a33
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁବେଳେ ଅପରାଧୀଙ୍କ ସହ ତାଙ୍କର ସମ୍ପର୍କ। ସବୁ ଅସୁବିଧା ସମୟରେ ବେଳେ ଖୋଜା ପଡ଼ନ୍ତି ସେମାନେ। ଖାକି ପୋଷାକରେ କଡା ମିଜାଜର ଏଇ ମଣିଷଙ୍କୁ ଦେଖିଲେ ଲାଗେ ଯେମିତି ସ୍ନେହ, ମମତା, ଭାବପ୍ରବଣତା ଏମାନଙ୍କୁ ଛୁଇଁନି। ହେଲେ ଏମିତି ଧାରଣା ସବୁବେଳେ ଠିକ୍ ନୁହେଁ । ଖାକି ପୋଷାକ ତଳେ ପୋଲିସଙ୍କର ଯେ କୋମଳ ପିତୃ ହୃଦୟଟିଏ ରହିଛି, ଏହି ଭିଡ଼ିଓ ଦେଖିବା ପରେ ନିଶ୍ଚୟ ହୃଦବୋଧ ହେବ।
ବଡ ବଡ ଅପରାଧୀଙ୍କୁ ଶାସନ କରୁଥିବା ଏଇ ପୋଲିସ ବାବୁ ନିଜର ଛୋଟ ପୁଅକୁ ସଜାଡି ପାରୁନାହାନ୍ତି। ମରଣ ମୁହଁରୁ ମଣିଷକୁ ଛଡ଼େଇ ଆଣି ପାରୁଛନ୍ତି, ହେଲେ କୁନି ପୁଅର କୋମଳ ହାତଭିତରୁ ନିଜକୁ ମୁକୁଳାଇ ପାରୁନାହାନ୍ତି। ପୁଅର କରୁଣ କାନ୍ଦ ଆଉ ନିରୀହ ଜିଦ୍ ପାଖରେ ଯେମିତି ଅସହାୟ ହୋଇପଡିଛନ୍ତି ! ଏଇ ତ ଭାବପ୍ରବଣତା। ସ୍ନେହମମତାର ବନ୍ଧନ।
ଏଇ ଭିଡ଼ିଓଟି ଟ୍ୱିଟର୍ରେ ଭାଇରାଲ୍ ହେବାକୁ ଲାଗିଛି। ପୁଲିସ ପୋଷାକରେ ଥିବା ଜଣେ ବାପା ନିଜ କର୍ମକ୍ଷେତ୍ରକୁ ଯିବାକୁ ବାହାରୁଛନ୍ତି। କିନ୍ତୁ ତାଙ୍କର ଛୋଟ ପୁଅ ତାଙ୍କୁ ଯିବାକୁ ଦେଉନାହିଁ।
https://twitter.com/arunbothra/status/1122326391620427777
ଭିଡିଓ ଦେଖିଲେ ଆପଣ ଜାଣି ପାରିବେ ଯେ, ପୁଅଟି ଛାତି ଫଟାଇ କାନ୍ଦୁଛି। ବାବା, ଅଫିସ ଯାହ ନାହିଁ ବୋଲି ଜିଦ୍ ଧରି କାନ୍ଦୁଛି । ବାପାଙ୍କ ଗୋଡ଼କୁ ଜାବୁଡି ଧରିଛି। ବାପା ପୁଅକୁ ବହୁତ ବୁଝାଉଛନ୍ତି। କହୁଛନ୍ତି, ‘ପୁଅ ଛାଡ, ମୁଁ ଶିଘ୍ର ଘରକୁ ଫେରି ଆସିବି।’ କିନ୍ତୁ ପୁଅ ଛାଡ଼ୁନି। ବାପା ଯେତେ କୌଶଳରେ ପୁଅ କବ୍ଜାରୁ ନିଜକୁ ମୁକ୍ତ କରୁଛନ୍ତି, ପୁଅ ସେତିକି ଜୋର୍ରେ ଦୌଡି ଯାଉ ବାପାଙ୍କ ଗୋଡ଼କୁ ଧରିପକାଉଛି । ୧.୨୫ ସେକେଣ୍ଡର ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓକୁ ଜଣେ ଆଇପିଏସ୍ ତାଙ୍କ ଟ୍ୱିଟର୍ ପେଜ୍ରେ ସେୟାର୍ କରିଛନ୍ତି। ସେ ସେଠାରେ ଲେଖିଛନ୍ତି ଯେ, ‘ପୁଲିସ୍ ଚାକିରି କାଳରେ ଏହା ଏକ ଭାବାବେଗ ପୂର୍ଣ୍ଣ ମୁହୂର୍ତ୍ତ। ଲମ୍ବା ଟାଇମ୍ ଟେବୁଲ୍ ଏବଂ କଠିନ କାମ ଭିତରେ ଜଣେ ପୁଲିସ୍ କର୍ମୀକୁ ଏହିପରି ସ୍ଥିତି ଦେଇ ଗତି କରିବାକୁ ପଡ଼ିଥାଏ’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/a33-13.jpg)