bmw1
ଚୀନ୍: ଚୀନର ଜଣେ ଧନୀ ଚାଷୀଙ୍କୁ BMW ଚଲାଇବାକୁ ବହୁତ ସଉକ୍ ଥିଲା। ଏଥିପାଇଁ ସେ ଏହି ଦାମିକା ଗାଡ଼ି ତ କିଣିଦେଲେ ହେଲେ ଅଧିକା ଦିନ ପର୍ଯ୍ୟନ୍ତ ଚଲାଇପାରିଲେ ନାହିଁ। କାହିଁକି ନା ସେହି ଗାଡ଼ି ପାଇଁ ପୁଲିସ୍ ତାଙ୍କୁ ଗିରଫ୍ କରିନେଲା। ଆପଣ ଭାବୁଥିବେ ସେ ସେହି ଗାଡ଼ି ଚୋରି କରି ଆଣିଥିବେ। ନା ଏପରି କିଛି ହୋଇନାହିଁ। ତାହାଲେ ଜାଣନ୍ତୁ ପୂରା ଘଟଣା କ’ଣ ଥିଲା।
/odisha-reporter/media/post_attachments/wp-content/uploads/2019/06/b11-1-300x223.jpg)
ଚୀନ୍ରେ ରହୁଥିବା ଜଣେ ଧନୀ ଚାଷୀଙ୍କର BMW ଚଲାଇବାର ବହୁତ ସଉକ୍ ଥିଲା। ଏଥିପାଇଁ ସେ ୨ କୋଟି ଦେଇ ଗାଡ଼ି କିଣିଲେ। କିଛି ଦିନ ପର୍ଯ୍ୟନ୍ତ ବହୁତ ମଜା କଲେ। ଏହାପରେ ସେ ଗାଡ଼ିରେ ପେଟ୍ରୋଲ୍ ପକାଇ ପକାଇ ପୁରା ନୟାନ୍ତ ହୋଇଗଲେ। ଗାଡ଼ିରେ ପେଟ୍ରୋଲ୍ ପକାଇ ବୁଲିବା ନିଶା ତାଙ୍କୁ ଏତେ ହୋଇଯାଇଥିଲା ଯେ, ସେ ଆଖପାଖରେ ଥିବା ଫାର୍ମରୁ କୁକୁଡ଼ା ଏବଂ ବତକ ଚୋରି କରି ଗାଡ଼ିରେ ପେଟ୍ରୋଲ୍ ପକାଇଲେ। କିନ୍ତୁ ଚୋରି ତ ଚୋରି ହିଁ ହୋଇଥାଏ। ଏହି ଘଟଣାର ଖୋଳତାଡ କରି ପୁଲିସ୍ ତାଙ୍କୁ ଗିରଫ୍ କରିନେଲା।
/odisha-reporter/media/post_attachments/wp-content/uploads/2019/06/b21-300x221.jpg)
ଚୀନ୍ର ସିଚୁଆନ୍ ନାମକ ସ୍ଥାନରେ ରହୁଥିବା ଏହି ୫୦ ବର୍ଷୀୟ ବ୍ୟକ୍ତି ଜଣଙ୍କୁ ପୁଲିସ୍ ଗିରଫ୍ କଲା ପରେ ସବୁ ସତ କଥା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଗାଡ଼ିରେ ପେଟ୍ରୋଲ୍ ପକାଇବା ପାଇଁ କୁକୁଡ଼ା ଏବଂ ବତକ ଚୋରି କରୁଥିଲି ଏବଂ ପରେ ତାକୁ ବିକ୍ରି କରି ଗାଡ଼ିରେ ତେଲ ପକାଉଥିଲି।
/odisha-reporter/media/post_attachments/wp-content/uploads/2019/06/b31-300x224.jpg)
ରିପୋର୍ଟ ଅନୁସାରେ, ବ୍ୟକ୍ତିଜଣକ ବାଇକ୍ରେ ବତକ ଏବଂ କୁକୁଡ଼ା ଚୋରି କରୁଥିଲେ। ଯେଉଁଠିବି ସେ ଧରା ପଡ଼ୁଥିଲେ ତାହା ମୋର କହି ରକ୍ଷା ପାଇ ଯାଉଥିଲେ । ଯେତେବଳେ ପୁଲିସ୍ ଗାଁର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଦେଖିଲା, ଏହି ଘଟଣା ସାମ୍ନାକୁ ଆସିଥିଲା।
/odisha-reporter/media/post_attachments/wp-content/uploads/2019/06/b41-300x226.jpg)
ପୁଲିସ୍ ଚୋରି କରୁଥିବା ବ୍ୟକ୍ତିଙ୍କ ନିଜ ଘରୁ ତାଙ୍କୁ ଗିରଫ୍ କରିବା ସହ ବାଇକ୍, BMW, ବତକ ଏବଂ କୁକୁଡ଼ା ମଧ୍ୟ ଜବତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/06/bmw1.jpg)