bafha
ରାୟପୁର : ଛତିଶଗଡ଼ ରାୟପୁରରେ ଥିବା ନନ୍ଦନବନ ଜଙ୍ଗଲ ସଫାରୀରେ ଗୋଟିଏ ବାଘ ପର୍ଯ୍ୟଟଙ୍କ ବସ୍ର ପିଛା କରୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓଟି ଭାଇରାଲ୍ ହେବା ପରେ ବନବିଭାଗ ପକ୍ଷରୁ ଜଙ୍ଗଲ ସଫାରୀରେ କାର୍ଯ୍ୟରତ ଥିବା ତିନି ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ୱନ କରାଯାଇଛି।
ବନ ବିଭାଗର କହିବା ଅନୁସାରେ ଏହି ଭିଡିଓଟି ଗତ ଶୁକ୍ରବାର ଶୁଟ୍ କରାଯାଇଛି। ପର୍ଯ୍ୟଟକଙ୍କ ବସ୍ ଜଙ୍ଗଲରେ ସଫାରୀ କରୁଥିବା ସମୟରେ ଦୁଇ ବାଘ ପରସ୍ପର ମଧ୍ୟରେ ଲଢ଼େଇ କରୁଥିଲେ। ସେଥିରୁ ଜଣେ ବାଘ ଅଚାନକ ଲଢ଼େଇ ଛାଡ଼ି ବସ୍ରେ ଝୁଲି ରହିଥିବା ପଲିଥିନ୍କୁ ଭିଡି ଧରିଥିଲା। ପଲିଥିନ୍କୁ କାମୁଡ଼ି ଧରି ବାଘଟି ବସ୍କୁ ଟାଣି ଧରିଥିଲା।
ଭିଡିଓରେ ଦେଖିବାକୁ ମିଳିଛି ଯେ ବସ୍ରେ ବସିଥିବା ପର୍ଯ୍ୟଟକ ଗାଡ଼ିକୁ ବେଗରେ ନେବା ପାଇଁ ଡ୍ରାଇଭରକୁ କହୁଛନ୍ତି। କିନ୍ତୁ ବାଘ କିଛି ସମୟ ଧରି ବସ୍ର ପିଛା କରୁଛି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ନନ୍ଦନବନ ଜଙ୍ଗଲ ସଫାରୀରେ ଯାଉଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଦୁଇ ଗାଇଡ୍ ନବୀନ ପୁରୈନା, ନରେନ୍ଦ୍ର ସିହ୍ନା ଓ ଡ୍ରାଇଭର୍ ଓମପ୍ରକାଶ ଭାରତୀଙ୍କୁ ନିଲମ୍ୱିତ କରାଯାଇଛି। ଏହା ସଙ୍ଗେ ସଙ୍ଗେ ବନବିଭାଗ ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଛତିଶଗଡ଼ ବନବିଭାଗ ପକ୍ଷରୁ ପାଖାପାଖି ୮୦୦ ଏକର ଜାଗାରେ ରାୟପୁରରେ ଜଙ୍ଗଲ ସଫାରୀ ବ୍ୟବସ୍ଥା କରାଯାଇଛି। ଟାଇଗର୍ ସଫାରୀରେ ବର୍ତ୍ତମାନ ୪ଟି ବାଘ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/bafha.jpg)