ନୂଆଦିଲ୍ଲୀ: ରଖେ ହରି ତ ମାରେ କିଏ। ବନ୍ୟା ସ୍ରୋତରେ ପଡିଯାଇଥିବା ୨ ଛୋଟ ଛୁଆ ପୁଣି ନିଜ ଜୀବନ ଫେରି ପାଇବେ ବୋଲି କେବେ ଆଶା କରି ନ ଥିଲେ। ହେଲେ ଏହା ଦେଖି ଜଣେ ବ୍ୟକ୍ତି ମୃତ୍ୟୁକୁ ଖାତିର ନ କରି ନିଜେ ଚାଲି ଯାଇଥିଲେ ବିପଦ ମୁହଁକୁ। ଆଉ ଦେବଦୂତ ସାଜି ଉଭୟଙ୍କ ଜୀବନ ରକ୍ଷା କରି ଟାଣି ଆଣିଥିଲେ କୂଳକୁ। ଏଥିଲଲାଗି ତାଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଛି। ଏପରି ଘଟଣା ଘଟିଛି ଚୀନରେ।
ଚୀନର ଦଜିସାନ୍ ସହର ପାଖ ଏକ ନଦୀରେ ଅଧିକ ବର୍ଷା ପାଇଁ ବନ୍ୟା ସମସ୍ୟା ଦେଖାଦେଇଥିଲା। ଏବଂ ସେହି ବନ୍ୟା ସମୟର ଏକ ଭିଡିଓ ସୋଶାଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଏକ ସହରରେ ପାଣି ପାଶି ଯିବାରୁ ବହୁ ବ୍ୟକ୍ତିଙ୍କ ସମେତ ୨ ଛୋଟ ପିଲା ମଧ୍ୟ ପାଣି ସ୍ରୋତରେ ଅସହାୟ ହୋଇ ଭାସି ଯାଉଥିଲେ। ଏହା ଦେଖି ଲି ୟିଜୁନ୍ ନାମକ ବ୍ୟକ୍ତି ଉଭୟଙ୍କୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଧାଇଁ ଯାଇଥିଲେ। ଗତ ସୋମବାର ଦିନ ଏହି ଘଟଣାଟି ଘଟିଛି।
ଏହି କଳା ଧଳା ଭିଡିଓରେ ଯାହା ଦେଖିବାକୁ ମିଳୁଛି ୟିଜୁନ୍ ଜଣଙ୍କ ପରେ ଜଣେ ପିଲାକୁ ପାଣିରୁ ବାହାର କରି ରାସ୍ତା କଡକୁ ନେଇ ଯାଉଛନ୍ତି।
ୟିଜୁନ୍ଙ୍କ କହିବା ଅନୁଯାୟୀ, ‘ମୁଁ ତାହା କରିଛି, ଯାହା ଜରୁରୀକାଳିନ ସମୟରେ ଗୋଟେ ମନୁଷ୍ୟକୁ କରିବା ଦରକାର। ’
ତେବେ ୟିଜୁନ୍ଙ୍କର ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି। ଲୋକମାନେ ତାଙ୍କୁ ସାବାସି ଦେବା ସହ ଅସଲି ହିରୋ ବୋଲି କହିଛନ୍ତି।
https://youtu.be/ERHKh1cXUdQ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।