/odisha-reporter/media/post_attachments/uploads/2019/10/chora.jpg)
chora
ଆୟରଲ୍ୟାଣ୍ଡର ଜଣେ ଚୋର ଏଟିଏମ୍ ଲୁଟ୍ କରିଛି। ଏଟିଏମ୍ରୁ ଟଙ୍କା କାଢିବାରେ ବିଫଳ ହେବାରୁ ଚୋର ଜଣକ ଜେସିବି ମାଧ୍ୟମରେ ଏହାକୁ ଖୋଳି ଉଠାଇ ନେଇଛି। ଲୁଟ୍ ସମୟର ସିସିଟିଭି ଫୁଟେଜ୍ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହେଉଛି।
Advertisment
ଭିଡ଼ିଓରେ ଦେଖିବାକୁ ମିଳିଛି, ଚୋରଟି କଳା ମାସ୍କ ଲଗାଇ ଷ୍ଟେସନ୍ରେ ପହଞ୍ଚୁଛି। ସେଠାରେ ଥିବା ଏକ ଏଟିଏମ୍ ମେସିନ୍କୁ ଜେସିବି ମାଧ୍ୟମରେ ଉଠାଇ କାର୍ରେ ରଖୁଛି। ଏହି ଭିଡିଓକୁ ନ୍ୟୁଜ୍ ନେଟ୍ୱାର୍କ ଆର୍ଟି ଟ୍ୱିଟ୍ରରେ ଶେଆର କରାଯାଇଛି। ଚୋରର ଏମିତି କାରନାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟ୍ୱିଟରରେ ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
ସୂଚନା ଅନୁଯାୟୀ, ଚୋରଟି ପାଖରେ ଥିବା ଏକ କନ୍ଷ୍ଟ୍ରକ୍ସନ୍ ସାଇଟ୍ରୁ ଜେସିବି ମେସିନ୍ ଆଣିଥିଲା। ପୁଲିସ୍ ଚୋରକୁ ଖୋଜିବାରେ ଲାଗିଛି।
Advertisment
https://twitter.com/RT_com/status/1183553004227706880
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
