ୍ ଶପିଂ ସମୟରେ ବିଭିନ୍ନ ସମୟରେ ତ୍ରୁଟି ବିଚ୍ୟୁତି ସବୁ ସାମ୍ନାକୁ ଆସିଥାଏ। ଏମିତି ବି ଦେଖିବାକୁ ମିଳିଛି, ଗ୍ରାହକ ଗୋଟିଏ ଜିନିଷ ଅର୍ଡର କରିଛନ୍ତି କିନ୍ତୁ ଅନ୍ୟ କୌଣସି ଜିନିଷ ଡେଲିଭରି ହୋଇଛି। ହେଲେ ନିକଟରେ ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହୋଇଛି, ଯାହାପରେ ସେ ଅନଲାଇନ୍ ଶପିଂ ସାଇଟ୍ ଉପରେ ଗଦଗଦ ହୋଇପଡ଼ିଛନ୍ତି।
ସମସ୍ତଙ୍କ ଭଳି ଜୋଶ ସଫ୍ଟଓ୍ବେୟାର ସହ-ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୌତମ ରେଗେ ମଧ୍ୟ ଅନଲାଇନ୍ ଶପିଂ କରିବାକୁ ଭଲପାଆନ୍ତି। ସେ ଆମାଜନ ସାଇଟରୁ ୩୦୦ ଟଙ୍କା ମୂଲ୍ୟର ଏକ ସ୍କିନ୍ ଲୋସନ ଅର୍ଡର କରିଥିଲେ। ହେଲେ ତାଙ୍କୁ ୧୯ ହଜାର ଟଙ୍କା ମୂଲ୍ୟର ବୋସ୍ କମ୍ପାନୀର ହେଡଫୋନ୍ ମିଳିଗଲା।
ତେବେ ଘଟଣାଟି ଏଇଠି ସରୁନାହିଁ। ରେଗେ ଭୁଲ୍ ଜିନିଷ ଡେଲିଭରିରେ ପାଇଥିବା ନେଇ ଆମାଜନ କଷ୍ଟମର କେୟାରକୁ ଜଣାଇଥିଲେ। ସେ ଏହାକୁ ଫେରାଇ ଦେବାକୁ ଚାହୁଁଥିଲେ ମଧ୍ୟ କଷ୍ଟମର ସପୋର୍ଟ ତାଙ୍କୁ ଏହି ପ୍ରିମିୟମ୍ ହେଡଫୋନ୍ ରଖିବାକୁ କହିଥିଲା। କାରଣ ଜିନିଷଟି 'ନନ୍ ରିଟର୍ଣ୍ଣେବଲ୍' କ୍ୟାଟେଗୋରିର। ତେବେ ନିଜେ ରେଗେ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ରେଗେଙ୍କ ଏହି ଟ୍ୱିଟ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାସହ ଅନେକେ ଆମାଜନ ଗ୍ରାହକଙ୍କ ଦୁର୍ଭାଗ୍ୟର ଉଦାହରଣ ମଧ୍ୟ ଦେଇଛନ୍ତି। ତା'ଉପରେ ଟିକେ ନଜର ପକାନ୍ତୁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/a-1.jpg)