କାନ୍ଧରେ ଶବ ବୋହିଲେ ମହିଳା ସବ-ଇନ୍ସପେକ୍ଟର
ବିଶାଖାପାଟଣା(ଯଶୋବନ୍ତ ପାଢୀ): କେହି ଆସିଲେନି, ଶେଷରେ ମହିଳା ସବ୍-ଇନ୍ସପେକ୍ଟର ମାନବିକତାର ପରିଚୟ ଦେଇ ଅଜଣା ମୃତଦେହକୁ ନିଜ କାନ୍ଧରେ ବୋହିଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କାଶୀବୁଗା-ପଲାସାର ସମପଙ୍ଗିପୁରମରେ ଏକ ଗାଁରେ। କାଶୀବୁଗା ପୁଲିସକୁ ଅଦାବିକୋଟୁରର ଏକ କ୍ଷେତରେ ଅଜ୍ଞାତ ବ୍ୟକ୍ତିଙ୍କର ମୃତ୍ୟୁ ସୂଚନା ମିଳିଥିଲା। ଯାହା ପରେ ସବ୍-ଇନ୍ସପେକ୍ଟର ସିରିସା କନଷ୍ଟେବଳ ସହ ସେଠାରେ ପହଞ୍ଚିଥିଲେ।
ସେଠାରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କର ମୃତଦେହ ଦେଖିବାକୁ ମିଳିଥିଲା, ଯାହାଙ୍କର ବୟସ ପାଖାପାଖି ୮୦ ବର୍ଷ ହେବ। ମୃତଦେହକୁ କ୍ଷେତଠାରୁ ଗାଡ଼ି ପର୍ଯ୍ୟନ୍ତ ଆଣିବା କଷ୍ଟକର ଥିଲା, କାରଣ ସେଠାରେ କୌଣସି ରାସ୍ତା ନଥିଲା। ଏହା ପରେ ସିରିସା ଗାଁ ଲୋକଙ୍କୁ ମୃତଦେହକୁ ଆଣିବା ପାଇଁ ଅନୁରୋଧ କରାଯାଇଥିଲା, କିନ୍ତୁ କେହିବି ଆଗକୁ ଆସିନଥିଲେ। ଯେହେତୁ ମୃତକଙ୍କ ଶରୀରରେ କୌଣସି ଆଘାତ ନଥିଲା, ତେଣୁ ତେବେ ସବ୍-ଇନ୍ସପେକ୍ଟର ଏହି ମୃତ୍ୟୁକୁ ନେଇ ସନ୍ଦେହ କରିନଥିଲେ।
AP Police cares: DGP Gautam Sawang lauds the humanitarian gesture of a Woman SI, K.Sirisha of Kasibugga PS, @POLICESRIKAKULM as she carried the unknown dead body for 2 km from Adavi Kothur on her shoulders & helped in performing his last rites.#WomanPolice #HumaneGesture pic.twitter.com/QPVRijz97Z
— Andhra Pradesh Police (@APPOLICE100) February 1, 2021
ବ୍ୟକ୍ତି ଜଣକ ବହୁତ ଦୁର୍ବଳ ଲାଗୁଥିଲେ, ଯେଉଁକାରଣରୁ ତାଙ୍କର ମୃତ୍ୟୁ ଅନାହାର ଯୋଗୁ ହୋଇଥିବା କୁହାଯାଉଛି। ଯେତେବେଳେ କେହି ମୃତଦେହକୁ ଉଠାଇବାକୁ ଆସିଲେ ନାହିଁ, ସେହି ସମୟରେ ସିରିସା ମାନବିକତାର ପରିଚୟ ଦେଇଥିଲେ। ସିରିସା ସ୍ଥାନୀୟ ଟ୍ରଷ୍ଟ ସହାୟତାରେ ମୃତଦେହକୁ ଏକ ଷ୍ଟ୍ରେଚର ଯୋଗେ ଉଠାଇ ୨ କିଲୋମିଟର ଚାଲିଚାଲି ଯାଇଥିଲେ। ପୁଲିସ୍ ଗାଡ଼ି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାଖାପାଖି ୨୫ ମିନିଟ୍ ସମୟ ଲାଗିଥିଲା।
ମହିଳା ପୁଲିସ୍ ଅଧିକାରୀଙ୍କୁ ମୃତଦେହ ଉଠାଉଥିବାର ଦେଖି କିଛି ଗାଁ ଲୋକେ ଶବ ସତ୍କାର କରିବା ପାଇଁ ଆଗେଇ ଆସିଥିଲେ ଏବଂ ତାଙ୍କର ସହାୟତା କରିଥିଲେ। ପରେ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ସହାୟତାରେ ପୁଲିସ ଏସଆଇ ନିଜେ ବୃଦ୍ଧାଙ୍କୁ ମୁଖାଗ୍ନି ଦେଇଥିଲେ। ଏହାର ସୂଚନା ପାଇବା ପରେ ସିରିଶାଙ୍କ କାର୍ଯ୍ୟକଳାପକୁ ଶ୍ରୀକାକୁଲାମ ଜିଲ୍ଲାର ପୁଲିସ ଅଧିକାରୀମାନେ ପ୍ରଶଂସା କରିଥିଲେ। ସବ୍-ଇନ୍ସପେକ୍ଟର ସିରିସା କେବଳ ଜଣେ ପୁଲିସ୍ ଅଧିକାରୀ ନୁହନ୍ତି ବରଂ ଏକ ୧୨ ବର୍ଷୀୟ ପିଲାର ମା’ ମଧ୍ୟ ଅଟନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।