/odisha-reporter/media/post_attachments/uploads/2021/02/boy-friend-on-rent.jpg)
boy friend on rent
ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆସିବ ପ୍ରେମ ପାଇଁ ଦିନଟିଏ ତଥା ଭାଲେଣ୍ଟାଇନ୍ ଡେ'। ୭ ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଯିବ ପ୍ରେମ ସପ୍ତାହ। ଏହା ଫ୍ରେବୃଆରୀ ୧୪ ଯାଏଁ ଚାଲିବ। ଏଥିପାଇଁ ଯୁବପୀଢ଼ି ଏବେଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଲଣି। ପ୍ରେମୀ ଯୁଗଳମାନେ ଏହି ଦିନଟିକୁ ବିଶେଷ ରୂପେ ସେଲିବ୍ରେଟ କରନ୍ତି। କିନ୍ତୁ ସିଙ୍ଗିଲ ଥିବା ଯୁବପିଢ଼ି ନିରାଶ ହୁଅନ୍ତି। ତେବେ ସିଙ୍ଗିଲ ଯୁବପିଢ଼ିଙ୍କୁ ଆଉ ନିରାଶ ହେବାକୁ ପଡିବ ନାହିଁ। କାରଣ ଏବେ ଭାଲେଣ୍ଟାଇନ ଡେ'ରେ ମିଳୁଛନ୍ତି ଭଡାଟିଆ ପ୍ରେମିକ। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଏକୁଟିଆ ଥିବା ଯୁବତୀଙ୍କ ପାଇଁ ଭାଲେଣ୍ଟାଇନ ଡେ'ରେ ଭଡାରେ ପ୍ରେମିକ ସାଜନ୍ତି।/odisha-reporter/media/post_attachments/wp-content/uploads/2021/02/valentine-day.jpg)
ଭାଲେଣ୍ଟାଇନ ଡେ'ରେ ଭଡାଟିଆ ପ୍ରେମିକ ସାଜୁଥିବା ଏହି ବ୍ୟକ୍ତିଙ୍କ ନାଁ ହେଉଛି ଶକୁଲ। ସେ ମୁମ୍ବାଇରେ ରୁହନ୍ତି। ଗତ ତିନି ବର୍ଷ ହେଲା ସେ ଭାଲେଣ୍ଟାଇନ ଡେ'ରେ ଭଡାଟିଆ ପ୍ରେମିକ ସାଜୁଛନ୍ତି। ଯେଉଁ ମହିଳାମାନେ ଭାଲେଣ୍ଟାଇନ ଡେ'ରେ ଏକୁଟିଆ ଅନୁଭବ କରନ୍ତି ସେମାନଙ୍କୁ ଶକୁଳ ଭଡାଟିଆ ପ୍ରେମିକ ସାଜି ସାନ୍ତ୍ୱନା ଦିଅନ୍ତି। ଗତ ୩ ବର୍ଷ ମଧ୍ୟରେ ସେ ପ୍ରାୟ ୪୫ ଜଣ ଯୁବତୀଙ୍କ ସହ ଡେଟ୍ରେ ଯାଇ ସାରିଛନ୍ତି।
ହ୍ୟୁମାନ୍ସ ଅଫ୍ ବମ୍ବେର ଏକ ପେଜ୍ରେ ଶକୁଲ ଲେଖିଛନ୍ତି ଯେ, ଜୀବନରେ ମୋର କୌଣସି ଗାର୍ଲଫ୍ରେଣ୍ଡ ନାହାନ୍ତି।ମୁଁ କେବଳ ଥରେ କାହାକୁ ହଁ କହିବାକୁ ଚାହେଁ । ସାଙ୍ଗମାନେ ଡେଟ୍ରେ ଯିବାବେଳେ ମୁଁ ଦୁଃଖ ଅନୁଭବ କରୁଥିଲି।ତା’ପରେ ମୁଁ ଏକୁଟିଆ ଯାଉଥିଲି।ଏବେ କିନ୍ତୁ ମୋ ଜୀବନରେ ଅନେକ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି।/odisha-reporter/media/post_attachments/wp-content/uploads/2021/02/boy-friend-rent-1.jpg)
ସେ ଆହୁରି କହିଛନ୍ତି ଯେ, ଭାଲେଣ୍ଟାଇନ ଡେ'ରେ ଯେତବେଳେ ପ୍ରେମୀ ଯୁଗଳ ପରସ୍ପରକୁ ପ୍ରପୋଜ କରନ୍ତି, ଏହା ଶୁଣି ମୁଁ ଦୁଃଖିତ ହୁଏ। ଅନେକ ମହିଳାଙ୍କୁ ମୁଁ ପ୍ରପୋଜ କରିଛି, କିନ୍ତୁ ସେମାନେ ମୋତେ ପ୍ରେମିକ ବଦଳରେ ଭାଇ ବୋଲି ସମ୍ବୋଧିତ କରୁଥିଲେ। ଏହାପରେ ସିଙ୍ଗିଲ ଥିବା ମହିଳାଙ୍କ ପାଇଁ ସେ ଆରମ୍ଭ କରିଥଲେ ବୟଫ୍ରେଣ୍ଡ ଅନ ରେଣ୍ଟ। ପ୍ରତି ଭାଲେଣ୍ଟାଇନ ଡେ'ରେ ସେ ମହିଳାଙ୍କ ସହ ଭଡାରେ ଡେଟ୍ରେ ଯାଆନ୍ତି ଏବଂ ଏକୁଟିଆ ଥିବା ମହିଳା ଦୁଃଖ ବାଣ୍ଟିବା ସହ ତାଙ୍କ ସହ ସମୟ ବିତାଇଥା'ନ୍ତି।
ଶକୁଲଙ୍କ ଏଭଳି ଭଡାଟିଆ ପ୍ରେମିକ ସାଜିବାକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଅନେକ ଟ୍ରୋଲ କରିଛନ୍ତି। ତାଙ୍କ ପରିବାର ଲୋକେ ମଧ୍ୟ ଶକୁଲଙ୍କୁ ବିରୋଧ କରିବା ସହ ଭାରତୀୟ ସଂସ୍କୃତି ଅନୁଯାୟୀ ଏହା ଠିକ୍ ନୁହେଁ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
