Advertisment

ଭାଇରାଲ୍ ହେଉଛି 'କରୋନା ଗୀତ'

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ୧ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଭାରତ ମଧ୍ୟ ଏହି ଭୂତାଣୁ କବଳରୁ ବର୍ତ୍ତିପାରି ନାହିଁ। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। କରୋନା ଭୂତାଣୁର ମୁକାବିଲା ଲାଗି ସମଗ୍ର ବିଶ୍ୱର ବୈଜ୍ଞାନିକ ଏବଂ ଡାକ୍ତରମାନେ ଜୋରଦାର ଚେଷ୍ଟା କରୁଛନ୍ତି। ତେବେ ଗୋଟିଏ ପଟେ କରୋନାର କୋକୁଆ […]

ଅଦ୍ୟତନ ହୋଇଛି
ଭାଇରାଲ୍ ହେଉଛି 'କରୋନା ଗୀତ'

viral song on coronavirus

Advertisment

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ୧ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଭାରତ ମଧ୍ୟ ଏହି ଭୂତାଣୁ କବଳରୁ ବର୍ତ୍ତିପାରି ନାହିଁ। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। କରୋନା ଭୂତାଣୁର ମୁକାବିଲା ଲାଗି ସମଗ୍ର ବିଶ୍ୱର ବୈଜ୍ଞାନିକ ଏବଂ ଡାକ୍ତରମାନେ ଜୋରଦାର ଚେଷ୍ଟା କରୁଛନ୍ତି। ତେବେ ଗୋଟିଏ ପଟେ କରୋନାର କୋକୁଆ ଭୟ ସମସ୍ତଙ୍କୁ ଆତଙ୍କିତ କରିଥିବାବେଳେ ଅନ୍ୟପଟେ ଏହାକୁ ନେଇ ଗୀତ ବି ତିଆରି ହେଲାଣି, ଯାହା ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଗୀତଟିର କିଛି ଧାଡ଼ି ଏମିତି ରହିଛି- "କରୋନା ଭାଗ୍‌ଜା...ଭାରତ ମେ ଥାରୋ କାଇ କାମ୍‌ରେ...କରୋନା ଭାଗଜା...।"

Advertisment

ଗୀତଟିକୁ କିଛି ଭାରତୀୟ ମହିଳା ଗାଇଛନ୍ତି। ଶୁଦ୍ଧ ଶାକାହାରୀ ଭୋଜନ ଖାଉଥିବାରୁ କରୋନାର ଭାରତରେ କୌଣସି କାମ ନାହିଁ। ଅନ୍ୟପଟେ ଆଗକୁ ପର୍ବପର୍ବାଣି ମଧ୍ୟ ଆସୁଛି। ଏଣୁ କରୋନା ଭୂତାଣୁ ଭାରତ ଛାଡ଼ି ପଳା ବୋଲି କହି ଏହି ମହିଳାମାନେ ଗୀତ ଗାଉଛନ୍ତି।

ପବିତ୍ର ହୋଲି ଉପଲ‍କ୍ଷେ ଉକ୍ତ ମହିଳାମାନେ ଏହି କରୋନା ଗୀତ ଗାଇଥିଲେ, ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe