Advertisment

ଅଟୋ ଭିତରୁ ବାହାରିଲେ ୨୪ ଯାତ୍ରୀ

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କୌଣସି ଗାଡ଼ି ନିଜ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ବୋହିଲେ ଏହାକୁ ଅପରାଧ ବୋଲି ଧରାଯିବ। ଏଥିପାଇଁ ଉଭୟ ଡ୍ରାଇଭର ଏବଂ ଗାଡ଼ିର ଲାଇସେନ୍ସ ରଦ୍ଦ ହୋଇପାରେ। ଏବେ ଏହି ନିୟମକୁ ଜଣେ ଅଟୋ ଚାଳକ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଆପଣ ଅନୁମାନ କରନ୍ତୁ, ଗୋଟିଏ ତିନି ଚକିଆ ଯ।ତ୍ରୀବାହୀ ଅଟୋରେ କେତେ ଜଣ ଯାତ୍ରା କରିପାରିବେ? ୫, ୬, ୭, ୧୦ ଯାହାକି ଆବଶ୍ୟକ ଯାତ୍ରୀରୁ ବି […]

ଅଦ୍ୟତନ ହୋଇଛି
ଅଟୋ ଭିତରୁ ବାହାରିଲେ ୨୪ ଯାତ୍ରୀ

VIRAL VIDEO AUTO

Advertisment

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କୌଣସି ଗାଡ଼ି ନିଜ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ବୋହିଲେ ଏହାକୁ ଅପରାଧ ବୋଲି ଧରାଯିବ। ଏଥିପାଇଁ ଉଭୟ ଡ୍ରାଇଭର ଏବଂ ଗାଡ଼ିର ଲାଇସେନ୍ସ ରଦ୍ଦ ହୋଇପାରେ। ଏବେ ଏହି ନିୟମକୁ ଜଣେ ଅଟୋ ଚାଳକ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଆପଣ ଅନୁମାନ କରନ୍ତୁ, ଗୋଟିଏ ତିନି ଚକିଆ ଯ।ତ୍ରୀବାହୀ ଅଟୋରେ କେତେ ଜଣ ଯାତ୍ରା କରିପାରିବେ? ୫, ୬, ୭, ୧୦ ଯାହାକି ଆବଶ୍ୟକ ଯାତ୍ରୀରୁ ବି ଅଧିକ। ଏବେ ଗୋଟିଏ ଅଟୋରେ ୨୪ ଜଣ ଯାତ୍ରୀ ଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଏହି ଅଟୋ ଚାଳକ ତେଲଙ୍ଗାନା କରିମନଗରର ବୋଲି ଜଣାପଡ଼ିଛି। କରିମନଗର ପୁଲିସ କମିଶନର ଏହି ଅଟୋ ଚାଳକର ୨ ମିନିଟ୍ ୯ ସେକେଣ୍ଡର ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଯାହାକୁ ୧୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

Advertisment


ସଡ଼କ ସୁରକ୍ଷାକୁ ନଜରରେ ରଖି କରିମନଗର ପୁଲିସ ପକ୍ଷରୁ ରାସ୍ତାରେ ଯାଞ୍ଚ ହେଉଥିଲା। ଏହି ସମୟରେ ଏହି ଯାତ୍ରୀବାହୀ ଅଟୋଟି ପୁଲିସ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲା। ଏହାପରେ ପୁଲିସ ଅଧିକାରୀ ଅଟୋ ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ବାହାରିବା ପାଇଁ କହି ଏକ ଭିଡିଓ ଶୁଟିଂ କରିଥିଲେ।

ଏହାପରେ ପୁଲିସ କମିଶନର ଏହି ଭିଡିଓକୁ ଟୁଇଟ୍ କରି ସଡ଼କ ସୁରକ୍ଷା ପାଇଁ ସମସ୍ତଙ୍କୁ ଅପିଲ୍ କରିଥିବା ବେଳେ ଅଧିକ ଯାତ୍ରୀ ବୋଝେଇ ନେଉଥିବା ଅଟୋରେ ନଯିବାକୁ ପରାମର୍ଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe