Advertisment

ଏହି ଭିଡିଓ ଦେଖି କାନ୍ଦି ପକାଇଲେ ଆନନ୍ଦ ମହିନ୍ଦ୍ରା!

ନୂଆଦିଲ୍ଲୀ: ଗତ ଶନିବାର ଦିନ ମହିନ୍ଦା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରପର୍ସନ୍‌ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଭିଡିଓ ଶେଆର କରିଥିଲେ। ଏହି ଭିଡିଓରେ ଜଣେ ହାତ ନଥିବା ଶିଶୁ ପାଦ ସାହାଯ୍ୟରେ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି। ଚେୟାର ଉପରେ ବସି ଜଣେ ଶିଶୁ ତା ପାଖ ଟେବୁଲ୍‌ ଉପରେ ଥୁଆଯାଇଥିବା ଏକ ପ୍ଲେଟ୍‌ରୁ ଖାଦ୍ୟକୁ ଚାମଚ ସାହାଯ୍ୟରେ ନେବାକୁ ଚେଷ୍ଟା କରୁଛି କିନ୍ତୁ ଖାଦ୍ୟଟି ପ୍ରଥମ ଥର ପାଟି ପାଖକୁ ପହଞ୍ଚୁନି ସେ ବାରମ୍ବାର […]

author-image
Biswobandita Swain
ଅଦ୍ୟତନ ହୋଇଛି
ଏହି ଭିଡିଓ ଦେଖି କାନ୍ଦି ପକାଇଲେ ଆନନ୍ଦ ମହିନ୍ଦ୍ରା!

anand

ନୂଆଦିଲ୍ଲୀ: ଗତ ଶନିବାର ଦିନ ମହିନ୍ଦା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରପର୍ସନ୍‌ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଭିଡିଓ ଶେଆର କରିଥିଲେ। ଏହି ଭିଡିଓରେ ଜଣେ ହାତ ନଥିବା ଶିଶୁ ପାଦ ସାହାଯ୍ୟରେ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି। ଚେୟାର ଉପରେ ବସି ଜଣେ ଶିଶୁ ତା ପାଖ ଟେବୁଲ୍‌ ଉପରେ ଥୁଆଯାଇଥିବା ଏକ ପ୍ଲେଟ୍‌ରୁ ଖାଦ୍ୟକୁ ଚାମଚ ସାହାଯ୍ୟରେ ନେବାକୁ ଚେଷ୍ଟା କରୁଛି କିନ୍ତୁ ଖାଦ୍ୟଟି ପ୍ରଥମ ଥର ପାଟି ପାଖକୁ ପହଞ୍ଚୁନି ସେ ବାରମ୍ବାର ଖାଦ୍ୟକୁ ପାଟି ପାଖକୁ ନେବାକୁ ଚେଷ୍ଟା କରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି।

Advertisment

ପିଲାଟିକୁ ପାଖାପାଖି ଦୁଇ ବର୍ଷ ହେବ। ଏହି ପୋଷ୍ଟକୁ ଶେଆର କରି ଆନନ୍ଦ ଲେଖିଛନ୍ତି, ଏହି ଭିଡିଓ ଦେଖିବା ପରେ ମୋ ଆଖିରେ ଲୁହ ଚାଲିଆସିଲା। ସେ ଆହୁରି ଲେଖିଛନ୍ତି, ଜୀବନ କିଛି ଅଭାବ ଏବଂ ସମସ୍ୟାକୁ ନେଇ ଆରମ୍ଭ ହୋଇଥାଏ। ତଥାପି ଜୀବନ ଏକ ଉପହାର। ଆଉ ଏହି ଉପହାରକୁ ଆମେ ସମସ୍ତେ ଖୁସି ଖୁସି ଗ୍ରହଣ କରିବା ଉଚିତ। ଏହି ଭିଡିଓଟି ତାର ଏକ ଉଦାହରଣ।

ଆନନ୍ଦ ମହିନ୍ଦ୍ରାଙ୍କର ଏହି ଭିଡିଓକୁ ୫୦,୦୦୦ ଅଧିକ ଲାଇକ୍‌ ମିଳିଥିବା ବେଳେ ୧୦,୦୦୦ରୁ ଅଧିକ ରିଟ୍ୱିଟ୍‌ କରିଛନ୍ତି।

Advertisment

https://twitter.com/anandmahindra/status/1175270160837595137