Advertisment

କରୋନା: ସଫେଇ କର୍ମଚାରୀଙ୍କ ଉପରେ ଫୁଲ ପକାଇଲେ ଲୋକେ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ସହ ଲଢ଼େଇ କରୁଛି ସାରା ଦେଶ। ଏନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଦାୟିତ୍ୱରତ ପୋଲିସ କର୍ମଚାରୀ ତଥା ଡାକ୍ତରମାନଙ୍କ ଉପରକୁ ଆକ୍ରମଣ କରାଯାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଏହାର ବିପରିତରେ କିଛି ଏଭଳି ଦୃଶ୍ୟ ବି ଦେଖିବାକୁ ମିଳିଛି, ଯେଉଁଠି ଏହି ବିଶ୍ୱ ମହାମାରୀ ସହ ଲଢ଼ିବାକୁ ଆଗ ଧାଡ଼ିରେ ଛିଡ଼ା ହୋଇ ଯୁଦ୍ଧ କରୁଥିବା ସେହି କର୍ତ୍ତବ୍ୟରତ କର୍ମଚାରୀଙ୍କୁ ପ୍ରଶଂସା ଓ ସମ୍ମାନ ଦିଆଯାଉଛି। ନିକଟରେ […]

author-image
Biswobandita Swain
କରୋନା: ସଫେଇ କର୍ମଚାରୀଙ୍କ ଉପରେ ଫୁଲ ପକାଇଲେ ଲୋକେ

respect for sanitation worker

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ସହ ଲଢ଼େଇ କରୁଛି ସାରା ଦେଶ। ଏନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଦାୟିତ୍ୱରତ ପୋଲିସ କର୍ମଚାରୀ ତଥା ଡାକ୍ତରମାନଙ୍କ ଉପରକୁ ଆକ୍ରମଣ କରାଯାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଏହାର ବିପରିତରେ କିଛି ଏଭଳି ଦୃଶ୍ୟ ବି ଦେଖିବାକୁ ମିଳିଛି, ଯେଉଁଠି ଏହି ବିଶ୍ୱ ମହାମାରୀ ସହ ଲଢ଼ିବାକୁ ଆଗ ଧାଡ଼ିରେ ଛିଡ଼ା ହୋଇ ଯୁଦ୍ଧ କରୁଥିବା ସେହି କର୍ତ୍ତବ୍ୟରତ କର୍ମଚାରୀଙ୍କୁ ପ୍ରଶଂସା ଓ ସମ୍ମାନ ଦିଆଯାଉଛି।

Advertisment

ନିକଟରେ ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରଲ ହୋଇଛି, ଯେଉଁଥିରେ ସଫେଇ କର୍ମଚାରୀଙ୍କ ଉପରକୁ ଲୋକମାନେ ଫୁଲ ପକାଉଥିବା ଦେଖିବାକୁ ମଳିଛି। ଏପରି କି କେତେଜଣ ତାଙ୍କୁ ନୋଟ୍ ମାଳ ମଧ୍ୟ ପିନ୍ଧାଉଛନ୍ତି | ଟିକେ ନଜର ପକାନ୍ତୁ...

https://twitter.com/capt_amarinder/status/1245026733805326337?s=19

ଭିଡିଓଟିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି। ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ଖରାପ ସମୟରେ ଲୋକମାନଙ୍କ ମଧ୍ୟରେ ଥିବା ଭଲ ଗୁଣ ବାହାରକୁ ଆସିଥାଏ। ସଫେଇ କର୍ମଚାରୀଙ୍କୁ ଏମିତି ଭଲପାଇବା ଓ ସମ୍ମାନ ମିଳୁଥିବା ଦେଖି ଖୁସି ଲାଗୁଛି। ଭିଡିଓଟିକୁ ପ୍ରାୟ ଲକ୍ଷେ ଲୋକ ଦେଖିଥିବାବେଳେ ୨ହଜାରରୁ ଅଧିକ ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। ସମସ୍ତେ ସାଧାରଣ ଲୋକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Advertisment