ଆୟରଲ୍ୟାଣ୍ଡର ଜଣେ ଚୋର ଏଟିଏମ୍ ଲୁଟ୍ କରିଛି। ଏଟିଏମ୍ରୁ ଟଙ୍କା କାଢିବାରେ ବିଫଳ ହେବାରୁ ଚୋର ଜଣକ ଜେସିବି ମାଧ୍ୟମରେ ଏହାକୁ ଖୋଳି ଉଠାଇ ନେଇଛି। ଲୁଟ୍ ସମୟର ସିସିଟିଭି ଫୁଟେଜ୍ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହେଉଛି।
ଭିଡ଼ିଓରେ ଦେଖିବାକୁ ମିଳିଛି, ଚୋରଟି କଳା ମାସ୍କ ଲଗାଇ ଷ୍ଟେସନ୍ରେ ପହଞ୍ଚୁଛି। ସେଠାରେ ଥିବା ଏକ ଏଟିଏମ୍ ମେସିନ୍କୁ ଜେସିବି ମାଧ୍ୟମରେ ଉଠାଇ କାର୍ରେ ରଖୁଛି। ଏହି ଭିଡିଓକୁ ନ୍ୟୁଜ୍ ନେଟ୍ୱାର୍କ ଆର୍ଟି ଟ୍ୱିଟ୍ରରେ ଶେଆର କରାଯାଇଛି। ଚୋରର ଏମିତି କାରନାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟ୍ୱିଟରରେ ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
ସୂଚନା ଅନୁଯାୟୀ, ଚୋରଟି ପାଖରେ ଥିବା ଏକ କନ୍ଷ୍ଟ୍ରକ୍ସନ୍ ସାଇଟ୍ରୁ ଜେସିବି ମେସିନ୍ ଆଣିଥିଲା। ପୁଲିସ୍ ଚୋରକୁ ଖୋଜିବାରେ ଲାଗିଛି।
https://twitter.com/RT_com/status/1183553004227706880
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Events & Festivals
କେଉଁଠି ନିଆଁରେ ଚାଲନ୍ତି ତ ଆଉ କେଉଁଠି ଫୁଟେ ଗୁଳି: ଭାରତର ୫ ବିରଳ ହୋଲି ପରମ୍ପରା
କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ।

Guest Column
ମଧ୍ୟଯୁଗୀୟ ବିଚାର ଓ ମହାକୁମ୍ଭ ମେଳା
ମେଳା ମହୋତ୍ସବ କରି ରାଜସ୍ୱ ଆୟ ବଢ଼ାଇବା ଓ ଲୋକ (ପ୍ରଜା)ଙ୍କ ଭିତରେ ବିଶ୍ୱାସ (ଅନ୍ଧ) ଜନ୍ମାଇବା ସହିତ ଏତେ ଆୟ ନିଶ୍ଚୟ ଏକ ପ୍ରଣୀଧାନଯୋଗ୍ୟ। ଏହା ହେଉଛି ଭାରତର ମଧ୍ୟଯୁଗୀୟ ରାଜା ମହାରାଜା ଅମଳର ବିଚାର ସର୍ବସ୍ୱ।

Events & Festivals
୪୫ କୋଟି ଭକ୍ତଙ୍କ ସମାଗମର ସାକ୍ଷୀ ମହାକୁମ୍ଭ ୨୦୨୫
ଫେବୃଆରୀ ୧୧, ୨୦୨୫ ସୁଦ୍ଧା ୪୫ କୋଟି ଭକ୍ତ ମହାକୁମ୍ଭ ସ୍ନାନ ରୀତିନୀତିରେ ଅଂଶଗ୍ରହଣ କରି ଇତିହାସରେ ସବୁଠାରୁ ବଡ଼ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି। ୪୫ ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା ୪୫ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆଶା କରିଥିଲେ, କିନ୍ତୁ ଏହି ସଂଖ୍ୟା ଏକ ମାସ ମଧ୍ୟରେ ହାସଲ ହୋଇସାରିଛି, ଏବଂ ଆହୁରି ୧୫ ଦିନ ବାକି ଅଛି।

National
ପ୍ରୟାଗରାଜରେ ପକ୍ଷୀ ମହୋତ୍ସବ, ପୁରସ୍କାର ମିଳିବ ୨୧ ଲକ୍ଷ ଟଙ୍କା
ଚଳିତ ଫେବୃଆରୀ ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ। ସେମାନେ ଏଠାରେ ୨୦୦ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଦେଖିବା ସହ ସେମାନଙ୍କ ସମ୍ପର୍କରେ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି।

Events & Festivals
ମହାକୁମ୍ଭ- ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା
୨୦୨୫ ମହାକୁମ୍ଭ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଦୃଶ୍ୟରେ ପରିଣତ ହୋଇଛି। ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ବିଧିରେ ଅଂଶଗ୍ରହଣ କରିଛନ୍ତି। ବସନ୍ତ ପଞ୍ଚମୀର ପବିତ୍ର ଦିନରେ ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କରିଛନ୍ତି।