Advertisment

ସୋଶାଲ୍ ମିଡିଆରେ ଛାଇ ଯାଇଛି ‘ଜେସିବି କି ଖୁଦାଇ’ ମିମ୍ସ, ହେଲେ କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସୋଶାଲ୍‌ ମିଡିଆରେ ନିଶ୍ଚୟ ଆକ୍ଟିଭ ଥିବେ। ଏବେ ଜେସିବି ମେସିନ୍‌କୁ ନେଇ ସୋଶାଲ୍‌ ମିଡିଆରେ ବହୁତ ପ୍ରକାର ମିମ୍ସ ଶେଆର୍‌ ହେବା ସହ ଭାଇରାଲ୍‌ ହେବାର ଆପଣ ଦେଖିଥିବେ। ମିମ୍ସରେ ଜେସିବି କି ଖୁଦାଇ ବା ଜେସିବିର ମାଟି ଖୋଳିବାକୁ ନେଇ ବିଭିନ୍ନ ପ୍ରକାର ମିମ୍ସ ଭାଇରାଲ୍‌ ହେଉଛି। ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ, କ’ଣ ପାଇଁ ଏହି ଜେସିବିକୁ ନେଇ ଏତେ ମିମ୍ସ ତିଆରି ହେଉଛି। […]

ଅଦ୍ୟତନ ହୋଇଛି
ସୋଶାଲ୍ ମିଡିଆରେ ଛାଇ ଯାଇଛି ‘ଜେସିବି କି ଖୁଦାଇ’ ମିମ୍ସ, ହେଲେ କାହିଁକି?

j11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସୋଶାଲ୍‌ ମିଡିଆରେ ନିଶ୍ଚୟ ଆକ୍ଟିଭ ଥିବେ। ଏବେ ଜେସିବି ମେସିନ୍‌କୁ ନେଇ ସୋଶାଲ୍‌ ମିଡିଆରେ ବହୁତ ପ୍ରକାର ମିମ୍ସ ଶେଆର୍‌ ହେବା ସହ ଭାଇରାଲ୍‌ ହେବାର ଆପଣ ଦେଖିଥିବେ। ମିମ୍ସରେ ଜେସିବି କି ଖୁଦାଇ ବା ଜେସିବିର ମାଟି ଖୋଳିବାକୁ ନେଇ ବିଭିନ୍ନ ପ୍ରକାର ମିମ୍ସ ଭାଇରାଲ୍‌ ହେଉଛି।

Advertisment

publive-image

ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ, କ’ଣ ପାଇଁ ଏହି ଜେସିବିକୁ ନେଇ ଏତେ ମିମ୍ସ ତିଆରି ହେଉଛି। କ’ଣ ପାଇଁ ମାଟି ଖୋଳୁଥିବା ଜେସିବି ମେସିନ୍‌ର ଭିଡିଓକୁ ଲୋକ ଅଧିକା ଦେଖୁଛନ୍ତି।

publive-image

ଏ ବିଷୟରେ ଆମେ ଆପଣଙ୍କୁ କହିବୁ। ଜାଣନ୍ତୁ କ’ଣ ପାଇଁ ଜେସିବିକୁ ନେଇ ଏତେ ମିମ୍ସ ଭାଇରାଲ୍‌ ହେଉଛି।

Advertisment

ଏହି ଜେସିବି ମିମ୍ସ ଭାଇରାଲ୍‌ର ମୂଳ କାରଣ କାହାକୁ ବି ଜଣା ନାହିଁ। କିଏ କହୁଛି, ସନ୍ନି ଲିଓନି ଜେସିବି ଉପରେ ଛିଡ଼ା ହୋଇ ଏକ ଫଟୋ ଶେୟାର୍‌ କରିଥିଲେ। ସେହି ଦିନରୁ ଏହାକୁ ନେଇ ଏତେ ମିମ୍ସ ଭାଇରାଲ୍‌ ହେଉଛି। ଆଉ କିଏ କହୁଛି, ଭାରତରେ ଲୋକମାନଙ୍କର କିଛି କାମ ନାହିଁ, ସେଥିପାଇଁ କିଛି ବି ଗୋଟେ ବିଷୟକୁ ମଜାରେ ନେଇ ମିମ୍ସ ତିଆରି କରି ଭାଇରାଲ୍‌ କରାଯାଉଛି।

publive-image

ଏହା ମଧ୍ୟ କୁହାଯାଉଛି ଯେ, ଜେସିବି ତିଆରି କରୁଥିବା କମ୍ପାନିକୁ ୫୦ ବର୍ଷ ପୂରିଛି। ଏହି ଅବସରରେ କମ୍ପାନି ତାର ସଫଳ ଯାତ୍ରାକୁ ନେଇ କିଛି ଭିଡିଓ ଅପ୍‌ଲୋଡ୍‌ କରିଥିଲା। ଯେଉଁ ଭିଡିଓରେ ବିଭିନ୍ନ ଜାଗାରେ ଜେସିବି ମେସିନ୍‌ କାମ କରୁଥିଲା। ସେହି ଭିଡିଓକୁ ବହୁତ ଲୋକେ ଦେଖୁଛନ୍ତି। ଲୋକମାନଙ୍କୁ ଟ୍ରଲ୍‌ କରିବାକୁ ଯାଇ ଏହିପରି କରାଯାଉଥିବା ମଧ୍ୟ କୁହାଯାଉଛି।

୨୦୧୯ ମସିହାରେ ଜେସିବି ଖୋଳାଖୋଳି କରୁଥିବା କାମକୁ ମଧ୍ୟ ଲୋକମାନେ ଦେଖିବାକୁ ଯାଉଛନ୍ତି। ଏହାର ଅର୍ଥ ଲୋକଙ୍କ ପାଖରେ କିଛି କାମ ନାହିଁ । ଏହା ଦେଖି ସମୟ ବିତାଉଥିବାରୁ ଲୋକଙ୍କୁ ଟ୍ରଲ୍ କରାଯାଉଛି।

ଏହି ଜେସିବି କି ଖୁଦାଇ ସୋଶାଲ ମିଡିଆରେ ପୁରା ଛାଇ ଯାଇଛି। ତେବେ ଆପଣ ମଧ୍ୟ ଏହି ଘଟଣାକୁ ନେଇ ତିଆରି ହେଉଥିବା ମିମ୍ସ ଦେଖନ୍ତୁ ଆଉ ମଜା ନିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe