Advertisment

ବାହାଘର ପୂର୍ବରୁ କନିଆ କରୋନା ପଜିଟିଭ୍, ନିଆରା ଢଙ୍ଗରେ ବାହା ହେଲା ବର

କାଲିଫର୍ଣ୍ଣିଆ: ବିବାହ ପାଇଁ ବର ଓ କନିଆ ଘର ପ୍ରସ୍ତୁତ। ହେଲେ ବାହାଘର ପୂର୍ବରୁ କନିଆ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ବର ଘର ଲୋକ ଟେନସନରେ। କାରଣ ଏବେ ବିବାହ କରିବା ଠିକ୍ ହେବନି ବୋଲି ସମସ୍ତେ ପ୍ରସ୍ତାବ ଦେଲେ। ତେଣେ ବିବାହ କାର୍ଡ ବଣ୍ଟା ସରିଛି, ହୋଟେଲ ଖର୍ଚ୍ଚ ପାଇଁ ଟଙ୍କା ଦିଆ ସରିଛି। ଏସବୁକୁ ଚିନ୍ତା କରି ବର ସମାନ ତାରିଖରେ ବିବାହ କରିଛି। ଏହି ବିବାହ ନିଆରା ଢଙ୍ଗରେ ହୋଇଛି। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବାହାଘର ପୂର୍ବରୁ କନିଆ କରୋନା ପଜିଟିଭ୍, ନିଆରା ଢଙ୍ଗରେ ବାହା ହେଲା ବର

marriage

କାଲିଫର୍ଣ୍ଣିଆ: ବିବାହ ପାଇଁ ବର ଓ କନିଆ ଘର ପ୍ରସ୍ତୁତ। ହେଲେ ବାହାଘର ପୂର୍ବରୁ କନିଆ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ବର ଘର ଲୋକ ଟେନସନରେ। କାରଣ ଏବେ ବିବାହ କରିବା ଠିକ୍ ହେବନି ବୋଲି ସମସ୍ତେ ପ୍ରସ୍ତାବ ଦେଲେ। ତେଣେ ବିବାହ କାର୍ଡ ବଣ୍ଟା ସରିଛି, ହୋଟେଲ ଖର୍ଚ୍ଚ ପାଇଁ ଟଙ୍କା ଦିଆ ସରିଛି। ଏସବୁକୁ ଚିନ୍ତା କରି ବର ସମାନ ତାରିଖରେ ବିବାହ କରିଛି। ଏହି ବିବାହ ନିଆରା ଢଙ୍ଗରେ ହୋଇଛି। ଯହାକୁ ସୋଶାଲ ମିଡିଆରେ ପ୍ରଶଂସା କରାଯାଇଛି।

Advertisment

ଏହି ଘଟଣା ଆମେରିକାର କାଲିଫର୍ଣ୍ଣିଆର। ଲରେନ (ବର) ଚିନ୍ତାକଲେ ଏବେ ବାହା ହେଲେ କ୍ୱାରେଣ୍ଟାଇନରେ ରହିବାକୁ ହେବ। ତେଣୁ ସେ ନିଆରା ଶୈଳୀରେ ସମାନ କନିଆ (ଜିମନେଜ)କୁ ବିବାହ କରିଛନ୍ତି।

ଇନଷ୍ଟାଗ୍ରାମରେ ଲେରି ଏବଂ ଜେମଜେନଙ୍କ ବାହାଘରର ବାବଦରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଫଟୋରୁ ସବୁକିଛି ବୁଝାପଡ଼ିଛି। ଯେଉଁଥିରେ କନିଆ ଗୋଟିଏ ଝରକା ପାଖରେ ବସିଛି ଏବଂ ବର ତଳେ ଛିଡ଼ା ହୋଇଛି। ଉଭୟ ଦଉଡି ସାହାଯ୍ୟରେ ପରସ୍ପରକୁ ବନ୍ଧା ହୋଇଛନ୍ତି। ଉଭୟ ଦମ୍ପତି ଖୁସି ଅଛନ୍ତି ଏବଂ ବରର ହାତରେ ଏକ ଫୁଲତୋଡା ଅଛି।

Advertisment