mahindra
ନୂଆଦିଲ୍ଲୀ : ସୋଶାଲ ମିଡିଆ ଆକାଉଣ୍ଟ ଟ୍ୱିଟର୍ରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବେଶ୍ ସକ୍ରିୟ ରହିବା ଦେଖିବାକୁ ମିଳିଥାଏ। ଟ୍ୱିଟରରେ ସେ ଅନେକ ପ୍ରେରଣାଦାୟୀ ତଥା ମଜାଳିଆ ପୋଷ୍ଟ କରି ୟୁଜରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥା’ନ୍ତି। ଜାନୁଆରୀ ୫ ତାରିଖରେ ଆନନ୍ଦ କରିଥିବା ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି।
ପୋଷ୍ଟରେ ସେ ରେଷ୍ଟୁରାଣ୍ଟରେ ଥିବା ଏକ ମେନୁର ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ଦେଖିଲା ପରେ ଜଣେ ନହସି ରହିପାରିବ ନାହିଁ। ରେଷ୍ଟୁରାଣ୍ଟଟି ଶୁଦ୍ଧ ଶାକାହାରୀମାନଙ୍କ ପାଇଁ ହୋଇଥିବା ବେଳେ ସେଥିରେ ଥିବା ମେନୁରେ କିନ୍ତୁ ନନ୍ ଭେଜ୍ ଆଇଟମ୍ ସବୁ ଲେଖାଯାଇଛି।
ଫଟୋଟିକୁ ଶେଆର୍ କରି ଆନନ୍ଦ ଲେଖିଛନ୍ତି, ‘ବାସ୍ତବରେ ଅତୁଲ୍ୟ ଭାରତ କ’ଣ ଏହି ଉଦାହରଣରେ ଆପଣ ଭଲ ଭାବରେ ବୁଝି ପାରିବେ। କୌଣସି ଜିନିଷ ଉପରେ ମନର ଶକ୍ତି କେତେ ପ୍ରଭାବଶାଳୀ ତାହା ଆମେ ବର୍ଷ ବର୍ଷ ଧରି ଜାଣିଛୁ। ଆମିଷ ଓ ନିରାମିଷ ମଧ୍ୟରେ ଭିନ୍ନତା କ’ଣ ରହିଛି, ତାହା ଆମର ମସ୍ତିଷ୍କ ଉପରେ ନିର୍ଭର କରେ।’
ମେନୁଟି ପିଓର୍ ଭେଜ୍ ହୋଇଥିଲେ ବି ସେଥିରେ ଥିବା ଆଇଟମ୍ ନନ୍ ଭେଜ୍ ଯେପରିକି ‘ଭେଜ୍ ଫିସ୍ ଫ୍ରାଏ’, ‘ଭେଜ୍ ମଟନ୍ ଦୋସା’ ଓ ‘ଭେଜ୍ ଚିକେନ୍ ରାଇସ୍’ ଲେଖାଯାଇଛି।
ୟୁଜର୍ ଏହି ପୋଷ୍ଟଟିକୁ ଦେଖିବା ପରେ ରିଟ୍ୱିଟ୍ କରିବା ସହିତ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି। ଜଣେ ୟୁଜର୍ ଏହାକୁ ‘ଭେଜିଇଣ୍ଡିଆନ୍’ କହିଥିବା ବେଳେ ଅନ୍ୟ ଜଣେ ୟୁଜର କହିଛନ୍ତି, ‘ଏହି ମେନୁ ଗ୍ରାହକଙ୍କୁ ଖାଦ୍ୟ ଅର୍ଡର୍ କରିବା ପାଇଁ କନଫ୍ୟୁଜ୍ କରିବ।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/mahindra.jpg)