/odisha-reporter/media/post_attachments/uploads/2019/07/a11-4.jpg)
a11
ଗଜପତି: ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ସାପ ଏବଂ କଇଁଚ୍ଛ ଖେଳୁଥିବାର ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ହସ୍ପିଟାଲ ଛକରେ ଥିବା ଅର୍ଦ୍ଧନାରୀଶ୍ୱର ମନ୍ଦିରରେ ଏମିତି ଏକ ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା। କଇଁଚ୍ଛଙ୍କ ଗହଣରେ ନାଗ ସାପ ଖେଳିବାର ଅଭୂତପୂର୍ବ ଦୃଶ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିଭାବ ସୃଷ୍ଟି କରିଥିଲା।
Advertisment
ସାପ ଏବଂ କଇଁଚ୍ଛଙ୍କ ଖେଳ ଦେଖିବାକୁ ମନ୍ଦିରରେ ଶହ ଶହ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ଶ୍ରାବଣ ସୋମବାର ହୋଇଥିବାରୁ ପ୍ରଭୁ ମହାଦେବଙ୍କ ପ୍ରିୟ ନାଗସାପ କଇଁଚ୍ଛଙ୍କ ସହ ଖେଳିବା ଘଟଣାକୁ ଅଲୌକିକ ଦୃଶ୍ୟ ବୋଲି ଲୋକେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
