Advertisment

ଧ୍ୟାନ ଆକର୍ଷଣ କରୁଛି ପେଚାର ହଳଦିଆ ଆଖି

ସୋଶାଲ ମିଡିଆରେ ସବୁବେଳେ କିଛି ନା କିଛି ଭାଇରାଲ ହେଉଥାଏ। ଏବେ ନେଟିଜେନଙ୍କ ଧ୍ୟାନ ଆକର୍ଷଣ କରୁଛି ଏକ ପେଚା। ତେବେ ଆପଣ ଏ ଯାଏଁ ସୋଶାଲ ମିଡିଆରେ ଚର୍ଚ୍ଚା ସାଉଁଟୁଥିବା ଏହି ପେଚାକୁ ଦେଖିଲେଣି ନା ନାହିଁ ? ତେବେ ଏହି ସୁନ୍ଦର ଦୃଶ୍ୟକୁ କିଏ କ୍ୟାମେରାରେ କଏଦ କରିଛନ୍ତି ଆସନ୍ତୁ ଜାଣିବା… ଟ୍ୱିଟରରେ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଏକ ପୋଷ୍ଟ ଆଜିକାଲି ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି ଓ ଭାଇରାଲ […]

ଧ୍ୟାନ ଆକର୍ଷଣ କରୁଛି ପେଚାର ହଳଦିଆ ଆଖି

OWL

Advertisment

ସୋଶାଲ ମିଡିଆରେ ସବୁବେଳେ କିଛି ନା କିଛି ଭାଇରାଲ ହେଉଥାଏ। ଏବେ ନେଟିଜେନଙ୍କ ଧ୍ୟାନ ଆକର୍ଷଣ କରୁଛି ଏକ ପେଚା। ତେବେ ଆପଣ ଏ ଯାଏଁ ସୋଶାଲ ମିଡିଆରେ ଚର୍ଚ୍ଚା ସାଉଁଟୁଥିବା ଏହି ପେଚାକୁ ଦେଖିଲେଣି ନା ନାହିଁ ? ତେବେ ଏହି ସୁନ୍ଦର ଦୃଶ୍ୟକୁ କିଏ କ୍ୟାମେରାରେ କଏଦ କରିଛନ୍ତି ଆସନ୍ତୁ ଜାଣିବା...

Advertisment

ଟ୍ୱିଟରରେ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଏକ ପୋଷ୍ଟ ଆଜିକାଲି ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି ଓ ଭାଇରାଲ ହେଉଛି। ନନ୍ଦ ଏକ ପେଚା ଫଟୋ ଶେୟାର କରି ଲେଖିଛନ୍ତି, ଫଟୋରେ 'ଦି ଗ୍ରେଟ୍' ପେଚା ଅଛି, ଯିଏ ଗଛ କଡ଼ରେ ଲୁଚିଛି।

Advertisment

ପ୍ରକୃତରେ ଫଟୋଟି 2019 ମସିହାର। ଏହାକୁ ବ୍ରିଟେନର ଜଣେ ଓ୍ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଉତ୍ତୋଳନ କରିଥିଲେ। କୋଲମ୍ବିଆର ଘଞ୍ଚ ଜଙ୍ଗଲ ପରିଦର୍ଶନ କରିବା ସମୟରେ ଫଟୋଟିକୁ ନିଜ କ୍ୟାମେରା ଲେନ୍ସରେ କଏଦ କରିଥିଲେ। ଫଟୋରେ ଗୋଟିଏ ଗଛ କଡ଼ରେ ପେଚା ବସିଥିବା ଦେଖିବାକୁ ମିଳିଛି। ବିଶେଷକରି ପେଚାଟିର ହଳଦିଆ ରଙ୍ଗର ଆଖି ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି।

ଫଟୋଟିକୁ ନିଜ କ୍ୟାମେରାରେ କଏଦ କରିଥିଲେ ଓ୍ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଏଲନ ମର୍ଫି। ସୁଶାନ୍ତ ନନ୍ଦ ଶେୟାର କରିବା ପରେ ଫଟୋଟି ସୋଶାଲ ମିଡିଆରେ ପୁଣି ଭାଇରାଲ ହେଉଛି। ଆପଣବି ଟିକେ ନଜର ପକାନ୍ତୁ ଏହି ଅଭୂତ ପୂର୍ବ ଫଟୋଗ୍ରାଫିକୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe