Advertisment

ଜେସିବି ଦ୍ୱାରା ଏଟିଏମ୍‌ ଲୁଟ୍‌; ଭିଡ଼ିଓ ଭାଇରାଲ୍

ଆୟରଲ୍ୟାଣ୍ଡର ଜଣେ ଚୋର ଏଟିଏମ୍‌ ଲୁଟ୍‌ କରିଛି। ଏଟିଏମ୍‌ରୁ ଟଙ୍କା କାଢିବାରେ ବିଫଳ ହେବାରୁ ଚୋର ଜଣକ ଜେସିବି ମାଧ୍ୟମରେ ଏହାକୁ ଖୋଳି ଉଠାଇ ନେଇଛି। ଲୁଟ୍‌ ସମୟର ସିସିଟିଭି ଫୁଟେଜ୍‌ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳିଛି, ଚୋରଟି କଳା ମାସ୍କ ଲଗାଇ ଷ୍ଟେସନ୍‌ରେ ପହଞ୍ଚୁଛି। ସେଠାରେ ଥିବା ଏକ ଏଟିଏମ୍‌ ମେସିନ୍‌କୁ ଜେସିବି ମାଧ୍ୟମରେ ଉଠାଇ କାର୍‌ରେ ରଖୁଛି। ଏହି ଭିଡିଓକୁ ନ୍ୟୁଜ୍‌ ନେଟ୍‌ୱାର୍କ ଆର୍‌ଟି ଟ୍ୱିଟ୍‌ରରେ ଶେଆର କରାଯାଇଛି। ଚୋରର […]

ଅଦ୍ୟତନ ହୋଇଛି
ଜେସିବି ଦ୍ୱାରା ଏଟିଏମ୍‌ ଲୁଟ୍‌; ଭିଡ଼ିଓ ଭାଇରାଲ୍

chora

Advertisment

ଆୟରଲ୍ୟାଣ୍ଡର ଜଣେ ଚୋର ଏଟିଏମ୍‌ ଲୁଟ୍‌ କରିଛି। ଏଟିଏମ୍‌ରୁ ଟଙ୍କା କାଢିବାରେ ବିଫଳ ହେବାରୁ ଚୋର ଜଣକ ଜେସିବି ମାଧ୍ୟମରେ ଏହାକୁ ଖୋଳି ଉଠାଇ ନେଇଛି। ଲୁଟ୍‌ ସମୟର ସିସିଟିଭି ଫୁଟେଜ୍‌ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

ଭିଡ଼ିଓରେ ଦେଖିବାକୁ ମିଳିଛି, ଚୋରଟି କଳା ମାସ୍କ ଲଗାଇ ଷ୍ଟେସନ୍‌ରେ ପହଞ୍ଚୁଛି। ସେଠାରେ ଥିବା ଏକ ଏଟିଏମ୍‌ ମେସିନ୍‌କୁ ଜେସିବି ମାଧ୍ୟମରେ ଉଠାଇ କାର୍‌ରେ ରଖୁଛି। ଏହି ଭିଡିଓକୁ ନ୍ୟୁଜ୍‌ ନେଟ୍‌ୱାର୍କ ଆର୍‌ଟି ଟ୍ୱିଟ୍‌ରରେ ଶେଆର କରାଯାଇଛି। ଚୋରର ଏମିତି କାରନାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟ୍ୱିଟରରେ ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

ସୂଚନା ଅନୁଯାୟୀ, ଚୋରଟି ପାଖରେ ଥିବା ଏକ କନ୍‌ଷ୍ଟ୍ରକ୍ସନ୍‌ ସାଇଟ୍‌ରୁ ଜେସିବି ମେସିନ୍‌ ଆଣିଥିଲା। ପୁଲିସ୍‌ ଚୋରକୁ ଖୋଜିବାରେ ଲାଗିଛି।

Advertisment

https://twitter.com/RT_com/status/1183553004227706880

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe