Advertisment

କରୋନା ମୁକାବିଲାର ସୂତ୍ର ବତାଇଲେ କଂଗ୍ରେସ ନେତା

ବେଙ୍ଗାଲୁରୁ: କରୋନା ଟିକା ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ। ରୋଗ ପ୍ରତିରୋଧ ଶକ୍ତି ସହିତ ଅନ୍ୟାନ୍ୟ ପନ୍ଥା ଆପଣାଇ କରୋନାକୁ ଦୂରେଇ ରଖିବା ପାଇଁ ସରକାର ଦେଶବାସୀଙ୍କୁ ପରାମର୍ଶ ଦେଉଛନ୍ତି। ଏଭଳି ସ୍ଥିତିରେ ଜଣେ କଂଗ୍ରେସ ନେତା କହିଛନ୍ତି କରୋନାକୁ ମାତ୍ ଦେବାର ଉପାୟ। କର୍ଣ୍ଣାଟକ କଂଗ୍ରେସର ଜଣେ କାଉନସିଲର ରବିଚନ୍ଦ୍ର ଗଟ୍ଟିଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉିଛି ଯେଉଁଥିରେ ସେ କହିଛନ୍ତି, ରମ ସହିତ ଦୁଇଟି ଅଣ୍ଡା ଭଜା କରୋନାକୁ ମାତ୍ ଦେଇ […]

ଅଦ୍ୟତନ ହୋଇଛି
କରୋନା ମୁକାବିଲାର ସୂତ୍ର ବତାଇଲେ କଂଗ୍ରେସ ନେତା

congress leader on corona

Advertisment

ବେଙ୍ଗାଲୁରୁ: କରୋନା ଟିକା ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ। ରୋଗ ପ୍ରତିରୋଧ ଶକ୍ତି ସହିତ ଅନ୍ୟାନ୍ୟ ପନ୍ଥା ଆପଣାଇ କରୋନାକୁ ଦୂରେଇ ରଖିବା ପାଇଁ ସରକାର ଦେଶବାସୀଙ୍କୁ ପରାମର୍ଶ ଦେଉଛନ୍ତି। ଏଭଳି ସ୍ଥିତିରେ ଜଣେ କଂଗ୍ରେସ ନେତା କହିଛନ୍ତି କରୋନାକୁ ମାତ୍ ଦେବାର ଉପାୟ।

Advertisment

କର୍ଣ୍ଣାଟକ କଂଗ୍ରେସର ଜଣେ କାଉନସିଲର ରବିଚନ୍ଦ୍ର ଗଟ୍ଟିଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉିଛି ଯେଉଁଥିରେ ସେ କହିଛନ୍ତି, ରମ ସହିତ ଦୁଇଟି ଅଣ୍ଡା ଭଜା କରୋନାକୁ ମାତ୍ ଦେଇ ପାରିବ।

https://twitter.com/vinndz_TNIE/status/1283783029429645312

ମେଙ୍ଗାଲୁରୁର ଉଲାଲ ସିଟିର ଏହି ନେତା କହିଛନ୍ତି, "90 ମିଲି ଗ୍ରାମ ରମରେ ଏକ ଚାମଚ ଗୋଲମରିଚ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ଗୋଳାନ୍ତୁ ଏବଂ ପିଅନ୍ତୁ। କରୋନା ଭାଇରସ ଶରୀରରୁ ସଂପୂର୍ଣ୍ଣ ଯିବା ପାଇଁ ଦୁଇଟି ଅଧା ଭଜା ହୋଇଥିବା ଓମଲେଟ୍ ଏହାପରେ ଖାଆନ୍ତୁ।"

Advertisment

ଗଟ୍ଟି ଏହା ମଧ୍ୟ କହିଛନ୍ତି ଯେ ଏହି ଭୂତାଣୁ ମୁକାବିଲା ପାଇଁ ସେ ଅନେକ ଔଷଧକୁ ପ୍ରୟୋଗ କରିଛନ୍ତି ହେଲେ ସବୁକିଛି ବିଫଳ ହୋଇଛି। ଏହାପରେ କେବଳ ରମ ଏବଂ ଅଣ୍ଡା କାମ କରିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେଙ୍ଗାଲୁରୁ ଏବଂ ମଡିକେରୀରେ ଅନେକ ଲୋକ ରମ ପିଉଛନ୍ତି କିନ୍ତୁ ମୁଁ ମାଛ କି ରମ ପିଏ ନାହିଁ। ତେବେ ସେ ଏହି ମତ ଜଣେ ନେତା ଭାବରେ ନୁହେଁ, ବରଂ କରୋନା କମିଟିର ସଦସ୍ୟ ଭାବରେ ପରାମର୍ଶ ଦେଉଛନ୍ତି ବୋଲି କହିଛନ୍ତି।

ଏହି ଭିଡିଓକୁ ଜଣେ ଭାରତୀୟ ସାମ୍ବାଦିକ ଭିନ୍ସେଣ୍ଟ ଡି’ସୁଜା ଟ୍ୱିଟ୍ କରିଛନ୍ତି ଏବଂ ସେହି ଦିନଠାରୁ ଲୋକମାନେ କାଉନସିଲରଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ 'କୋଭିଡିଓଟ୍' ବୋଲି କହିବା ସହ ଭାଇରାଲ ହେବାରେ ଲାଗିଛି।

https://twitter.com/ssuhailahmed1/status/1283801840010706948

https://twitter.com/Anaghzzz/status/1283795157163245569?ref_src=twsrc%5Etfw

https://twitter.com/journomanish/status/1283786696702615552?ref_src=twsrc%5Etfw

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe