Advertisment

ଜନ୍ମ ଦିନରେ କଟକରେ ଫ୍ୟାନ୍‌ ମାନଙ୍କୁ ଦେଖା କରିବେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଲିଉଡ୍ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କର ଜନ୍ମଦିନ। ସେ ଆଜି ୩୭ ବର୍ଷରେ ପାଦ ଥାପିଛନ୍ତି। ୧୯୮୧ ମସିହା ଡିସେମ୍ବର ୨୪ ତାରିଖରେ ସେ ଜନ୍ମ ହୋଇଥିଲେ। ଜନ୍ମଦିନ ଅବସରରେ ଆଜି ସେ କିଛି ସମୟ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ସହ ବିତାଇବେ। ଆଜି ଦିନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସେ କଟକ ସହିଦ ଭବନ ସାମ୍ନାରେ ଫ୍ୟାନ୍ ମାନଙ୍କ ସହ ସମୟ ବିତାଇବାକୁ ସ୍ଥିର କରିଛନ୍ତି। ଏକ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
‘ଓଟିଭି’କୁ ଲିଗାଲ ନୋଟିସ୍ ପଠାଇଲେ ଅନୁଭବ

anubhab123

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଲିଉଡ୍ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କର ଜନ୍ମଦିନ। ସେ ଆଜି ୩୭ ବର୍ଷରେ ପାଦ ଥାପିଛନ୍ତି। ୧୯୮୧ ମସିହା ଡିସେମ୍ବର ୨୪ ତାରିଖରେ ସେ ଜନ୍ମ ହୋଇଥିଲେ।

Advertisment

ଜନ୍ମଦିନ ଅବସରରେ ଆଜି ସେ କିଛି ସମୟ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ସହ ବିତାଇବେ। ଆଜି ଦିନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସେ କଟକ ସହିଦ ଭବନ ସାମ୍ନାରେ ଫ୍ୟାନ୍ ମାନଙ୍କ ସହ ସମୟ ବିତାଇବାକୁ ସ୍ଥିର କରିଛନ୍ତି। ଏକ ଫେସ୍‌ବୁକ୍ ପୋଷ୍ଟ୍ ମାଧ୍ୟମରେ ଅନୁଭବ ଏହି ସୂଚନା ଦେଇଛନ୍ତି।

ଏକ କାଗଜରେ ଅନୁଭବ ଲେଖିଛନ୍ତି, “ଫ୍ୟାନ୍ସ, ମୁଁ ତୁମ ମାନଙ୍କୁ ବହୁତ ଭଲ ପାଏ। ଆଜି ସହିଦ ଭବନରେ ସାମ୍ନାରେ ଦିନ ୧୦ଟାରୁ ୧୧ଟା ମୁଁ ତୁମ ମାନଙ୍କ ସହ ଦେଖା କରିବି। ମୁଁ ତୁମ ମାନଙ୍କୁ ମୋ ପରିବାର ଭାବେ ପାଇ ବେଶ୍ ଖୁସି ଅଛି। ମୋ ଫ୍ୟାନ୍ ମାନେ ମୋ ପରିବାର।”

Advertisment

anubhabmohantyଏହି କାଗଜ ଧରି ଅନୁଭବ ଫଟୋ ଉଠାଇଛନ୍ତି ଓ ତାହାକୁ ତାଙ୍କ ଅଫିସିଆଲ୍ ଫେସ୍‌ବୁକ୍ ଆକାଉଣ୍ଟରକେ ଶେୟାର କରିଛନ୍ତି।