Advertisment

ସୋଶାଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବଟଲ୍‌ କ୍ୟାପ୍‌ ଚ୍ୟାଲେଞ୍ଜ୍‌’

ନୂଆଦିଲ୍ଲୀ: ସବୁବେଳେ ସୋଶାଲ୍‌ ମିଡିଆରେ କିଛି ନା କିଛି ଟ୍ରେଣ୍ଡ୍‌ ଚାଲିଥାଏ। କେତେବେଳେ କୌଣସି ମେମେ ହେଉ ବା କିଛି ଚ୍ୟାଲେଞ୍ଜପୂର୍ଣ୍ଣ ଭିଡିଓ। ୟୁଜର୍‌ଙ୍କୁ ପସନ୍ଦ ଆସିଲେ ଏହା ଖୁବ୍‌ ଭାଇରାଲ୍‌ ହୁଏ। ଏବେ ସୋଶାଲ୍‌ ମିଡିଆରେ ଏବେ ଏକ ନୂଆ କଥା ଟ୍ରେଣ୍ଡ୍‌ କରୁଛି, ନାଁ ‘ବଟଲ୍‌ କ୍ୟାପ୍ ଚ୍ୟାଲେଞ୍ଜ’। କାଜାକିସ୍ତାନରୁ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜକୁ ନେଇ ଏବେ ଭାରତରେ ବି ଖୁବ୍‌ କ୍ରେଜ୍ ଦେଖିବାକୁ ମିଳୁଛି। ଆକ୍ସନ ଷ୍ଟାର ଅକ୍ଷୟ କୁମାର ପ୍ରଥମେ […]

ଅଦ୍ୟତନ ହୋଇଛି
ସୋଶାଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବଟଲ୍‌ କ୍ୟାପ୍‌ ଚ୍ୟାଲେଞ୍ଜ୍‌’

b31

Advertisment

ନୂଆଦିଲ୍ଲୀ: ସବୁବେଳେ ସୋଶାଲ୍‌ ମିଡିଆରେ କିଛି ନା କିଛି ଟ୍ରେଣ୍ଡ୍‌ ଚାଲିଥାଏ। କେତେବେଳେ କୌଣସି ମେମେ ହେଉ ବା କିଛି ଚ୍ୟାଲେଞ୍ଜପୂର୍ଣ୍ଣ ଭିଡିଓ। ୟୁଜର୍‌ଙ୍କୁ ପସନ୍ଦ ଆସିଲେ ଏହା ଖୁବ୍‌ ଭାଇରାଲ୍‌ ହୁଏ।

Advertisment

ଏବେ ସୋଶାଲ୍‌ ମିଡିଆରେ ଏବେ ଏକ ନୂଆ କଥା ଟ୍ରେଣ୍ଡ୍‌ କରୁଛି, ନାଁ ‘ବଟଲ୍‌ କ୍ୟାପ୍ ଚ୍ୟାଲେଞ୍ଜ’। କାଜାକିସ୍ତାନରୁ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜକୁ ନେଇ ଏବେ ଭାରତରେ ବି ଖୁବ୍‌ କ୍ରେଜ୍ ଦେଖିବାକୁ ମିଳୁଛି। ଆକ୍ସନ ଷ୍ଟାର ଅକ୍ଷୟ କୁମାର ପ୍ରଥମେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଭିଡିଓ ପୋଷ୍ଟ କରିବା ପରେ ଜଣଙ୍କ ପରେ ଜଣେ ବଲିଉଡ୍ ଷ୍ଟାର ଓ କ୍ରୀଡ଼ାବିତ୍ ଏଥିରେ ସାମିଲ ହେଉଛନ୍ତି।

publive-image

ମାର୍ଶାଲ୍‌ ଆର୍ଟରେ ନିପୁଣ ଅଭିନେତା ଟାଇଗର ଶ୍ରଫ୍‌, ଅଭିନେତ୍ରୀ ପରିଣିତି ଚୋପ୍ରା ଓ ସୁସ୍ମିତା ସେନ୍‌ ପ୍ରମୁଖ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ଭିଡିଓ ପୋଷ୍ଟ କରିଛନ୍ତି। ତେବେ ବଲିଉଡ ଷ୍ଟାର ବିଦ୍ୟୁତ୍‌ ଜମଓ୍ୱାଲ୍‌ ଏକାଥକରେ ୩ଟି ଠିପି ଖୋଲି ପାଦେ ଆଗକୁ ଯାଇଛନ୍ତି। ଭୋଜପୁରୀ ଷ୍ଟାର୍‌ ଦିନେଶ ଲାଲ ଯାଦବ ଓ ପୁନମ ଦୁବେ ମଧ୍ୟ ସୋଶାଲ୍ ମିଡିଆରେ ନିଜ ଭିଡିଓ ପୋଷ୍ଟ କରିଛନ୍ତି।

Advertisment

publive-image

ସାରା ବିଶ୍ୱରେ ବିଭିନ୍ନ ଦେଶର ସେଲେବ୍ରେଟି ‘ବଟଲ କ୍ୟାପ୍ ଚ୍ୟାଲେଞ୍ଜ’ ଗ୍ରହଣ କରୁଛନ୍ତି। ଆମେରିକାନ୍ ମଡେଲ ତଥା ଅଭିନେତ୍ରୀ କେଣ୍ଡାଲ ଜେନର ଭିନ୍ନ ଢଙ୍ଗରେ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ସେ ସମୁଦ୍ରରେ ଜେଟ୍ ସ୍କିରେ ଚ୍ୟାଲେଞ୍ଜ ପୂରା କରିଛନ୍ତି। ସେହିପରି ଆମେରିକାନ୍‌ ସିଙ୍ଗର ମାରିଆ କେରୀ ପାଟିରେ ଚିତ୍କାର କରି ବୋତଲର ଠିପି ଖୋଲିବା ଭିଡିଓ ଭାଇରାଲ ହୋଇଛି।

ନିମ୍ନରେ ଭିଡିଓଟିକୁ ଦେଖି ନିଅନ୍ତୁ-

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe