olddd
ନୂଆଦିଲ୍ଲୀ : ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ହସ୍ପିଟାଲ ବେଡ୍ରେ କରୋନା ଭାଇରସ୍ରେ ପୀଡ଼ିତ ଥିବା ୮୦ ବର୍ଷୀୟ ବୃଦ୍ଧ ଦମ୍ପତିଙ୍କୁ ଦେଖିବାକୁ ମିଳିଛି। ମୃତ୍ୟୁର ଶେଷ ଅବସ୍ଥାରେ ଥିବା ଏହି ଦମ୍ପତିଙ୍କୁ ଦେଖିଲେ, ଆପଣଙ୍କ ଆଖିରେ ବି ଲୁହ ଆସିଯିବ। ଇଣ୍ଟରନେଟ୍ରେ ୟୁଜର ଏହି ଭିଡିଓଟିକୁ ବେଶ୍ ପସନ୍ଦ କରିଛନ୍ତି। ଭିଡିଓରେ ବୃଦ୍ଧ ଜଣଙ୍କ ତାଙ୍କ ସ୍ତ୍ରୀଙ୍କର ହାତ ଧରିଥିବା ଦେଖିବାକୁ ମିଳିଛି।
ଭିଡିଓଟିକୁ ଶେଆର୍ କରି ଜଣେ ୟୁଜର୍ କ୍ୟାପସନ୍ରେ ଲେଖିଛନ୍ତି, ‘ଜୀବନସାଥୀର ମାନେ କ’ଣ ? କରୋନା ଭାଇରସ୍ରେ ପୀଡ଼ିତ ଥିବା ବୃଦ୍ଧ ଦମ୍ପତି ହସ୍ପିଟାଲ ବେଡ୍ର ଦୃଶ୍ୟ। ବୋଧେ ଏମାନେ ଶେଷଥର ପାଇଁ ଦେଖା କରୁଛନ୍ତି !!’
ଟ୍ୱିଟରରେ ଏହି ଭିଡିଓଟି ୩ ଫେବୃଆରୀରେ ଶେଆର୍ କରାଯାଇଛି। ଯାହାକୁ ବର୍ତ୍ତମାନ ୫ ଲକ୍ଷରୁ ଅଧିକ ୟୁଜର ଦେଖିସାରିଛନ୍ତି ଏବଂ ୨୭ ହଜାରରୁ ଅଧିକ ଲାଇକ୍ ଓ ୧୪ ହଜାରରୁ ଅଧିକ ରିଟ୍ୱିଟ୍ ହୋଇଛି। ୟୁଜର ଏଥିରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
ଜଣେ ୟୁଜର ଏହି ଭିଡିଓ ଦେଖି ଲେଖିଛନ୍ତି, ‘ଏହି ଦୃଶ୍ୟ ଦେଖି ମୋତେ ଯନ୍ତ୍ରଣା ହେଉଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରେ ଅଛି। ଭିଡିଓ ଶେଆର୍ କରିଥିବାରୁ ଧନ୍ୟବାଦ।’ ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘ଭିଡିଓ ଦେଖି ଦୁଃଖ ଲାଗିଲା। ଜୀବନର ଶେଷ ପର୍ଯ୍ୟନ୍ତ ଶେଷ ହେଉନଥିବା ପ୍ରେମ। ’
ସୂଚନାଯୋଗ୍ୟ, ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ରେ ୪୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/olddd.jpg)