Advertisment

ବନ୍ୟା ସ୍ରୋତରେ ଭାସି ଯାଉଥିଲେ ୨ ପିଲା, ଆଉ ତା’ ପରେ କ’ଣ ହେଲା ସେମାନଙ୍କର? ଭାଇରାଲ୍‌ ହେଲା ଭିଡ଼ିଓ

ନୂଆଦିଲ୍ଲୀ:  ରଖେ ହରି ତ ମାରେ କିଏ। ବନ୍ୟା ସ୍ରୋତରେ ପଡିଯାଇଥିବା ୨ ଛୋଟ ଛୁଆ ପୁଣି ନିଜ ଜୀବନ ଫେରି ପାଇବେ ବୋଲି କେବେ ଆଶା କରି ନ ଥିଲେ। ହେଲେ ଏହା ଦେଖି ଜଣେ ବ୍ୟକ୍ତି ମୃତ୍ୟୁକୁ ଖାତିର ନ କରି ନିଜେ ଚାଲି ଯାଇଥିଲେ ବିପଦ ମୁହଁକୁ। ଆଉ ଦେବଦୂତ ସାଜି ଉଭୟଙ୍କ ଜୀବନ ରକ୍ଷା କରି ଟାଣି ଆଣିଥିଲେ କୂଳକୁ। ଏଥିଲଲାଗି ତାଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଛି। ଏପରି […]

ବନ୍ୟା ସ୍ରୋତରେ ଭାସି ଯାଉଥିଲେ ୨ ପିଲା,  ଆଉ ତା’ ପରେ କ’ଣ ହେଲା ସେମାନଙ୍କର? ଭାଇରାଲ୍‌ ହେଲା ଭିଡ଼ିଓ

china_floods_1561122013_800

Advertisment

ନୂଆଦିଲ୍ଲୀ:  ରଖେ ହରି ତ ମାରେ କିଏ। ବନ୍ୟା ସ୍ରୋତରେ ପଡିଯାଇଥିବା ୨ ଛୋଟ ଛୁଆ ପୁଣି ନିଜ ଜୀବନ ଫେରି ପାଇବେ ବୋଲି କେବେ ଆଶା କରି ନ ଥିଲେ। ହେଲେ ଏହା ଦେଖି ଜଣେ ବ୍ୟକ୍ତି ମୃତ୍ୟୁକୁ ଖାତିର ନ କରି ନିଜେ ଚାଲି ଯାଇଥିଲେ ବିପଦ ମୁହଁକୁ। ଆଉ ଦେବଦୂତ ସାଜି ଉଭୟଙ୍କ ଜୀବନ ରକ୍ଷା କରି ଟାଣି ଆଣିଥିଲେ କୂଳକୁ। ଏଥିଲଲାଗି ତାଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଛି। ଏପରି ଘଟଣା ଘଟିଛି ଚୀନରେ।

Advertisment

ଚୀନର ଦଜିସାନ୍‌ ସହର ପାଖ ଏକ ନଦୀରେ ଅଧିକ ବର୍ଷା ପାଇଁ ବନ୍ୟା ସମସ୍ୟା ଦେଖାଦେଇଥିଲା। ଏବଂ ସେହି ବନ୍ୟା ସମୟର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଏକ ସହରରେ ପାଣି ପାଶି ଯିବାରୁ ବହୁ ବ୍ୟକ୍ତିଙ୍କ ସମେତ ୨ ଛୋଟ ପିଲା ମଧ୍ୟ ପାଣି ସ୍ରୋତରେ ଅସହାୟ ହୋଇ ଭାସି ଯାଉଥିଲେ। ଏହା ଦେଖି ଲି ୟିଜୁନ୍‌ ନାମକ ବ୍ୟକ୍ତି ଉଭୟଙ୍କୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଧାଇଁ ଯାଇଥିଲେ।  ଗତ ସୋମବାର ଦିନ ଏହି ଘଟଣାଟି ଘଟିଛି।

ଏହି କଳା ଧଳା ଭିଡିଓରେ ଯାହା ଦେଖିବାକୁ ମିଳୁଛି ୟିଜୁନ୍‌ ଜଣଙ୍କ ପରେ ଜଣେ ପିଲାକୁ ପାଣିରୁ ବାହାର କରି ରାସ୍ତା କଡକୁ ନେଇ ଯାଉଛନ୍ତି।

Advertisment

ୟିଜୁନ୍‌ଙ୍କ କହିବା ଅନୁଯାୟୀ,  ‘ମୁଁ  ତାହା କରିଛି, ଯାହା ଜରୁରୀକାଳିନ ସମୟରେ ଗୋଟେ ମନୁଷ୍ୟକୁ କରିବା ଦରକାର। ’

ତେବେ ୟିଜୁନ୍‌ଙ୍କର ଏହି ଭାଇରାଲ୍‌ ଭିଡିଓ ଦେଖିବା ପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି। ଲୋକମାନେ ତାଙ୍କୁ ସାବାସି ଦେବା ସହ  ଅସଲି ହିରୋ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe