ମୋଟା ଅଙ୍କର ଟ୍ରାଫିକ୍ ଜୋରିମାନା ଲାଗିଛି କି? ଏହି ଉପାୟ ଆପଣାନ୍ତୁ ମାତ୍ର ୧୦୦ ଟଙ୍କା ଦେବାକୁ ପଡ଼ିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂଶୋଧିତ ନୂଆ ଟ୍ରାଫିକ୍ ଆଇନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ମୁଖ୍ୟତଃ ମୋଟା ଅଙ୍କର ଜୋରିମାନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଗାଡ଼ି ମାଲିକମାନେ। ସେପ୍ଟେମ୍ୱର ୧ରୁ ଲାଗୁ ହୋଇଥିବା ଏହି ନୂଆ ନିୟମ ଅନୁଯାୟୀ ଏଯାଏ ଗାଡ଼ି ମାଲିକ ମାନେ ୨ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଦେଇସାରିଲେଣି। କିଛି ରାଜ୍ୟରେ ମୋଟା ଅଙ୍କର ଜୋରିମାନା ପରିମାଣକୁ ଦେଖି ନିୟମରେ ସାମୟିକ କୋହଳ କରାଯାଇଛି। ହେଲେ ଏହାରି ଭିତରେ ଟ୍ରାଫିକ୍ […]

traffic-3..

Subhransu Sekhar
  • Published: Friday, 20 September 2019
  • , Updated: 20 September 2019, 09:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂଶୋଧିତ ନୂଆ ଟ୍ରାଫିକ୍ ଆଇନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ମୁଖ୍ୟତଃ ମୋଟା ଅଙ୍କର ଜୋରିମାନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଗାଡ଼ି ମାଲିକମାନେ। ସେପ୍ଟେମ୍ୱର ୧ରୁ ଲାଗୁ ହୋଇଥିବା ଏହି ନୂଆ ନିୟମ ଅନୁଯାୟୀ ଏଯାଏ ଗାଡ଼ି ମାଲିକ ମାନେ ୨ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଦେଇସାରିଲେଣି। କିଛି ରାଜ୍ୟରେ ମୋଟା ଅଙ୍କର ଜୋରିମାନା ପରିମାଣକୁ ଦେଖି ନିୟମରେ ସାମୟିକ କୋହଳ କରାଯାଇଛି। ହେଲେ ଏହାରି ଭିତରେ ଟ୍ରାଫିକ୍ ଚାଲାଣ କାଟୁଥିବା ପୁଲିସ୍ ସୁନୀଲ ସଂଘୁ ଏକ ଉପାୟ ବତାଇଛନ୍ତି। ଯେଉଁ ଉପାୟ ଆପଣାଇଲେ ଆପଣଙ୍କ ଜୋରିମାନା ପରିମାଣ ୨୨ ହଜାରରୁ ୪ ଶହ ଟଙ୍କା ମଧ୍ୟ ହୋଇପାରିବ।

ସୁନୀଲଙ୍କ ଏହି ୧୫ ମିନିଟର ଭିଡିଓ Stuffeed ଫେସବୁକ ପେଜରେ ଅପଲୋଡ୍ ହୋଇଛି। ଯେଉଁଥିରେ ସୁନୀଲ ଉଦାହରଣ ଦେବାକୁ ଯାଇ ପ୍ରଥମେ ଟ୍ରାଫିକ୍ ଫାଇନ୍ ବାବଦରେ କହିଛନ୍ତି। ଲାଇସେନ୍ସ କିମ୍ୱା ଗାଡ଼ି ରେଜିଷ୍ଟ୍ରେସନ ଯଦି ନଥିବ ତାହେଲେ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ପଲ୍ୟୁସନ ସାର୍ଟିଫିକେଟ ନଥିଲେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ବୀମା କାଗଜ ପତ୍ର ନଥିଲେ ୨ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ ଟ୍ରାଫିକ୍ ପୁଲିସ୍ ସୁନୀଲ କହିଛନ୍ତି।

ଉଦାହରଣ ଦେବାକୁ ଯାଇ ସୁନୀଲ କହିଛନ୍ତି ଯଦି ଟ୍ରାଫିକ୍ ପୁଲିସ ଧରିବା ବେଳେ ଆପଣଙ୍କ ଡକ୍ୟୁମେଣ୍ଟ ଘରେ ଭୁଲି ଆସିଛନ୍ତି ହେଲେ ମୋଟା ଅଙ୍କର ଚାଲାଣ କାଟି ଦେଇଛନ୍ତି ତାହେଲେ ମଧ୍ୟ ଏହି ଜୋରିମାନା ପରିମାଣ ୧୦୦ ଟଙ୍କାକୁ କମି ପାରିବ।

ସେ କହିଛନ୍ତି ସରକାରଙ୍କ ନିୟମ ଅନୁଯାୟୀ ଆଇନ ଉଲ୍ଲଂଘନକାରୀଙ୍କ ପାଖରେ ଟ୍ରାଫିକ୍ ପୁଲିସ୍ ଚାଲାଣ କାଟିବା ବେଳେ ଜୋରିମାନା ଦେବାକୁ ୧୫ ଦିନ ସମୟ ରହିଛି। ଏହି ଭିତରେ ଯଦି ସମସ୍ତ କାଗଜ ପତ୍ର ଆପଣ ଦେଖାଇ ଦେବେ ତାହେଲେ ଆପଣଙ୍କୁ ଫୁଲ ଜୋରିମାନା ଦେବାକୁ ପଡ଼ିବ ନାହିଁ। କେବଳ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣ ଗାଡ଼ି କିମ୍ୱା କାର ଚଳାଉଥିବାବେଳେ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ, ପଲ୍ୟୁସନ ସାର୍ଟିଫିକେଟ୍ ଏବଂ ବୀମା ନାହିଁ ତାହେଲେ ନିୟମ ମୁତାବିକ୍ ଆପଣଙ୍କୁ ୨୨ ହଜାର ଟଙ୍କା ଜୋରିମାନା ପଡ଼ିବ। ହେଲେ ଆପଣ ଯଦି ସମସ୍ତ କାଗଜପତ୍ର ୧୫ ଦିନ ମଧ୍ୟରେ ଦେଖାଇ ଦେବେ ତାହେଲେ ୧୦୦-୧୦୦ ଟଙ୍କା ପ୍ରତି ଉଲ୍ଲଂଘନ ପିଛା ଦେବାକୁ ପଡ଼ିବ। ଅର୍ଥାତ୍ ୪ଟି ଭୁଲ୍ ପାଇଁ ୪ ଶହ ଟଙ୍କା।

ସୁନୀଲ ଆହୁରି ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ଏହି ନିୟମ ବିନା ହେଲମେଟ୍ କିମ୍ୱା ମାଦକ ଦ୍ରବ୍ୟ ଖାଇ ଗାଡ଼ି ଚଳାଉଥିଲେ ଏହି ନିୟମ ଲାଗୁ ହେବ ନାହିଁ।

 

https://www.facebook.com/studfeed/videos/2406956766048845/?t=10

Related story