Advertisment

ତାୱାରେ ନୁହେଁ, କେବେ ଆଇରନ ଗରମ କରି ପ୍ରସ୍ତୁତ କରିଛନ୍ତି ରୁଟି ?

ମୁମ୍ବାଇ: ବିଜନେସ ଟାଇକୁନ ଆନନ୍ଦ ମହିନ୍ଦ୍ରା ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ସେ କରିଥିବା ଟ୍ୱିଟ ଖୁବ୍‌ ଶୀଘ୍ର ଭାଇରାଲ ମଧ୍ୟ ହୋଇଯାଏ। କିଛି ଦିନ ପୂର୍ବେ ଆନନ୍ଦ ମହିନ୍ଦ୍ରା କରିଥିବା ଟ୍ୱିଟ ପଢି ୟୁଜର୍ସ ହସି ହସି ଗଡିଗଲେ। ବର୍ଷା ହେଉଥିବା ସମୟରେ ଦିନେ ଆନନ୍ଦ ଘରେ ରହି ଯାଇଥିଲେ। ଏହି ସମୟରେ ପତ୍ନୀ ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବାରେ ସହାୟତା ମାଗିଥିଲେ। ଏହାପରେ ଆନନ୍ଦ କ’ଣ ରିପ୍ଲାଏ ଦେଲେ, ତାହା ଦେଖି ଆପଣ […]

author-image
Niharika Rout
ତାୱାରେ ନୁହେଁ, କେବେ ଆଇରନ ଗରମ କରି ପ୍ରସ୍ତୁତ କରିଛନ୍ତି ରୁଟି ?

roti-1..

ମୁମ୍ବାଇ: ବିଜନେସ ଟାଇକୁନ ଆନନ୍ଦ ମହିନ୍ଦ୍ରା ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ସେ କରିଥିବା ଟ୍ୱିଟ ଖୁବ୍‌ ଶୀଘ୍ର ଭାଇରାଲ ମଧ୍ୟ ହୋଇଯାଏ। କିଛି ଦିନ ପୂର୍ବେ ଆନନ୍ଦ ମହିନ୍ଦ୍ରା କରିଥିବା ଟ୍ୱିଟ ପଢି ୟୁଜର୍ସ ହସି ହସି ଗଡିଗଲେ।

Advertisment

ବର୍ଷା ହେଉଥିବା ସମୟରେ ଦିନେ ଆନନ୍ଦ ଘରେ ରହି ଯାଇଥିଲେ। ଏହି ସମୟରେ ପତ୍ନୀ ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବାରେ ସହାୟତା ମାଗିଥିଲେ। ଏହାପରେ ଆନନ୍ଦ କ’ଣ ରିପ୍ଲାଏ ଦେଲେ, ତାହା ଦେଖି ଆପଣ ହସ ରୋକିବା କଷ୍ଟକର ହୋଇ ପଡ଼ିବ।

publive-image

ନିଜ ପତ୍ନୀଙ୍କ କଥା ଅବଜ୍ଞା କରିବାକୁ ସାହସ କରି ନ ପାରି ଏହି ବିଜନେସ ଟାଇକୁନ ଏକ ଫଟୋ ପୋଷ୍ଟ କରି ଏହାର ରିପ୍ଲାଏ ଦେଇଥିଲେ। ଆନନ୍ଦ ଲେଖିଥିଲେ-  ମୁଁ ଏପରି ହିଁ କାମ କରେ। ଆପଣ ଚାହିଁଲେ ଏପରି ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ ଅଛି। ଫଟୋରେ ଜଣେ ବ୍ୟକ୍ତି ଆଇରନ ଗରମ କରି ରୁଟି ପ୍ରସ୍ତୁତ କରୁଛନ୍ତି। ଏହି ଟ୍ୱିଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହାକୁ ୧୮ ହଜାରରୁ ଅଧିକା ଲାଇକ୍‌ ମିଳି ସାରିଲାଣି ଓ ଖୁବ୍‌ କମେଣ୍ଟ ମଧ୍ୟ ଆସୁଛି।

Advertisment

https://twitter.com/anandmahindra/status/1155347426317725698

ଜଣେ ୟୁଜର ଲେଖିଛନ୍ତି, ଏହା ଦେଖି ଆପଣଙ୍କ ପତ୍ନୀ ଭୁଲରେ ବି ଆପଣଙ୍କ ସାହାଯ୍ୟ ମାଗିବେନି। ଏହି ଫଟୋ ଦେଖିବା ପରେ ସେ ଆପଣଙ୍କୁ ଆଇରନ ଦେବାରେ ନିହାତି ଭାବେ ଲଗାଇ ଦେଇଥିବେ। ଏହାପରେ ଆନନ୍ଦ କହିଛନ୍ତି, ଆପଣ ମୋ ରଣନୀତି ଠିକ୍‌ ବୁଝିଗଲେ।  ଏହି ଫଟୋ ଦେଖି ବହୁତ କମେଣ୍ଟ ଆସିବା ସହ ମଜାଳିଆ ଭିଡିଓ ମଧ୍ୟ ଶେଆର କରିଛନ୍ତି ୟୁଜର।