Advertisment

ପୁଲିସ୍‌କୁ ଦେଖି ଉଲଗ୍ନ ହୋଇଗଲେ, ଭିଡିଓ ଭାଇରାଲ୍‌

ମୁମ୍ୱାଇ: ମୁମ୍ୱାଇର ଓଶିୱାରାରେ ଜଣେ ଯୁବତୀ ତାଙ୍କ ଆପାର୍ଟମେଣ୍ଟର ୱାଚ୍‌ମ୍ୟାନ୍‌ଙ୍କ ସହିତ ଝଗଡ଼ା ଲାଗିବା ପରେ ଯେଉଁ କାଣ୍ଡ କଲେ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଯୁବତୀ ଜଣଙ୍କୁ ସମ୍ଭାଳି ହେଲାନି ବୋଲି ୱାଚ୍‌ମ୍ୟାନ୍‌ ପୁଲିସ୍‌କୁ ଡାକିଲେ। ତେବେ ପୁଲିସ୍‌କୁ ଦେଖି ଯୁବତୀ ଜଣଙ୍କ ଦେହରୁ ସବୁ ପୋଷାକ ଓହ୍ଲାଇ ଦେଇଥିଲେ ଓ ଉଲଗ୍ନ ହୋଇ ୱାଚ୍‌ମ୍ୟାନ୍‌ଙ୍କୁ ମାଡ଼ ମାରିଥିଲେ। ଏବେ ଏହାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଘଟଣାଟି ଅକ୍ଟୋବର ୨୫ […]

ପୁଲିସ୍‌କୁ ଦେଖି ଉଲଗ୍ନ ହୋଇଗଲେ, ଭିଡିଓ ଭାଇରାଲ୍‌

woman

Advertisment

ମୁମ୍ୱାଇ: ମୁମ୍ୱାଇର ଓଶିୱାରାରେ ଜଣେ ଯୁବତୀ ତାଙ୍କ ଆପାର୍ଟମେଣ୍ଟର ୱାଚ୍‌ମ୍ୟାନ୍‌ଙ୍କ ସହିତ ଝଗଡ଼ା ଲାଗିବା ପରେ ଯେଉଁ କାଣ୍ଡ କଲେ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଯୁବତୀ ଜଣଙ୍କୁ ସମ୍ଭାଳି ହେଲାନି ବୋଲି ୱାଚ୍‌ମ୍ୟାନ୍‌ ପୁଲିସ୍‌କୁ ଡାକିଲେ। ତେବେ ପୁଲିସ୍‌କୁ ଦେଖି ଯୁବତୀ ଜଣଙ୍କ ଦେହରୁ ସବୁ ପୋଷାକ ଓହ୍ଲାଇ ଦେଇଥିଲେ ଓ ଉଲଗ୍ନ ହୋଇ ୱାଚ୍‌ମ୍ୟାନ୍‌ଙ୍କୁ ମାଡ଼ ମାରିଥିଲେ। ଏବେ ଏହାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି।

Advertisment

ଘଟଣାଟି ଅକ୍ଟୋବର ୨୫ ତାରିଖର। ନିଶାରେ ଚୂର ଏହି ଯୁବତୀ ଜଣଙ୍କ ୱାଚ୍‌ମ୍ୟାନ୍‌ଙ୍କୁ ସିଗାରେଟ୍ ଆଣିବାକୁ କହିଥିଲେ। ହେଲେ ୱାଚ୍‌ମ୍ୟାନ୍‌ ମନା କରି ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ତାଙ୍କୁ ଗାଳି କରିଥିଲେ।

woman2ଯୁବତୀ ଜଣଙ୍କ ଅଧିକ ପାଟିତୁଣ୍ଡ କରିବାରୁ ୱାଚ୍‌ମ୍ୟାନ୍‌ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ଯିବାକୁ କହିଥିଲା। ଏହା ଶୁଣିବା ପରେ ଯୁବତୀ ଜଣଙ୍କ ଦେହରୁ ସବୁ ପୋଷାକ ଖୋଲି ଦେଇ ୱାଚ୍‌ମ୍ୟାନ୍‌ଙ୍କୁ ମାରପିଟ କରିଥିଲେ।

Advertisment

ପୁଲିସ୍ ଯୁବତୀଙ୍କୁ କାବୁ କରି ଥାନାକୁ ନେଇଥିଲା। ତେବେ ତାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇନାହିଁ।

watchmanଅନ୍ୟପକ୍ଷରେ, ଯୁବତୀ ଜଣକ ମୁମ୍ୱାଇ ପୁଲିସ୍ ଓ ଭିଡିଓରେ ଉପସ୍ଥିତ ଥିବା ଲୋକଙ୍କ ବିରୋଧରେ ଟ୍ୱିଟ୍‌ କରି ସମାଲୋଚନା କରିଛନ୍ତି। ଏଥିସହ #Metoo ଲେଖି ଅନେକ ଅଭିଯୋଗ ଆଣିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe