Advertisment

ଅଭିନନ୍ଦନ ଫେରିଲେ ଏମିତି କିଛି କରିବାକୁ ଯୋଜନା କରିଛନ୍ତି ଅନୁପ ଜଲୋଟା !

ମୁମ୍ୱାଇ: ଭାରତ ଫେରି ଆସୁଛନ୍ତି ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଭର୍ତମାନ୍‌। ଏଥିପାଇଁ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଇଛି। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିନନ୍ଦନଙ୍କୁ ଫେରାଇ ଦେବେ ବୋଲି ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପରେ ବଲିଉଡ୍‌ ସେଲିବ୍ରିଟିମାନେ ଟ୍ୱିଟର୍‌ ଜରିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିଜ ପ୍ରତିକ୍ରିୟାରେ ଭଜନ ସମ୍ରାଟ୍‌ ଅନୁପ ଜଲୋଟା ଟ୍ୱିଟ୍‌ କରି କହିଛନ୍ତି, ଅଭିନନ୍ଦନ ଫେରିଲେ ସେ ତାଙ୍କୁ ଏକ ନିଆରା ଉପହାର ଦେବାକୁ ଚାହୁଁଛନ୍ତି। ଆହୁରି ମଧ୍ୟ ଏହି […]

ଅଦ୍ୟତନ ହୋଇଛି
ଅଭିନନ୍ଦନ ଫେରିଲେ ଏମିତି କିଛି କରିବାକୁ ଯୋଜନା କରିଛନ୍ତି ଅନୁପ ଜଲୋଟା !

anup

Advertisment

ମୁମ୍ୱାଇ: ଭାରତ ଫେରି ଆସୁଛନ୍ତି ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଭର୍ତମାନ୍‌। ଏଥିପାଇଁ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଇଛି। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିନନ୍ଦନଙ୍କୁ ଫେରାଇ ଦେବେ ବୋଲି ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପରେ ବଲିଉଡ୍‌ ସେଲିବ୍ରିଟିମାନେ ଟ୍ୱିଟର୍‌ ଜରିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Advertisment

ନିଜ ପ୍ରତିକ୍ରିୟାରେ ଭଜନ ସମ୍ରାଟ୍‌ ଅନୁପ ଜଲୋଟା ଟ୍ୱିଟ୍‌ କରି କହିଛନ୍ତି, ଅଭିନନ୍ଦନ ଫେରିଲେ ସେ ତାଙ୍କୁ ଏକ ନିଆରା ଉପହାର ଦେବାକୁ ଚାହୁଁଛନ୍ତି।

publive-image

ଆହୁରି ମଧ୍ୟ ଏହି ଖବରରେ ଖୁସି ହୋଇ ସେ ଲେଖିଛନ୍ତି, “ମତେ ଦୃଢ଼ ବିଶ୍ୱାସ ରହିଛି ଯେ ଆମ ଦେଶର ବୀର ଅଭିନନ୍ଦନ ସକୁଶଳେ  ଭାରତ ଫେରିବେ। ଫେରିବା ପରେ ମୁଁ ଅଭିନନ୍ଦନଙ୍କ ଅନୁମତି ନେଇ ମୁମ୍ୱାଇରେ ଭଜନ ଗାୟକଙ୍କ ସହିତ ଏକ ସଙ୍ଗୀତ ସମାରୋହର ଆୟୋଜନ କରିବାକୁ ଚାହୁଁଛି। ଯଦି ଏହା ସମ୍ଭବ ହୋଇପାରିବ ତେବେ ମୋ ଜୀବନକୁ ସାର୍ଥକତା ମିଳିବ। ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରିବି।”publive-image

Advertisment

ଏହି କଥା ଭଜନ ସମ୍ରାଟ୍‌ ନିଜ ପକ୍ଷରୁ ଘୋଷଣା କରିଛନ୍ତି। ଅଭିନନ୍ଦନଙ୍କ ପ୍ରତି ଏପରି ସମ୍ମାନ ଦେଖି ଅନୁପ ଜଲୋଟାଙ୍କର ଟ୍ୱିଟ୍‌କୁ ସୋଶାଲ ମିଡିଆରେ ଭାଇରାଲ୍‌ କରାଯାଉଛି। ସେହିପରି କେବଳ ଅନୁପ ଜଲୋଟା ନୁହଁନ୍ତି, ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଟ୍ୱିଟର୍‌ରେ ଏପରି କିଛି ଲେଖିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

publive-image

ପ୍ରୀତି ଲେଖିଛନ୍ତି, “ଆମେରିକାବାସୀ ଏହି କଥାକୁ ନେଉ ଚିନ୍ତିତ ଅଛନ୍ତି ଯେ, ରୁଷ୍‌ର ୬୫ ବର୍ଷ ପୁରୁଣା ମିଗ୍‌-୨୧ ବିମାନ ଆମେରିକାରେ ତିଆରି ହୋଇଥିବା ଏଫ୍‌-୧୬ ବିମାନକୁ ଭାରତ-ପାକ୍‌ ସୀମାରେ କିପରି ତଳେ ପକାଇଲା? ଏଥିରୁ ପାଇଲଟ୍‌ ଟ୍ରେନିଙ୍ଗ୍‌ ବିଷୟରେ ଜଣାପଡ଼ିଥାଏ। କୌଣସି ପ୍ଲେନ୍‌ ସେତେବେଳେ ବେଷ୍ଟ୍‌ ହୋଇଥାଏ ଯେବେ ଏଥିରେ ବେଷ୍ଟ୍‌ ପାଇଲଟ୍‌ ରହିଥାନ୍ତି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe