/odisha-reporter/media/post_attachments/uploads/2020/02/fake.jpg)
fake
ଦିସପୁର : ଫେକ୍ ନ୍ୟୁଜ୍କୁ ନେଇ ଆସାମ ପୁଲିସ ସୋଶାଲ ମିଡିଆରେ ଏକ ଟ୍ୱିଟ୍ କରିଛି। ଯେଉଁ ଟ୍ୱିଟ୍ ଭାଇରାଲ୍ ହେବା ସହିତ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିରେ ସତ ଓ ମିଛ ଖବର ବିଷୟରେ ଜାଣିବା ପାଇଁ ଗୁରୁବାର ବଲିଉଡ୍ ମିମ୍ର ସାହାଯ୍ୟ ନିଆଯାଇଛି। ଯେଉଁଥିରେ ବଲିଉଡ୍ ଫିଲ୍ମ ‘ବାଲା’ର ଆୟୁଷ୍ମାନ ଖୁରାନାଙ୍କ ଚନ୍ଦା ଫଟୋକୁ ଶେଆର୍ କରାଯାଇଛି।
ଏହି ଫିଲ୍ମରେ ଆୟୁଷ୍ମାନ୍ ଜଣେ ଚନ୍ଦା ଚରିତ୍ରରେ ଅଭିନୟ କରିଥିଲେ। ତେଣୁ ନିଜ ଚନ୍ଦାପଣକୁ ଲୁଚାଇବା ପାଇଁ ସେ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଥିଲେ। ତେଣୁ ଚନ୍ଦା ଲୋକଙ୍କୁ ନେଇ ଦିଆଯାଉଥିବା ମିଛ ବିଜ୍ଞାପନକୁ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଟ୍ୱିଟରରେ ଆୟୁଷ୍ମାନ୍ଙ୍କ ଚନ୍ଦା ଓ ୱିଗ୍ ପିନ୍ଧା ଫଟୋକୁ ଶେଆର୍ କରି ଫେକ୍ ନ୍ୟୁଜ୍ ବୋଲି ଉଦାହରଣ ଦିଆଯାଇଛି।
ଏହି ମିମ୍କୁ ଶେଆର୍ କରି ଆସାମ ପୁଲିସ ବିଭାଗ ପକ୍ଷରୁ ଲେଖାଯାଇଛି, ‘ମିଛ ଖବରକୁ ନେଇ ଫରକ ଦେଖନ୍ତୁ। ବୋକା ହୁଅନ୍ତୁ ନାହିଁ।’ ଏପରିକି ଏହି ଟ୍ୱିଟ୍ଟିକୁ ପୁଲିସ ଫିଲ୍ମ ଫେଆର୍ ଓ ଆୟୁଷ୍ମାନ୍ ଖୁରାନାଙ୍କୁ ଟ୍ୟାଗ୍ ମଧ୍ୟ କରିଛି। ଏଥର ଫିଲ୍ମ ଫେଆର୍ ଫେଷ୍ଟିଭାଲ୍ ଆସାମରେ ଆୟୋଜନ କରାଯାଉଛି।
Hair lies the difference!
Don't be fooled. #KnowTheDifference@ayushmannk@filmfare#AmazonFilmfareAwardspic.twitter.com/FKOp1vJBeo
— Assam Police (@assampolice) February 13, 2020
ଆସାମ ପୁଲିସର ଏହି ଟ୍ୱିଟ୍ଟିକୁ ସୋଶାଲ ମିଡିଆରେ ବହୁତ ଲୋକ ପସନ୍ଦ କରିଛନ୍ତି। ଜଣେ ୟୁଜର୍ ଏହାକୁ ନେଇ ଲେଖିଛନ୍ତି, ‘ଏହି ଟ୍ୱିଟ୍ ଆଜିର ଦିନରେ ସବୁଠାରୁ ଭଲ ଟ୍ୱିଟ୍।’
ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ସମାଜକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବା ପାଇଁ ଆସାମ ପୁଲିସ ବଲିଉଡ୍ର ସାହାଯ୍ୟ ନେଇଥାଏ। କିଛିଦିନ ତଳେ ଅନଲାଇନ୍ ସୁରକ୍ଷାକୁ ନେଇ ପୁଲିସ ପକ୍ଷରୁ ‘ଧମାଲ’ ଫିଲ୍ମ ଜରିଆରେ ସଚେତନତା ସୃଷ୍ଟି କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
