Advertisment

ଆଗ ଶଗଡ଼ ପଛ କାର୍‌

ଆଗରେ ବନ୍ଧା ହୋଇଛି ବଳଦ। ମଝିରେ ବସିଛନ୍ତି ଜଣେ କୃଷକ ଏବଂ ପଛରେ ଆସୁଛି ଆମ୍ବାସାଡର କାର। ରାସ୍ତାରେ ବୁଲୁଛି ଶଗଡ଼ର ଏଭଳି ନୂଆ ରୂପ। ଅଧା ଆମ୍ବାସାଡର କାର୍‌କୁ ଟାଣୁଛନ୍ତି ୨ଟି ବଳଦ। ଏହି ଅଦ୍ଭୁତ ଶଗଡ଼ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୁଧବାର ଦିନ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ମୋତେ […]

ଆଗ ଶଗଡ଼ ପଛ କାର୍‌

viral bull cart

Advertisment

ଆଗରେ ବନ୍ଧା ହୋଇଛି ବଳଦ। ମଝିରେ ବସିଛନ୍ତି ଜଣେ କୃଷକ ଏବଂ ପଛରେ ଆସୁଛି ଆମ୍ବାସାଡର କାର। ରାସ୍ତାରେ ବୁଲୁଛି ଶଗଡ଼ର ଏଭଳି ନୂଆ ରୂପ। ଅଧା ଆମ୍ବାସାଡର କାର୍‌କୁ ଟାଣୁଛନ୍ତି ୨ଟି ବଳଦ। ଏହି ଅଦ୍ଭୁତ ଶଗଡ଼ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବୁଧବାର ଦିନ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ମୋତେ ଲାଗୁନି ଯେ, ଏଲନ ମସ୍କ ଏବଂ ଟେଲ୍ସା, ଏଭଳି କମ ଦାମରେ ତିଆରି ବିନା ଇନ୍ଧନ ଚାଳିତ କାରର ମୁକାବିଲା କରିପାରିବେ। ସେପଟେ ଏହି ଅଦ୍ଭୁତ ଶଗଡ଼ ଦେଖି ଲୋକେ ଚକିତ ହୋଇପଡିଛନ୍ତି । ଲୋକେ ବିଶ୍ବାସ କରିପାରୁ ନାହାନ୍ତି ଯେ, ଶଗଡ଼କୁ ମଧ୍ୟ ଏଭଳି ନୂଆ ରୂପ ଦେଇ ହେବ ବୋଲି ।  ଜଣେ କୃଷକଙ୍କ ଏଭଳି ନିଆରା ଅବିସ୍କାରକୁ ଦେଖି ଅନେକ ପ୍ରଶଂସା ମଧ୍ୟ କରିଛନ୍ତି।

Advertisment


ଭିଡିଓକୁ ଦେଖିଲେ ଲାଗୁଛି କୃଷକ ଜଣକ ଏହି କାର୍‌ଟିକୁ କାଠରେ ତିଆରି କରିଛନ୍ତି। କାଠରେ ସେ ଅଧା ଆମ୍ବାସାଡର କାର ତିଆରି କରିଛନ୍ତି ସେ। ଏଥିରେ ଦୁଇ ଜଣ ବସିବା ପାଇଁ ସିଟ ମଧ୍ୟ ତିଆରି ହୋଇଛି। କେବଳ ସେତିକି ନୁହେଁ କାର୍‌ର କବାଟ ମଧ୍ୟ ରହିଛି। ଏହି ଅଧା ଆମ୍ବାସାଡର କାରକୁ ଅଗରେ ବଳଦମାନେ ଟାଣି ନେଉଛନ୍ତି।

ଆନନ୍ଦ ମହିନ୍ଦ୍ରା ଶେଆର କରିଥିବା ୫୦ ସେକେଣ୍ଡର ଏହି ଭିଡିଓକୁ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏଥିସହ ଏହାକୁ ୨୪ ହଜାରରୁ ଅଧିକ ଲାଇକ୍ସ ମଧ୍ୟ ମିଳି ସାରିଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe