Advertisment

ଅଜଗର ପିଠିରେ ସବାର ହୋଇଛନ୍ତି ଏକାଧିକ ବେଙ୍ଗ, ଭିଡିଓ ଭାଇରାଲ

କାନ୍‌ବେରା: ସୋଶାଲ୍‌ ମିଡିଆ କିମ୍ୱା ଡିସ୍‌କଭରି ଚ୍ୟାନେଲ୍‌ରେ ଆପଣ ଅଜଗର ସାପ ବେଙ୍ଗକୁ ଖାଉଥିବା ଦେଖିଥିବେ। କିନ୍ତୁ ଏହାର ଠିକ୍‌ ଓଲଟା ଦୃଶ୍ୟ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓଟିରେ ଏକ ଅଜଗର ସାପ ଉପରେ ୧୦ରୁ ୧୨ଟି ବେଙ୍ଗ ସବାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ କିସାନ୍‌ ପାଲ୍‌ ନାମକ ଜଣେ ବ୍ୟକ୍ତି ସେୟାର୍‌ କରିଛନ୍ତି। ନିକଟରେ ଅଷ୍ଟ୍ରେଲିଆର କୁନୁକୁରାରେ ଝଡ଼ ହୋଇଥିଲା। ଏହା […]

author-image
Mihir Pattnayak
ଅଜଗର ପିଠିରେ ସବାର ହୋଇଛନ୍ତି ଏକାଧିକ ବେଙ୍ଗ, ଭିଡିଓ ଭାଇରାଲ

n

କାନ୍‌ବେରା: ସୋଶାଲ୍‌ ମିଡିଆ କିମ୍ୱା ଡିସ୍‌କଭରି ଚ୍ୟାନେଲ୍‌ରେ ଆପଣ ଅଜଗର ସାପ ବେଙ୍ଗକୁ ଖାଉଥିବା ଦେଖିଥିବେ। କିନ୍ତୁ ଏହାର ଠିକ୍‌ ଓଲଟା ଦୃଶ୍ୟ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଭିଡିଓଟିରେ ଏକ ଅଜଗର ସାପ ଉପରେ ୧୦ରୁ ୧୨ଟି ବେଙ୍ଗ ସବାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ କିସାନ୍‌ ପାଲ୍‌ ନାମକ ଜଣେ ବ୍ୟକ୍ତି ସେୟାର୍‌ କରିଛନ୍ତି।

ନିକଟରେ ଅଷ୍ଟ୍ରେଲିଆର କୁନୁକୁରାରେ ଝଡ଼ ହୋଇଥିଲା। ଏହା ପରେ ନିକଟସ୍ଥ କ୍ଷେତରୁ କିଛି ବେଙ୍ଗ ରାସ୍ତା ଉପରକୁ ଉଠି ଆସିଥିଲେ। ବନ୍ୟା ଯୋଗୁ ବେଙ୍ଗଗୁଡିକ ଅନ୍ୟତ୍ର କେଉଁ ଆଡ଼େ ନ ଯାଇ ପାରି ସାପର ପିଠି ଉପରେ ସବାରି ହୋଇ ଯାଉଛନ୍ତି। ଯେଉଁ ଦୃଶ୍ୟ ସୋଶାଲ ମିଡିଆରେ ୟୁଜର୍ସଙ୍କୁ ଭାରି ପସନ୍ଦ ଆସିଛି।

Advertisment

ରିପୋର୍ଟ ଅନୁସସାରେ, କିସାନ୍‌ ପାଲ୍‌ କହିଛନ୍ତି, ବନ୍ୟା ଯୋଗୁ ତାଙ୍କ କ୍ଷେତରେ ଅଧିକ ପାଣି ଭରି ଯାଇଥିଲା। ଏହା ଯୋଗୁ ଜୀବନ ବଞ୍ଚାଇବାକୁ ବେଙ୍ଗମାନେ ଅଜଗର ପିଠିରେ ସବାର ହୋଇ ଯାଇଥିଲେ। କିସାନ୍‌ଙ୍କ କ୍ଷେତରେ ଅନେକ ସଂଖ୍ୟାରେ ବେଙ୍ଗ ରହିଥିଲେ। କିନ୍ତୁ ସେ ଏପରି ପ୍ରଥମଥର ପାଇଁ ଦେଖିଥିଲେ ଯେ, କୌଣସି ସାପ ପିଠିରେ ବେଙ୍ଗମାନେ ବସି ମଜା ନେଉଛନ୍ତି।

ବେଙ୍ଗମାନେ ସବାର ହୋଇଥିବା ସେହି ଅଜଗରର ଲମ୍ୱ ହେଉଛି ୩.୫ ମିଟର।