Advertisment

ଭାଗ୍ୟ ବଦଳାଇ ଦେଲା ଭିଡିଓ, ବଂଶଙ୍କୁ ସହାୟତା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ବଂଶ ସିଂହ। ବୟସ ୧୦ ବର୍ଷ। ଦ୍ୱିତୀୟ ଶ୍ରେଣୀ ପରଠୁ ପାଠପଢ଼ାରେ ପଡ଼ିଥିଲା ଡୋରି। ଆଉ କଅଁଳ କାନ୍ଧରେ ପଡ଼ିଥିଲା ପରିବାରର ବୋଝ। ନିଜ ପରିବାରର ସହାୟତା କରିବା ପାଇଁ ଲୁଧିଆନାରେ ରାସ୍ତାରେ ବୁଲି ବୁଲି ବିକ୍ରି କରୁଥିଲେ ସକ୍ସ ବା ମୋଜା। ହେଲେ ଗତକାଲି ବଦଳି ଯାଇଛି ତାଙ୍କ ଭାଗ୍ୟ। ସେ ପୁଣି ସ୍କୁଲ୍‌କୁ ଫେରିବେ ଓ ତାଙ୍କ ପରିବାରକୁ ମିଳିବ ସରକାରୀ ସହାୟତା। ରାତାରାତି ଏମିତି ବଂଶଙ୍କ ଭାଗ୍ୟ ବଦଳିବା ପଛରେ ବଡ଼ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଭାଗ୍ୟ ବଦଳାଇ ଦେଲା ଭିଡିଓ, ବଂଶଙ୍କୁ ସହାୟତା କଲେ ମୁଖ୍ୟମନ୍ତ୍ରୀ

Vansha Singh

ଚଣ୍ଡିଗଡ଼: ବଂଶ ସିଂହ। ବୟସ ୧୦ ବର୍ଷ। ଦ୍ୱିତୀୟ ଶ୍ରେଣୀ ପରଠୁ ପାଠପଢ଼ାରେ ପଡ଼ିଥିଲା ଡୋରି। ଆଉ କଅଁଳ କାନ୍ଧରେ ପଡ଼ିଥିଲା ପରିବାରର ବୋଝ। ନିଜ ପରିବାରର ସହାୟତା କରିବା ପାଇଁ ଲୁଧିଆନାରେ ରାସ୍ତାରେ ବୁଲି ବୁଲି ବିକ୍ରି କରୁଥିଲେ ସକ୍ସ ବା ମୋଜା। ହେଲେ ଗତକାଲି ବଦଳି ଯାଇଛି ତାଙ୍କ ଭାଗ୍ୟ। ସେ ପୁଣି ସ୍କୁଲ୍‌କୁ ଫେରିବେ ଓ ତାଙ୍କ ପରିବାରକୁ ମିଳିବ ସରକାରୀ ସହାୟତା।

Advertisment

ରାତାରାତି ଏମିତି ବଂଶଙ୍କ ଭାଗ୍ୟ ବଦଳିବା ପଛରେ ବଡ଼ ଭୂମିକା ନିର୍ବାହ କରିଛି ଏକ ଭିଡିଓ। ଏହି ଭିଡିଓରେ ରହିଛି ବଂଶ ଲୁଧିଆନାର ଏକ ଟ୍ରାଫିକ କ୍ରସିଂ ପାଖରେ ସକ୍ସ ବିକ୍ରି କରୁଥିବାର ଦୃଶ୍ୟ।

ଭିଡିଓଟିକୁ ସୋଶାଲ୍ ମିଡିଆରେ ବ୍ୟାପକ ଭାବେ ଶେଆର କରାଯାଇଥିବା ବେଳେ ଏହା ପଡ଼ିଥିଲା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନଜରରେ। ଆଉ ତା’ପରେ ସେ ବଂଶଙ୍କୁ ବଢ଼ାଇଥିଲେ ସହାୟତାର ହାତ।

Advertisment

ବଂଶ ଯେମିତି ପୁଣି ସ୍କୁଲକୁ ଫେରିବ, ତା’ହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଂଶର ପରିବାର ଲୋକଙ୍କୁ ତତ୍‌କ୍ଷଣାତ ସହାୟତା ସ୍ୱରୂପ ୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହା ସହିତ ସେ ନିଜେ ଭିଡଓ କଲ୍ ମାଧ୍ୟମରେ ବଂଶ ସହିତ କଥା ହୋଇଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ବଂଶଙ୍କ ସହିତ ଭିଡିଓ କଲ୍‌ରେ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଥିଲେ, ବ୍ୟସ୍ତ ହୁଅ ନାହିଁ। ମୁଁ ଡେପୁଟି କମିଶନରଙ୍କୁ କହିବି ସେ ତୁମକୁ ସ୍କୁଲ୍‌କୁ ପୁଣି ପଠାଇବାର ବ୍ୟବସ୍ଥା କରିବେ। ଆଉ ତୁମ ପରିବାର କଥା ମୁଁ ବୁଝିବି। ତୁମ ପରିବାରକୁ ମୁଁ ସାହାଯ୍ୟ କରିବି।

ଭାଇରାଲ ହୋଇଥିବା ଭିଡିଓରେ ବଂଶ ସକ୍ସ ବିକ୍ରି କରୁଛନ୍ତି। ଜଣେ ବ୍ୟକ୍ତି ତାଙ୍କୁ ସକ୍ସର ପ୍ରକୃତ ଦାମ୍ ଠାରୁ ଅଧିକ ଅର୍ଥ ଦେଉଛନ୍ତି। କିନ୍ତୁ ବଂଶ ତାହା ନେବାକୁ ମନା କରି ଦେଇଛନ୍ତି। ତା’ପରେ ଦେଖିବାକୁ ମିଳିଛି ଯେ କାରରେ ବସିଥିବା ଜଣେ ବ୍ୟକ୍ତି ବଂଶ ସହିତ କଥାବାର୍ତ୍ତା ହେଉଛନ୍ତି। ସେ ବଂଶଙ୍କୁ ପାଠପଢ଼ା ବିଷୟରେ ପଚାରିଛନ୍ତି ଓ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ରେକର୍ଡ କରିଛନ୍ତି।

ବଂଶ ସକ୍ସର ଦାମ୍‌ ଠାରୁ ଅଧିକ ଅର୍ଥ ଗ୍ରହଣ ନ କରିବା କଥାକୁ ଟ୍ୱିଟରରେ ବହୁ ଲୋକ ପ୍ରଶଂସା କରିଛନ୍ତି। ସେହିଭଳି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ମଧ୍ୟ ଲୋକେ ପ୍ରଶଂସା କରିଛନ୍ତି।